ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ସାଲୁଙ୍କି ଜଳସେଚନ ପ୍ରକଳ୍ପରୁ ଖରିପ ଚାଷ ପାଇଁ ଆଜି ଜଳ ଯୋଗାଣ

Published By : Gurupada Nath | July 18, 2025 5:36 PM

ହରଭଙ୍ଗା,୧୮/୭ : ବୌଦ୍ଧ ଜଳ ସେଚନ ବିଭାଗର ସାଲୁଙ୍କି ଜଳ ସେଚନ ପ୍ରକଳ୍ପରୁ ଚଳିତ ବର୍ଷ ଖରିପ ଚାଷ ପାଇଁ ଶୁକ୍ରବାର ଚାଷ କାର୍ଯ୍ୟ ପାଇଁ ପ୍ରକଳ୍ପରେ ପୂଜାର୍ଚ୍ଚନା କରାଯାଇ ସମସ୍ତ ଗେଟ ଖୋଳାଯାଇ ଚାଷ କାର୍ଯ୍ୟ ପାଇଁ ମୁଖ୍ୟ କେନାଲ ଓ ଶାଖା କେନାଲ ମାଧ୍ୟମରେ ଜଳ ଯୋଗାଣ କରାଯାଇଛି। ପ୍ରକାଶ ଯେ, ସାଲୁଙ୍କି ଜଳ ସେଚନ ପ୍ରକଳ୍ପ ଅଧୀନରେ ୧୮୭୯୩ହେକ୍ଟର ଚାଷ ଜମି ଜଳ ସେଚିତ ହୋଇଥାଏ।

ଏହି ପ୍ରକଳ୍ପ ଦ୍ୱାରା ବୌଦ୍ଧ, ବାଉଁସୁଣୀ, ସହିତ ହରଭଙ୍ଗା ବ୍ଲକର ୮ଟି ପଞ୍ଚାୟତର ଚାଷୀମାନେ ଉପକୃତ ହୋଇଥାନ୍ତି। ଏହି ପ୍ରକଳ୍ପ ଦ୍ୱାରା ବହୁ ଚାଷୀ ଚାଷ କାର୍ଯ୍ୟ ଉପରେ ନିର୍ଭର କରିଥାନ୍ତି। ବିଭାଗ ପକ୍ଷରୁ ଉନ୍ନତ ମାନର କେନାଲ ନିର୍ମାଣ ଯୋଗୁଁ ତଳି ଅଞ୍ଚଳକୁ ଜଳ ସେଚିତ ହୋଇପାରୁଛି। ଫଳରେ କେନାଲ ଉପରେ ଚାଷ କାମ ପାଇଁ ନିର୍ଭର କରୁଥିବା ଚାଷୀମାନେ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରଥମେ ପୂଜାର୍ଚ୍ଚନା କରାଯାଇ ବୌଦ୍ଧ ଜଳସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ. ନରେଶ ବାରିକ ସହକାରୀ ନିର୍ବାହୀ ଯନ୍ତ୍ରୀ କେଶୁରୁ ମୁର୍ମୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ବିଷ୍ନୁପ୍ରିୟା ଦେହୁରୀ, ସହକାରୀ ଯନ୍ତ୍ରୀ ବସନ୍ତ ମହାକୁଡ଼, ସୁବ୍ରତ ମଲିକ, ଶତ୍ରୁଘନ ଡିଗାଲ, ସଞ୍ଜୟ ମହାନ୍ତି, ଭିଜିଲା ଏକ୍କା ପ୍ରମୁଖ ବରିଷ୍ଠ ଅଧିକାରୀମାନଙ୍କ ଦ୍ୱାରା ଜଳ ଯୋଗାଣ ପାଇଁ ଗେଟ ଖୋଲାଯାଇଥିଲା।

ସମସ୍ତ ଗେଟ ଖୋଲାଯାଇ ଚାଷୀମାନଙ୍କୁ ଜଳ ଯୋଗାଣ କରାଯାଇଥିବାରୁ ଚାଷୀମାନେ ମଧ୍ୟ ଆନନ୍ଦ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି ବିଭାଗର ବରିଷ୍ଠ ଅଧିକାରୀ ଇଂଜିନିଅରମାନେ ଉପସ୍ଥିତ ରହି ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଫଳରେ ଆଗାମୀ ଦିନରେ ଚାଷୀମାନଙ୍କ ଜମିକୁ କିପରି ସୂଚାରୁ ରୂପେ ଜଳ ସେଚିତ ହୋଇପାରିବ ସେଥିପାଇଁ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳର ଚାଷୀମାନେ ଜଳ ସେଚନ ବିଭାଗକୁ ଆପତ୍ତି କରିଛନ୍ତି। ବିଭାଗ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ କରାଯିବା ସହ ସମସ୍ତ କେନାଲ ମାଧ୍ୟମରେ ଚାଷୀମାନଙ୍କୁ ଠିକ ଭାବରେ ଜଳ ଯୋଗେଇ ଦିଆଯିବା ପାଇଁ ବୌଦ୍ଧ ଜଳ ସେଚନ ବିଭାଗର ନିର୍ବାହୀ ଯନ୍ତ୍ରୀ ନରେଶ ବାରିକ ପ୍ରକାଶ କରିଛନ୍ତି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.