ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା

Published By : Prameya | January 21, 2025 7:11 AM

ଭୁବନେଶ୍ୱର,୨୧/୦୧: ଆସନ୍ତା ବୁଧବାରଠାରୁ ରାଜ୍ୟରେ ଶୀତ କମିବ। ବଙ୍ଗୋପସାଗର ଅଞ୍ଚଳରେ ଏକ ଗୁରୁଚାପ ବଳୟ ରହିବ । ଏହାର ପ୍ରଭାବରେ ରାଜ୍ୟକୁ ଉଷ୍ମ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ଆସିବ । ଏହାଫଳରେ ରାତି ତାପମାତ୍ରା ବଢ଼ିବ ଓ ଶୀତ  କମିଯିବ।ପାଣିପାଗ ବିଶେଷଜ୍ଞ ଉମା ଶଙ୍କର ଦାସ ଏଭଳି ପୂର୍ବାନୁମାନ କରିଛନ୍ତି । 

୨୨ ଓ ୨୩ ତାରିଖ ଦୁଇ ଦିନ ଗୁରୁଚାପ ବଳୟର ପ୍ରଭାବ ରହିବ । ବାୟୁମଣ୍ଡଳରେ ଜଳୀୟବାଷ୍ପର ମାତ୍ରା ବଢ଼ିଯିବ । ଏଥିପାଇଁ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ପଶ୍ଚିମା ଝଡ଼ର ପ୍ରଭାବ ରହିଲେ ଏଭଳି ସ୍ଥିତି ବଢ଼ିବ। ୨୧ ତାରିଖରୁ ଦେଶର ଉତ୍ତର ପଶ୍ଚିମ ଭାଗରେ ପଶ୍ଚିମା ଝଡ଼ର ପ୍ରଭାବ ରହିବା ସମ୍ଭାବନା ଥିବାରୁ ଓଡ଼ିଶାରେ ଶୀତର ପ୍ରକୋପ କମିବା ସହ କୁହୁଡ଼ିର ପ୍ରଭାବ ବଢ଼ିବ। ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଶୀତ ଅନୁଭୂତ  ହେଉଛି । 

ରବିବାର ରାତିରେ ୯ଟି ସହରରେ ପାରଦ ୧୦ ଡିଗ୍ରୀ ସେଲସିୟସ୍‌ ତଳେ ଥିଲା । ଜି ଉଦୟଗିରିରେ ପାରଦ ୪ ଡିଗ୍ରୀକୁ  ଖସି ଆସିଥିଲା । ସିମିଳିଗୁଡ଼ାରେ ୪.୯ଡିଗ୍ରୀ, ଫୁଲବାଣୀରେ ୭, ରାଉରକେଲାରେ ୭.୨, ଝାରସୁଗୁଡ଼ାରେ ୭.୭, ଦାରିଙ୍ଗବାଡ଼ିରେ  ୯, କିରେଇରେ ୯.୩, ଚିପିଲିମାରେ ୯.୮, ଭବାନୀପାଟଣାରେ ୯.୯, ସୁନ୍ଦରଗଡ଼ରେ ୧୦.୨, କେନ୍ଦୁଝରରେ ୧୦.୬, ବଲାଙ୍ଗିର ଓ  କୋରାପୁଟରେ ୧୧, ସୋନପୁରରେ ୧୧.୬, ହୀରାକୁଦରେ ୧୧.୭ ଓ ରାୟଗଡ଼ାରେ ୧୨.୨ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.