ପ୍ରମୂଖ ଖବର
  • ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକ ଗିରଫ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଦିଲ୍ଲୀରୁ ଫେରିବା ପରେ ମନମୋହନଙ୍କ ବଡ଼ ବୟାନ: 'ଖୁବଶୀଘ୍ର ବିଜେପିର ନୂଆ ସାଂଗଠନିକ କମିଟି'
  • ||
  • ଖୁବ୍‌ଶୀଘ୍ର ଏସ୍‌ସିବିରୁ ଡିସ୍‌ଚାର୍ଜ ହେବେ ଜ୍ୟୋତିପ୍ରକାଶ, ସୋମବାର ଡାକ୍ତରୀ ଟିମର ଜରୁରି ବୈଠକ
  • ||
  • ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଅଗଷ୍ଟ ୧ରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ
  • ||
  • ଦିଲ୍ଲୀ ଏମ୍‌ସରେ ମୁହଁ ଖୋଲିଲେ ବଳଙ୍ଗା ପୀଡ଼ିତା: ବଖାଣିଲେ ସାଂଘାତିକ ସତ, ମାଜିଷ୍ଟ୍ରେଟ୍‌, ଡାକ୍ତରଙ୍କ ସାମ୍ନାରେ ବୟାନ ରେକର୍ଡ
  • ||
  • ଶନିବାର କଟକରେ ସରକାରୀ ଛୁଟି ବାତିଲ୍‌, ବର୍ଷା ଓ ଜଳବନ୍ଦୀ ପାଇଁ ସତର୍କତା
  • ||
  • ମନ୍ତ୍ରିମଣ୍ଡଳ ଅଦଳବଦଳ ଖୁବ୍‌ଶୀଘ୍ର; ବାଦ୍‌ ପଡ଼ିବେ ସବୁ ଅପାରଗ, ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ମାଗିଲେ ମୁଖ୍ୟମନ୍ତ୍ରୀ
  • ||
  • ବଳ ଗୋଟାଉଛି ଅବପାତ: ଆଜି ପ୍ରବଳ ବର୍ଷା ଆଶଙ୍କା, ବିଭିନ୍ନ ଜିଲ୍ଲାକୁ ଏସ୍‌ଆରସିଙ୍କ ସତର୍କତା
  • ||

ଦିନ ଦ୍ୱିପ୍ରହରରେ ଲୁଟ୍‌; ୬ ମିନିଟ୍‌ରେ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟି ନେଲେ ଦୁର୍ବୃତ୍ତ

Published By : Anindita Ratha | July 25, 2025 2:42 PM

ନୂଆଦିଲ୍ଲୀ,୨୫/୦୭: ଦିନ ଦ୍ୱିପ୍ରହରରେ ଲୁଟ୍‌।  ଅନଲାଇନ୍ ଡେଲିଭରୀ ବୟ ବେଶରେ ଆସି ଲୁଟି ନେଲେ ସୁନା ଅଳଙ୍କାର। ମାତ୍ର ୬ ମିନିଟ୍‌ରେ ୨୦ ଲକ୍ଷରୁ ଅଧିକ ସୁନା ଗହଣା ନେଇ ଚମ୍ପଟ ମାରିଛନ୍ତି ଦୁର୍ବୁତ୍ତ। ଉତ୍ତରପ୍ରଦେଶ ଗାଜିୟାବାଦର ଏକ ସୁନା ଦୋକାନରେ ଏହି ଘଟଣା ଘଟିଛି । 

ସୂଚନା ଅନୁଯାୟୀ, ଦୁର୍ବୁତ୍ତମାନେ ପିସ୍ତଲ ଧରି ଦୋକାନ ଭିତରେ ପଶି ପ୍ରାୟ ୨୦ କିଲୋ ରୂପା ଏବଂ ୧୨୫ ଗ୍ରାମ ସୁନା ଲୁଟି ନେଇଛନ୍ତି । ଦୁର୍ବୁତ୍ତମାନେ ପ୍ରବେଶ କରିବା ପରେ ଦୋକାନରେ ଉପସ୍ଥିତ କର୍ମଚାରୀମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଏହାପରେ ଅସ୍ତ୍ରଶସ୍ତ୍ର ଦେଖାଇ ଦୋକାନ କର୍ମଚାରୀଙ୍କୁ ଚୁପ୍ ରହିବାକୁ ଧମକ ଦେବା ସହ  ଅଳଙ୍କାର ଭର୍ତ୍ତି ବ୍ୟାଗ ନେଇ ଘଟଣାସ୍ଥଳରୁ ପଳାଇ ଯାଇଥିଲେ ଦୁର୍ବୁତ୍ତ। ବନ୍ଧୁକ ଦେଖାଇ ୨୦ କିଲୋଗ୍ରାମ ରୁପା ଏବଂ ୧୨୫ ଗ୍ରାମ ସୁନା ନେଇ ଚମ୍ପଟ ମାରିଛନ୍ତି । ଦୋକାନ ମାଲିକ ନଥିବା ବେଳେ ଏହି ଲୁଟ୍ କରିଛନ୍ତି ଲୁଟେରା । ଲୁଟର ସମସ୍ତ ଘଟଣା ସୁନା ଦୋକାନରେ ଲାଗିଥିବା ସିସିଟିଭିରେ କଏଦ ହୋଇଛି ।

ଏନେଇ ପୁଲିସ କହିଛି ଯେ, ଦୁର୍ବୁତ୍ତମାନେ ଅନଲାଇନ୍ ଡେଲିଭରି ବୟଙ୍କ  ପରି ପୋଷାକ ପିନ୍ଧିଥିଲେ, ଯାହା ପ୍ରଥମରୁ ସନ୍ଦେହ ସୃଷ୍ଟି କରିନଥିଲା। ଘଟଣା ପରେ ପୁଲିସ ଆଖପାଖ ଅଞ୍ଚଳକୁ ସିଲ୍ କରି ଦୋକାନ ଏବଂ ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ୍ ଆଧାରରେ ତଦନ୍ତ ଆରମ୍ଭ କରିଛି।ଏହି ମାମଲାରେ ଅଭିଯୋଗ ଅନୁଯାୟୀ, ଦୁର୍ବୃତ୍ତମାନେ ୨୦ କିଲୋ ରୂପା ୧୨୫ ଗ୍ରାମ ସୁନା ଲୁଟି ନେଇଛନ୍ତି। ପୁଲିସ ଏହି ଘଟଣାର ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏହି ମାମଲାରେ ଦୁର୍ବୁତ୍ତଙ୍କୁ ଗିରଫ କରିବା ପାଇଁ ୬ଟି ଟିମ୍ ଗଠନ କରାଯାଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.