ଭୁବନେଶ୍ୱର,୩୦/୦୭  :ଭୁବନେଶ୍ୱରବାସୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଶୁକ୍ରବାର ଓ ଶନିବାର ଅଧା ଭୁବନେଶ୍ୱରରେ ବନ୍ଦ ହୋଇଯିବ ସମ୍ପୂର୍ଣ୍ଣ  ଜଳ ଯୋଗାଣ । ଶୁକ୍ରବାର ଅପରାହ୍ନ ୧ଟାରୁ ଶନିବାର ଦିନ ୧ଟା ଯାଏ ବନ୍ଦ ରହିବ ଜଳ ଯୋଗାଣ । ଚନ୍ଦକାପାଖରେ ୱାଟ୍‌କୋର ମୁଖ୍ୟପାଣି ପାଇପ୍‌ ଲାଇନ୍‌ ମରାମତି ପାଇଁ ପାଣି ବନ୍ଦ ରଖିବାକୁ ନିଷ୍ପତ୍ତି ହୋଇଛି । ପ୍ରଥମ ଥର ପାଇଁ ୨୪ ଘଣ୍ଟା ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ୱାଟକୋ ।

ଯାହା ଫଳରେ ପଟିଆ, ଡମଣା, ଖଣ୍ଡଗିରିବାରି,ସାମପୁର, ନୂଆପଲ୍ଲୀ ଆଦି ଅଞ୍ଚଳରେ ଜଳ ଯୋଗାଣ ବନ୍ଦ ରହିବ । ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ପାଣି ସଂରକ୍ଷଣ କରି ରଖିବାକୁ ୱାଟ୍‌କୋ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚନ୍ଦକାନରାଜରୁ ଆସିଥିବା ମୁଖ୍ୟ ପାଇପ ଲାଇନ ଫାଟି ଯାଇଛି । ଶୁକ୍ରବାର ଏହାର ମରାମତି କାମ ହେବ । ଏନେଇ ଜଙ୍ଗଲ ବିଭାଗ ପକ୍ଷରୁ ଅନୁମତି ମିଳିଛି । ସେଥିପାଇଁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ ରହିବ  ।