ଭୁବନେଶ୍ୱର,୦୬/୦୧: ରାତିତାପମାତ୍ରା ୨ରୁ ୪ଡିଗ୍ରୀ ଯାଏ କମିପାରେ ।ଏଥିପାଇଁ ଶୀତ ବଢ଼ିବ । ଢେଙ୍କାନାଳ,ନୟାଗଡ଼, ଗଞ୍ଜାମ, କଟକ, ଗଜପତି ଓ କନ୍ଧମାଳରେ ଘନ କୁହୁଡ଼ି ମଧ୍ୟଦେଖାଦେବ । ପାଣିପାଗ ବିଭାଗ ଏହିପୂର୍ବାନୁମାନ କରିଛି ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି,ଆସନ୍ତା ତିନି ଦିନରେ ସାରା ରାଜ୍ୟରେରାତି ତାପମାତ୍ରା ପ୍ରାୟ ୩ ଡିଗ୍ରୀ ଯାଏକମିପାରେ । ପରବର୍ତ୍ତୀ ତିନି ଦିନରେସର୍ବନିମ୍ନ ତାପମାତ୍ରା ପୁଣି ୨ ଡିଗ୍ରୀବଢ଼ିବ । ମକର ସଂକ୍ରାନ୍ତି ଯାଏ ଏହାଅପରିବର୍ତ୍ତିତ ରହିପାରେ । ୧୦ ତାରିଖରାତିରେ ଭୁବନେଶ୍ୱର ଓ ବ୍ରହ୍ମପୁରସମେତ ଦକ୍ଷିଣ ଉପକୂଳରେ ଶୀତ ସାମୟିକ ଭାବେ କମିପାରେ । ୧୧ତାରିଖରେ ଶୀତ ପୁଣି ଲେଉଟିବ । ଆସନ୍ତା ଦୁଇ ଦିନ ଯାଏ ନୟାଗଡ଼,ଢେଙ୍କାନାଳ ଓ ଆଭ୍ୟନ୍ତର ଗଞ୍ଜାମରେକୁହୁଡ଼ି ଦେଖା ଦେଇପାରେ । କିନ୍ତୁ ପ୍ରାୟ୧୦ ଦିନ ଯାଏ ଭୁବନେଶ୍ୱର ଓ କଟକରେକୁହୁଡ଼ି ଆଶଙ୍କା ନାହିଁ । ମକର ସଂକ୍ରାନ୍ତିପରେ ଭୁବନେଶ୍ୱର, ପୁରୀ, ବ୍ରହ୍ମପୁରସମେତ ଦକ୍ଷିଣ ଉପକୂଳରେ ଶୀତକମିପାରେ ବୋଲି ପ୍ରଫେସର ପଶୁପାଳକକହିଛନ୍ତି ।
ମଙ୍ଗଳବାର ରାତିରେଝାରସୁଗୁଡ଼ା ଓ ରାଉରକେଲାରେ ପାରଦ ୭ ଡିଗ୍ରୀ ରହିପାରେ । ଫୁଲବାଣୀରେ ୮ଡିଗ୍ରୀ, ବୌଦ୍ଧ ଓ କୋରାପୁଟରେ ୯,କେନ୍ଦ୍ରାପଡ଼ାରେ ୧୦, ଜଗତସିଂହପୁର, ଯାଜପୁର, ଭଦ୍ରକ, ଅନୁଗୁଳ ଓବାଲେଶ୍ୱରରେ ୧୧ ଡିଗ୍ରୀ ରହିପାରେ । ଢେଙ୍କାନାଳ, କଟକ, ଦେବଗଡ଼,ବାରିପଦା ଓ ମାଲକାନଗିରିରେ ୧୨ଡିଗ୍ରୀ ରହିପାରେ ବୋଲି ପାଣିପାଗବିଭାଗ ଆକଳନ କରିଛି । ରବିବାରରାତିରେ ଦାରିଙ୍ଗବାଡ଼ିରେ ପାରଦ ୮.୫ଡିଗ୍ରୀ ଥିଲା । ଜି ଉଦୟଗିରିରେ ୯.୮,ଫୁଲବାଣୀରେ ୧୦, କୋରାପୁଟରେରାତି ତାପମାତ୍ରା ୧୦.୪ ଡିଗ୍ରୀ ଥିଲା ।