ଭୁବନେଶ୍ବର : କେନ୍ଦୁଝର ଜିଲ୍ଲା ପାଇଁ ଆଜି ଐତିହାସିକ ଦିନ । ନରେନ୍ଦ୍ର ମୋଦିଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କେନ୍ଦୁଝର ପୌର ପାଳିକାର ଜନ ପ୍ରତିନିଧି ମାନେ ବିଜେପିରେ ସାମିଲ ହୋଇଛନ୍ତି । ୯ ଜଣ କାଉନସିଲର ସମେତ କେନ୍ଦୁଝର ପୌରପାଲିକାର ଉପାଧ୍ୟକ୍ଷ ସମସ୍ତଙ୍କୁ ଦଳକୁ ସ୍ୱାଗତ କରୁଛି । ଯେଉଁଦିନ ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ପ୍ରତିଷ୍ଠା ହେଲା । ସେହିଦିନ କେନ୍ଦୁଝରବାସୀ ବହୁତ ଖୁସି ହୋଇଥିଲେ । କାରଣ କେନ୍ଦୁଝରରୁ ଜଣେ ଆଦିବାସୀ ବିଧାୟକ ମୁଖ୍ୟମନ୍ତ୍ରୀ ହେଲେ ବୋଲି କହିଛନ୍ତି ମୋହନ ମାଝି। ବିଜେପି ମିଶ୍ରଣ ପର୍ବରେ ଏଭଳି ଅଭିଭାଷଣ ଦେଇଥିବାବେଳେ ପୂର୍ବ ସରକାରଙ୍କୁ ସମାଲୋଚନା କରିଥିବା ଦେଖିବାକୁ ମିଳିଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି କି, ପୂର୍ବ ସରକାରରେ କେନ୍ଦୁଝରକୁ ନବୀନ ପଟ୍ଟନାୟକ ବିନାଶ ଆଡ଼କୁ ନେଉଥିଲେ। କେବଳ ଭୋଟ ବ୍ୟାଙ୍କ ପାଇଁ କାମ କରୁଥିଲେ। ବିକାଶ ପାଇଁ କିଛି ବି ବିକାଶ ମୂଳକ କାର୍ଯ୍ୟ କରୁ ନ ଥିଲେ। ସେ ସମୟରେ ବ୍ୟୁରୋକାଟ ମାନେ ଶାସନ କରୁଥିଲେ । ଜଣଙ୍କ ହାତରେ କ୍ଷମତା ଥିଲା। ଏବେ ଡବଲ ଇଞ୍ଜିନ ସରକାର ବିକାଶ ପାଇଁ କାମ କରିଛନ୍ତି । ନୂଆପଡ଼ା ଉପ ନିର୍ବାଚନରେ ମୋହନ - ମନମୋହନ ଯୋଡ଼ି କମାଲ କଲେ । ରାଜ୍ୟରେ ଚର୍ଚ୍ଚାରେ ରହିଛନ୍ତି ମୋହନ ମନମୋହନ ଯୋଡ଼ି । ଭାରତ ବର୍ଷରେ ଉପନିର୍ବାଚନରେ ଏକ ରେକର୍ଡ ବିଜୟ ହାସଲ କରିଥିଲା ବିଜେପି । ବିଜେପି ପ୍ରାର୍ଥୀ ଲକ୍ଷ ରୁ ଅଧିକ ଭୋଟ ମାର୍ଜୀନରେ ବିଜୟ ହାସଲ କରିଥିଲେ । ନୂଆପଡାରେ ସରକାର ଆଉ ସଂଠନ ମିଳିତ ଭାବେ କାମ କଲେ।
ପରବର୍ତ୍ତୀ ସମୟରେ ରାଜ୍ୟସଭା ଭୋଟରେ ମଧ୍ୟ ବିଜେପି ଓ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କ ବିଜୟ ହୋଇଛି । ରାଜ୍ୟସଭା ନିର୍ବାଚନରେ ବିଧାୟକମାନେ ବିବେକ ଅନୁସାରେ ଭୋଟ ଦେଲେ। ବିଜେଡି ଏବଂ କଂଗ୍ରେସ ବିଧୟକ ମାନେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ଭୋଟ ଦେଇ ଜିତାଇଲେ। ବିକାଶକୁ ଆଖି ଆଗରେ ରଖି ସେମାନେ ଭୋଟ ଦେଇଛନ୍ତି ।
କେନ୍ଦୁଝରକୁ ସୁନାର କେନ୍ଦୁଝର କରିବା ଆମର ଲକ୍ଷ । କେନ୍ଦୁଝରରେ ଖଣି ପାଣି ବୈତରଣୀ ସର୍ବପରି ମା ତାରିଣୀ ଅଛନ୍ତି । ୨୪ ବର୍ଷରେ ବିଜେଡି ସରକାର କେବଳ କଥା କହୁଥିଲେ। କିଛି କାମ କରୁ ନ ଥିଲେ। କେନ୍ଦୁଝରକୁ ଆଉ ଗାଉଁଲିଆ କରି ରଖିବୁ ନାହିଁ। କେନୁଝରକୁ ସିଟି କରିବୁ।
ପୂର୍ବ ସରକାର ସମୟରେ ଯେଉଁ ଶିଳ୍ପ କମ୍ପାନୀ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତି କରିଥିଲେ ସେମାନେ ଏବେ ପଳାଇଲେ । କିନ୍ତୁ ଆମ ସରକାର ସମୟରେ କେନ୍ଦୁଝରକୁ ଆଉ ୭ ଟି ଇଣ୍ଡଷ୍ଟ୍ରି ଆସୁଛି ।
ବିଜେଡି କେନ୍ଦୁଝର ଜିଲାରେ କିଛି କରି ନାହିଁ। ଆଜି କେନ୍ଦୁଝରରେ ଷ୍ଟିଲ ପ୍ଲାଣ୍ଟ ହେବାକୁ ଯାଉଛି। କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଏବଂ ବିଜେଡି ବିଧାୟକ ବଦ୍ରି ପାତ୍ର କହିଛନ୍ତି କେନ୍ଦୁଝର ପାଇଁ ବହୁତ ଭଲ ସମୟ । ଆମେ ଯଦି ଏହି ସୁଯୋଗକୁ ହାତ ଛଡା କରିବା ନାହିଁ।