ପ୍ରମୂଖ ଖବର
  • ଭୁବନେଶ୍ବର : ଓଡିଶା ଜନଗଣନା ନିର୍ଦ୍ଦେଶକ ହେଲେ ୨୦୧୨ ବ୍ୟାଚ୍ର ଆଇଏଏସ ନିଖିଲ ପୱନ କଲ୍ୟାଣ
  • ||
  • Shangri-la-dialogue: CDS କହିଦେଲେ ଆତଙ୍କୀଙ୍କ ରେଡ଼ ଲାଇନ୍, ଜାଣନ୍ତୁ କଣ କହିଲେ ପାକିସ୍ତାନ ଜେନେରାଲ
  • ||
  • ଘାରିଛି କରୋନା ଭୟ; ୪ ହଜାର ମୁହାଁ ସଂକ୍ରମଣ, ୨୮ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଖଲ୍ଲିକୋଟ ବଡ଼ ଘାଟିରେ ଓଲଟିଲା ସିଲିଙ୍ଗ ପ୍ଲେଟ ବୋଝେଇ ଟ୍ରେଲର୍, ବ୍ରହ୍ମପୁର ଠାରୁ ଭୁବନେଶ୍ୱର ଯାତାୟାତ ବାଧାପ୍ରାପ୍ତ
  • ||
  • ମାଲକାନଗିରି : ବିଜାଘାଟିରେ ବସ୍‌ ଦୁର୍ଘଟଣା, ୧୬ ଯାତ୍ରୀ ଆହତ
  • ||
  • ପ୍ରକାଶ ପାଇଲା JEE ଆଡଭାନ୍ସ ରେଜଲ୍ଟ, ଦିଲ୍ଲୀ ଜୋନ୍‌ର ରଜିତ୍ ଗୁପ୍ତା ଆଇଆଇଟି ଟପ୍ପର
  • ||
  • ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଢେଙ୍କାନାଳର ପୂର୍ବତନ ବିଜେଡି ସଭାପତି ବିଭୁ ପ୍ରସାଦ ଦେହୁରୀ ନିଲମ୍ୱିତ
  • ||
  • ସୁନ୍ଦରଗଡ଼ : ଅଜଣା ଗାଡ଼ି ଧକ୍କାରେ ଦୁଇ ଯୁବକ ମୃତ
  • ||
  • ଭଦ୍ରକ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ;୧୨ଟି ପ୍ରକଳ୍ପ ଲୋକାର୍ପଣ,୩ଟି ପ୍ରକଳ୍ପ ଶିଳାନ୍ୟାସ କରିବେ
  • ||
  • ବାହାନଗା ଟ୍ରେନ୍‌ ଟ୍ରାଜେଡ଼ିକୁ ୨ ବର୍ଷ; କାଳ ସାଜିଥିଲା କରମଣ୍ଡଳ, ଶବର ପାହାଡ଼ରୁ ଖୋଜା ପଡ଼ିଥିଲେ ସମ୍ପର୍କୀୟ
  • ||
  • ମୟୂରଭଞ୍ଜ : ସହକାରୀ ତହସିଲଦାରଙ୍କୁ ଆକ୍ରମଣ କଲେ ବାଲି ମାଫିଆ, ଭାଙ୍ଗିଦେଲେ ଗାଡ଼ି
  • ||
  • ମୌସୁମୀ ଗାଏବ, ପୁଣି ବଢ଼ିଲା ତାତି: ୧୦ ଦିନ ଯାଏ ବର୍ଷା ସମ୍ଭାବନା ନାହିଁ, ୪ରୁ ଉପକୂଳରେ ଭୀଷଣ ଗରମ
  • ||
  • କଟକ : ଭାରସାମ୍ୟ ହରାଇ ଓଲଟିଲା ବାଲି ବୋଝେଇ ହାଇୱା, ଡ୍ରାଇଭର ଫେରାର
  • ||
  • ବଲାଙ୍ଗୀର : ଡୁଙ୍ଗୁରିପାଲି ଷ୍ଟେସନ ନିକଟରେ ଟ୍ରେନ୍‌କୁ ପଥର ମାଡ, ଜଣେ ଆହତ
  • ||

ବର୍ଷକ ତଳେ ସୁବୁଦ୍ଧିପୁର ମିଳିଥିଲା ହାଉସିଂ ପ୍ରକଳ୍ପ ଘର: ଭାଙ୍ଗିଗଲାଣି ଝରକା କବାଟ, ଲୋକେ ହନ୍ତସନ୍ତ

Published By : Harapriya Sethi | June 1, 2025 1:56 PM

ଭୁବନେଶ୍ୱର,୦୨/୦୬ : ବସ୍ତିରେ ଦିନ କଟୁଥିଲା । ବର୍ଷା ହେଲେ ବି ପାଲ ପକାଇ ରହୁଥିଲୁ । ସରକାର ନୂଆ ଆବାସର ସ୍ୱପ୍ନ ଦେଖାଇଲେ । ଚକାଚକ କୋଠାକୁ ଆସି ଭାବିଥିଲୁ ଜୀବନଟା ଭଲରେ କଟିବ । ଏଠି ବି ସମାନ ଅବସ୍ଥା । ବର୍ଷା ହେଲେ କୋଠାରୁ ପାଣି ଝରୁଛି । ବସ୍ତିରୁ ଆସି ଆମେ ଫସିଗଲୁ । ଏହା ହେଉଛି ସୁବୁଦ୍ଧିପୁର ବରୁଣେଇ ହାଉସିଂ ପ୍ରକଳ୍ପର ଆବସ ବାସିନ୍ଦାଙ୍କ ଅଭିଯୋଗ । 

ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ପ୍ରିୟଦର୍ଶନୀ ନାୟକ । ତାଙ୍କୁ ବସ୍ତି ଉଚ୍ଛେଦ ସମୟରେ ବରୁଣେଇ ଆବସ ପ୍ରକଳ୍ପରେ ଘର ମିଳିଥିଲା । ବ୍ଲକ ନଂ-୨ ରୁମ୍‌ ନଂ ୪୧ରେ ବର୍ଷକ ତଳୁ ରହିଆସୁଛନ୍ତି । ହେଲେ ଗତ ଦୁଇଦିନ ତଳେ ବର୍ଷାରେ ତାଙ୍କ ଘର କାନ୍ଥରେ ପାଣି ଜକେଇଲା । କାନ୍ଥ ପାଣି ଘରକୁ ପଶିଲା । ବହୁ କଷ୍ଟରେ ସେ ରାତି କାଟୁଛନ୍ତି । 

ବ୍ଲକ ନଂ-୪ ନଂ ୧୨୦ରେ ଗୌରୀ ମହାରଣା ଘର ପାଇଛନ୍ତି । ତାଙ୍କ ଅବସ୍ଥା ଆହୁରି ଖରାପ । ବର୍ଷା ହେବା କ୍ଷଣି ତାଙ୍କ ଘରେ ପାଣି ସରସର । ଏନେଇ ସେ ବାରମ୍ବାର ବିଡିଏ ଅଧିକାରୀଙ୍କୁ ଅଭିଯୋଗ କଲେଣି । ହେଲେ କେହି ତାଙ୍କ କଥା ଶୁଣୁନାହାନ୍ତି । ଭାଗ୍ୟକୁ ଆଦରି ସେ ସେଠାରେ ପଡିରହଛନ୍ତି । ସେହିପରି ବ୍ଲକ ନଂ-୩ ଘର ନଂ ୮୧ରେ ରହୁଥିବା ରିତିକା ବେହେରାଙ୍କ ଅବସ୍ଥା ବି ସମାନ । ବିଡିଏ ପକ୍ଷରୁ ସୁବୁଦ୍ଧିପୁରରେ ବରୁଣେଇ ହାଉସିଂ ପ୍ରକଳ୍ପ ନିର୍ମାଣ କରାଯାଇଥିଲା । ଏଥିରେ ମୋଟ ୩୮୨ଟି ଘର ନର୍ମାଣ କରିଥିଲା ବିଡିଏ । ଏଥିପାଇଁ ୨୭ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ମାତ୍ର ବର୍ଷକ ତଳେ ଘର କାମ ସରିଥିବା ବେଳେ ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏଥିରେ ଗଣ୍ଡମୁଣ୍ଡା ତାରିଣୀ ବସ୍ତିର ଲୋକଙ୍କୁ ଥଇଥାନ କରାଯାଇଥିଲା । ହେଲେ ଏବେ ଅବସ୍ଥା ସାଂଘାତିକ । 

ପାଣି ଝରୁଥିବାରୁ କାମର ମାନକୁ ନେଇ ପ୍ରଶ୍ନ ଉଠିଛି । ଖାଲି ପାଣି ଝରୁଛି ତାହା ନୁହେଁ, କବଟା, ଝରକା ଭାଙ୍ଗିଗଲାଣି । ସିଡିରୁ ସିମେଣ୍ଟ ଛାଡି ଗଲାଣି । ଯେଉଁ ଆବାସ ତିଆରି ହୋଇଥିଲା ତାର ଚେହେରା ବଦଳିଗଲାଣି । ସୁବୁଦ୍ଧିପୁର, ମଇଁଷାଖାଲ, ଗାଡ଼କଣ, ଶାନ୍ତିପଲ୍ଲୀ, ବୁଦ୍ଧବିହାର, ନୀଳମାଧବ, ମଣ୍ଡପ ବସ୍ତି ଭଳି ବଡ ପ୍ରକଳ୍ପ ନିର୍ମାଣ ହୋଇଛି । ଭୂମିହୀନ ବସ୍ତିବାସିନ୍ଦାଙ୍କ ମୁଣ୍ଡରେ ଛାତ ଦେବାକୁ ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଥିଲା ଝୁମ୍ପୁଡି ଘରେ ବସ୍ତି ବାସିନ୍ଦା ଦୁଃଖ ରହିବ ନାହିଁ । ସମ୍ମାନର ସହ ବସ୍ତିବାସିନ୍ଦା ବଞ୍ଚିବେ । ବାସ୍ତବରେ ତାହା ସଫଳ ହେଉନି । ଲୋକେ ପକ୍କା ଘରକୁ ଯାଇଛନ୍ତି ସତ, ହେଲେ ଦୁଃଖରେ ପୂର୍ଣ୍ଣଛେଦ ପଡିନାହିଁ । 

ଅର୍ବାନ ପ୍ଲାନର ପିୟୂଷ ରଞ୍ଜନ ରାଉତ କହିଛନ୍ତି , କାମ ବେଳେ ବିଡିଏ ପକ୍ଷରୁ ତର୍ଜମା କରାଯାଇନି । ମନଇଚ୍ଛା ଠିକାସଂସ୍ଥା ଘର ନିର୍ମାଣ କରିଛି । ତେଣୁ ବର୍ଷା ପାଣି ଜକଉଛି । ତେଣୁ ଏହା ଉପରେ ତର୍ଜମା ହେବାର ଆବଶ୍ୟକ ରହିଛି । ବିଡିଏର ପ୍ରକଳ୍ପ ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି, ଆମ ପାଖରେ କୌଣସି ଅଭିଯୋଗ ହୋଇନାହିଁ । ଅଭିଯୋଗ ଆସିଲେ ଆମେ ତଦନ୍ତ କରିବୁ । ତା ଛଡ଼ା ଠିକା ସଂସ୍ଥା ସହ ୫ ବର୍ଷ ପର୍ଯ୍ୟନ୍ତ ମରାମତି କରିବାକୁ ଚୁକ୍ତି ହୋଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.