ଭୁବନେଶ୍ୱର ୨/୧୦: ଭିଜିବ ଦଶମୀ,ଭସାଣୀକୁ ଭସାଇବ ବର୍ଷା। ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତ ସୃଷ୍ଟି। ଘଣ୍ଟାକୁ ୧୦ କିଲୋମିଟର ବେଗ ସ୍ଥଳଭାଗ ମୁହାଁଉଛି ଗଭୀର ଅବପାତ। ଶୁକ୍ରବାର ସକାଳ ସୁଦ୍ଧା ଉପକୂଳ ଅତିକ୍ରମ କରିବା ସମ୍ଭାବନା ରହିଛି। ପାରାଦୀପ- ଗୋପାଳପୁର ମଧ୍ୟରେ ଲ୍ୟାଣ୍ଡଫଲ୍ କରିପାରେ। ଏବେ ଗୋପାଳକୁରଠାରୁ ୩୦୦ କିମି ଦୂରରେ କେନ୍ଦ୍ରୀଭୂତ ରହିଛି। ପୁରୀଠୁ ୩୦୦ କିିମି ଦକ୍ଷିଣ​‌ରେ କେନ୍ଦ୍ରୀଭୂତ ଗଭୀର ଅବପାତ। ପ୍ରଭାବ ଉପକୂଳ ଓ ପାର୍ଶ୍ବବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ପ୍ରବଳ ଜାରି। ଟୁଇନ୍ ସିଟିରେ ମଧ୍ୟ ତୁହାକୁ ତୁହା ବର୍ଷା ହେଉଛି।  ଏଥିସହିତ ସମସ୍ତ ଜିଲ୍ଲା ଗୁଡ଼ିକୁ ଆଲର୍ଟ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ଭୀଷଣ ବର୍ଷା ନେଇ ପୁରୀ ଓ ଜଗତସିଂହପୁରକୁ ରେଡ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। 


କୃଷି ପାଣିପାଗ ବିଶାରଦ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,  ୩ ତାରିଖ ସକାଳ ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ ଗଭୀର ଅବପାତ । ସମ୍ଭବତଃ ପାରାଦୀପରୁ ଗୋପାଳପୁର ଭିତରେ କିମ୍ବା ସାମାନ୍ୟ ଦକ୍ଷିଣରେ ଏହା ସ୍ଥଳଭାଗ ଅତିକ୍ରମ କରିପାରେ । ଏହା ଦକ୍ଷିଣ ଆଡ଼କୁ ଢଳି ଥିବାରୁ ଦକ୍ଷିଣ ଓଡ଼ିଶା ଓ ସଂଲଗ୍ନ ଆନ୍ଧ୍ର ଏବଂ ଛତିଶଗଡ଼ରେ ଅଧିକ ବର୍ଷା ହେବ ।

ଆକଳନ କରାଯାଉଛି,ଗୁରୁବାର  ଦିନ ସକାଳବେଳା ସମସ୍ତ ଉପକୂଳ ଜିଲ୍ଲା ଓ ସଂଲଗ୍ନ କେନ୍ଦ୍ରୀୟ ଓଡ଼ିଶାରେ ସ୍ୱଳ୍ପରୁ ମଧ୍ୟମ  ବର୍ଷା ସମ୍ଭାବନା ଅଛି । ଉପରବେଳା ବର୍ଷା ବଢ଼ିବ । ପ୍ରାୟ ସାରା ଓଡ଼ିଶାରେ ବର୍ଷା ହୋଇପାରେ । ବାଲେଶ୍ୱର, ଭଦ୍ରକ, ପୁରୀ, ଗଞ୍ଜାମ, ଗଜପତି, ରାୟଗଡ଼ା, ନୟାଗଡ଼, ଖୋର୍ଦ୍ଧା, ଆଭ୍ୟନ୍ତରୀଣ କଟକ, ଢେଙ୍କାନାଳ, ଅନୁଗୁଳ ଓ କନ୍ଧମାଳରେ ସ୍ଥାନେ ସ୍ଥାନେ ମଧ୍ୟମରୁ ଭାରି ବର୍ଷା ଅଛି । ସୁନ୍ଦରଗଡ଼ ଓ ସଂଲଗ୍ନ ଅଞ୍ଚଳରେ ପାଗ ଶୁଖିଲା ରହିବ । ସମ୍ଭାବ୍ୟ ବର୍ଷା ନେଇ ଚାଷୀଙ୍କୁ ପରାମର୍ଶ ଦେଇ 

ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳରେ ପ୍ରବଳରୁ ପ୍ରବଳତର ବର୍ଷା, ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ୱର, ନବରଙ୍ଗପୁର, କଳାହାଣ୍ଡି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼ ଓ କଟକରେ ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଏହାବାଦ୍‌ ବହୁ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେବ । ୩ ତାରିଖରେ (ଭସାଣି) ଅନେକ ସ୍ଥାନରେ ବର୍ଷା ଏବଂ ବହୁ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ୪ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ସ୍ଥାନ ଓ ଉପକୂଳର ଅଳ୍ପ କିଛି ଜାଗାରେ ବର୍ଷା ସମ୍ଭାବନା ଅଛି । ୫ରୁ ବର୍ଷା ପରିମାଣ କମିବ ।