ଭୁବନେଶ୍ୱର,୦୭/୧୧: ରାଜ୍ୟର  ୧୫ ସହରର ରାତି ତାପମାତ୍ରା ୨୦  ଡିଗ୍ରୀ ତଳେ ରହିଛି । ଫୁଲବାଣୀରେ ସବୁଠୁ କମ୍‌ ବା ୧୬ ଡିଗ୍ରୀ ତାପମାତ୍ରା  ରେକର୍ଡ ହୋଇଛି । ଦାରିଙ୍ଗିବାଡ଼ିରେ ରାତି  ତାପମାତ୍ରା ୧୬.୫ ଓ ନବରଙ୍ଗପୁରରେ  ୧୬.୬ ଡିଗ୍ରୀ ରହିଥିଲା । ବିଭିନ୍ନ ସ୍ଥାନରେ ଏବେ ଶୀତ ଅନୁଭୂତ ହେବା ଆରମ୍ଭ  ହୋଇଛି । ରାତି ବେଳା ତାପମାତ୍ରା  ଖସିଯାଉଛି ।

ଭବାନୀପାଟଣା ଓ  ରାୟଗଡ଼ାରେ ୧୭ଡିଗ୍ରୀ, କୋରାପୁଟରେ  ୧୭.୮, ବଲାଙ୍ଗୀରରେ ୧୭.୯,  ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ୧୮.୨,  ଅନୁଗୁଳରେ ୧୮.୬, ରାଉରକେଲାରେ ୧୮.୮, ହୀରାକୁଦରେ ୧୯.୧, ସୋନପୁର  ଓ ଟିଟିଲାଗଡ଼ରେ ୨୦, ମାଲକାନଗିରିରେ  ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ  ରେକର୍ଡ ହୋଇଛି । ସେହିଭଳି ୭  ଓ ୮ ତାରିଖରେ ପୁରୀ, ଗଞ୍ଜାମ,  ଗଜପତି, ଖୋର୍ଦ୍ଧା, ଜଗତସିଂହପୁର,  କେନ୍ଦ୍ରାପଡ଼ା ଓ ନୟାଗଡ଼ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି ।