ପ୍ରମୂଖ ଖବର
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ରାଜ୍ୟରେ ଉପରମୁହାଁ ପାରଦ: ୩୪ ଡିଗ୍ରୀ ଉପରେ ୬ ସହରର ତାପମାତ୍ରା, ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ

Published By : Prameya | March 16, 2025 1:47 PM

ଭୁବନେଶ୍ୱର ୧୬/୦୩: ରାଜ୍ୟରେ ଉପରମୁହାଁ ପାରଦ।। ପୂର୍ବରୁ ପଶ୍ଚିମ, ଉତ୍ତରରୁ ଦକ୍ଷିଣ ଗରମ ସାଙ୍ଗକୁ ଗୁଳୁଗୁଳି କରୁଛି କଲବଲ। ଆସନ୍ତା ୩ ଦିନ ତାତିରୁ ମିଳିବନି ନିସ୍ତାର। ସିଝାଇବ ପ୍ରଚଣ୍ଡ ଖରା। ସିଭିୟର ହିଟ୍ ୱେଭ୍ ନେଇ ପଶ୍ଚିମ ଓଡ଼ିଶାର ୩ ଜିଲ୍ଲାକୁ ରେଡ୍ ଆଲର୍ଟ ଜାରି। ଦିନ ସାଢ଼େ ୧୧ଟା ସୁଦ୍ଧା। ରାଜ୍ୟ ସବୁଠୁ ଉତ୍ତପ୍ତ ସହର ପାଲଟିଲା ଝାରସୁଗୁଡ଼ା। ୩୭ ଡିଗ୍ରୀ ଟପିଲା ତାପମାତ୍ରା। ୩୪ ଡିଗ୍ରୀ ଉପରେ ୬ ସହରର ପାରଦ। କେନ୍ଦୁଝରରେ ୩୬.୪ ଡ଼ିଗ୍ରୀ, ସମ୍ବଲପୁରରେ ୩୬.୨ ଡ଼ିଗ୍ରୀ, ରାଉରକେଲାରେ ୩୫.୪ ଡ଼ିଗ୍ରୀ, ହୀରାକୁଦରେ ୩୪.୨ ଡ଼ିଗ୍ରୀ ଏବଂ ଚାନ୍ଦବାଲିରେ ୩୪.୨ ଡ଼ିଗ୍ରୀ ରେକର୍ଡ ହୋଇଛି । 

ରବିବାର ପାଇଁ ଜାରି ହୋଇଛି ସିଭିୟର ହିଟ୍ ୱେଭ୍ ଆଲର୍ଟ । ଝାରସୁଗୁଡା, କଳାହାଣ୍ଡି ଓ ସମ୍ବଲପୁର ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି । ଅନୁଗୁଳ, ସୁନ୍ଦରଗଡ, ସୋନପୁର ଓ ବୌଦ୍ଧରେ ଅତ୍ୟଧିକ ଖରା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, ବଲାଙ୍ଗୀର, ଗଜପତି, କଟକ ଓ ଖୋର୍ଦ୍ଧାରେ ପ୍ରବଳ ଖରା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗରମ ଓ ଗୁଳୁଗୁଳି ନେଇ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.