ପ୍ରମୂଖ ଖବର
  • ଶ୍ରୀମନ୍ଦିରରେ ପୂଜା ହେଲା ଆଇପିଏଲ୍‌ ଟ୍ରଫି, ବିଜୟୀ ହେବାକୁ 'କୋଲକତା ନାଇଟ୍ ରାଇଡର୍ସ'ର ପ୍ରାର୍ଥନା
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ, ବେହେରଣ ଦ୍ୱାର ନିକଟରେ ପଡିଥିଲା ରକ୍ତ ଛିଟା
  • ||
  • ବାଲେଶ୍ୱର : ଘରେ ପଶି ଅଙ୍ଗନବାଡ଼ି କର୍ମୀଙ୍କୁ ହାଣିଲେ ଦୁର୍ବୃତ୍ତ, ପୋଲିସର ତଦନ୍ତ ଆରମ୍ଭ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଅଶ୍ୱିନୀ
  • ||
  • ନୂଆଦିଲ୍ଲୀ ରେଳଷ୍ଟେସନ ଦଳାଚକଟା ଘଟଣା, ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଶୋକବ୍ୟକ୍ତ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
  • ||
  • ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ: ଚଳିତ ବର୍ଷ ଅଭିବୃଦ୍ଧି ୭.୨%କୁ ହ୍ରାସ, ଆଗାମୀ ବର୍ଷ ୮.୫% ହାରରେ ବଢ଼ିବ
  • ||
  • କଟକ : ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟରୁ ଯୁବକଙ୍କୁ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ଗରମରୁ ମିଳିବ ସାମାନ୍ୟ ଆଶ୍ୱସ୍ତି: ଆସନ୍ତା ୧୯ରୁ ୨୧ ଯାଏ ବର୍ଷା ସମ୍ଭାବନା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ଅଧିକ ସମୟ ରିଲ୍ସ କିମ୍ୱା ସଟ୍ସ ଦେଖୁଥିଲେ ସାବଧାନ ! ଆପଣଙ୍କୁ ହୋଇପାରେ ଏହି ରୋଗ...

Published By : Prameya | January 15, 2025 7:27 PM

ନୂଆଦିଲ୍ଲୀ, ୧୫।୧: ବର୍ତ୍ତମାନ ସୋସିଆଲ ମିଡିଆରେ ରିଲ୍ସ-ସର୍ଟ୍ସ ଭିଡିଓ ଦେଖିବା ନିଶା ଏକ ଟ୍ରେଣ୍ଡ ପାଲଟିଲାଣି । କେବଳ ଘରେ ନୁହେଁ ବରଂ ଅଫିସ୍, ବଜାରରେ ମଧ୍ୟ ଅନେକ ଲୋକ ବସି ବସି ରିଲ୍ ଦେଖୁଥିବାର ନଜର ଆସୁଛନ୍ତି । କିଛି ସମୟ ପାଇଲେ, କାହା ସହ କଥା ହେବା କିମ୍ବା ପଢ଼ିବା ଲାଗି ଚିନ୍ତା କରିବା ପରିବର୍ତ୍ତେ ପ୍ରଥମେ ମୋବାଇଲ ଖେଳାନ୍ତି । ଆଉ ମୋବାଇଲରେ ରିଲ୍ ଦେଖିବାରେ ବ୍ୟସ୍ତ ହୋଇଯାଆନ୍ତି । ରିଲ୍ସ ଦେଖୁ ଦେଖୁ କେତେବେଳେ ଯେ, ଘଣ୍ଟାଏ-ଦୁଇ ଘଣ୍ଟା ବିତିଯାଏ ତାହା ଜଣାପଡ଼େନି । କିନ୍ତୁ, କେବେ ଭାବିଛନ୍ତି କି ଆପଣ ଘଣ୍ଟା ଘଣ୍ଟା ଧରି ଦେଖୁଥିବା ଏହି ରିଲ୍ସ ଆଉ ସର୍ଟ୍ସ ଶରୀର ପାଇଁ କେତେ ବିପଦ ? 

ନିକଟରେ ଏକ ଅଧ୍ୟୟନରୁ ଚାଞ୍ଚଲ୍ୟକର ରିପୋର୍ଟ ସାମାକୁ ଆସିଛି । ଯାହା ଶୁଣିଲେ ଆପଣ ତାଜୁବ୍ ହୋଇଯିବେ । ବାୟୋମେଡ୍ ସେଣ୍ଟାଲ (BMC) ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁଯାୟୀ, ରିଲ୍ ଦେଖିବା କିମ୍ବା ସ୍କ୍ରିନ୍ ସମୟ ବଢ଼ାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ଯଦି ଯୁବପିଢ଼ି ଶୋଇବା ସମୟରେ ସ୍କ୍ରିନରେ ଅଧିକ ସମୟ ବିତାଉଛନ୍ତି, ତେବେ ଅନ୍ୟମାନଙ୍କ ତୁଳନାରେ ସେମାନଙ୍କର ହାଇ ବିପି ହେବାର ଆଶଙ୍କା ବଢ଼ିଯାଏ । ଚୀନର ହେବେଇ ମେଡିକାଲ ୟୁନିଭର୍ସିଟି ଚୀନ୍‌ର ୪ ହଜାର ୩୧୮ ଜଣ ଯୁବା ଏବଂ ମଧ୍ୟବୟସ୍କଙ୍କ ଉପରେ ଏକ ଅଧ୍ୟୟନ କରିଥିଲା । ଏଥିରୁ ଜଣାପଡ଼ିଥିଲା ଯେ, ଯିଏ ଯେତେ ଅଧିକ ସମୟ ‘ରିଲ୍‌’ ଦେଖୁଛି, ସିଏ ସେତେ ଅଧିକ ଉଚ୍ଚ ରକ୍ତଚାପର ଶିକାର ହେଉଛି । ପାରମ୍ପରିକ ଭାବେ ଟିଭି ଦେଖିବା ବା କମ୍ପ୍ୟୁଟର ବ୍ୟବହାର କରିବା ଅଥବା ଭିଡିଓ ଗେମ୍‌ ଖେଳିବା ଅପେକ୍ଷା ଶୋଇବା ସମୟରେ ମୋବାଇଲ୍‌ରେ ‘ରିଲ୍‌’ ଦେଖିବାର ନକାରାତ୍ମକ ପ୍ରଭାବ ଅଧିକ ବୋଲି ଜଣାପଡ଼ିଛି । କାରଣ ଶୋଇବା ପୂର୍ବରୁ ମୋବାଇଲ୍‌ ପରଦାରେ ଦୃଷ୍ଟି ନିକ୍ଷେପ କରିବା ଦ୍ୱାରା ଶରୀରରେ ‘ସିମ୍ପାଥେଟିକ୍‌’ ଉତ୍ତେଜନା ସୃଷ୍ଟି ହୋଇଥାଏ । ଅର୍ଥାତ୍‌ ତାହା ‘ସିମ୍ପାଥେଟିକ୍‌’ ସ୍ନାୟବିକ କ୍ରିୟାକୁ ସକ୍ରିୟ କରିଥାଏ, ଯାହା ଶରୀରର ‘ଫାଇଟ୍‌-ଅର୍‌-ଫ୍ଲାଇଟ୍‌’ ପ୍ରତିକ୍ରିୟାକୁ ସଜାଗ କରିଥାଏ । 

ନିରନ୍ତର ରିଲ୍ ଦେଖିବା ଦ୍ୱାରା ଶରୀର ଏବଂ ମନ ସକ୍ରିୟ ରହିଥାଏ । ଯେଉଁ କାରଣରୁ ବିଶ୍ରାମ ମିଳେନାହିଁ । ଯାହା ଉଚ୍ଚ ରକ୍ତଚାପର କାରଣ ହୋଇପାରେ । ସ୍କ୍ରିନରେ ଅଧିକ ସମୟ ବିତାଇବା ଦ୍ୱାରା ନିଦର ଗୁଣବତ୍ତା ମଧ୍ୟ ଖରାପ ହୋଇଥାଏ । ଏପରିକି ଏହା ହୃଦ୍‌ପିଣ୍ଡ ଏବଂ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ । ଶରୀରର ବର୍ଦ୍ଧିତ ରକ୍ତଚାପ କମାଇବା ପାଇଁ କିମ୍ବା ରକ୍ତଚାପକୁ ସ୍ୱାଭାବିକ କରିବାକୁ ସୁସ୍ଥ ଜୀବନଶୈଳୀ ଆପଣେଇବା ସହ ଶୋଇବା ସମୟରେ ‘ରିଲ୍‌’ ଦେଖୁଥିଲେ, ଏବେଠୁ ସଜାଗ ହୋଇଯାନ୍ତୁ, ନଚେତ୍ ଆପଣ ବି ଏଭଳି ମାରାତ୍ମକ ରୋଗର ଶିକାର ହୋଇପାରନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.