ଭୁବନେଶ୍ୱର,୦୧/୧୧: ନଭେମ୍ବରରେ ରାଜ୍ୟରେ କମ୍‌ ଶୀତ ଅନୁଭୂତ ହେବ । ଏ ମାସରେ ଦେଶର ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ । କେବଳ  ଉତ୍ତର-ପଶ୍ଚିମ ଭାରତର କିଛି ସ୍ଥାନରେ ସ୍ୱାଭାବିକ ବା ସ୍ୱାଭାବିକଠାରୁ କମ୍‌ ତାପମାତ୍ରା ରହିବ  ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଆକଳନ କରିଛି ।

ନଭେମ୍ବରରେ ଆଇଏମ୍‌ଡି  କରିଥିବା ପୂର୍ବାନୁମାନ ଅନୁସାରେ, ତାମିଲନାଡୁ, ପଣ୍ଡିଚେରୀ, ଉପକୂଳ ଆନ୍ଧ୍ରପ୍ରଦେଶ, କେରଳ ଓ  କର୍ଣ୍ଣାଟକର ଦକ୍ଷିଣ ଆଭ୍ୟନ୍ତରୀଣରେ ବର୍ଷା ସ୍ୱାଭାବିକ ରହିବ । କେବଳ ଉତ୍ତର ପଶ୍ଚିମ ଭାରତ ଓ  ଦକ୍ଷିଣ ଉପଦ୍ୱୀପ ଅଞ୍ଚଳରେ ସ୍ୱାଭାବିକ ଓ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ନଭେମ୍ବରରେ  ରାଜ୍ୟର ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ୩୩ରୁ ୪୫% ଅଧିକ ବର୍ଷା ହେବାର ସମ୍ଭାବନା ଅଛି ।