ଭୁବନେଶ୍ୱର,୩୦/୧୧: ଦକ୍ଷିଣ- ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ  ଯୋଗୁ ରାଜ୍ୟରେ କୋହଲା ପାଗ ଜାରି ରହିବ । ଶନିବାର ଉପକୂଳ ଓଡ଼ିଶାର କିଛି ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ପାଗ କୋହଲା ରହିବା ସହ କନ୍ଧମାଳ ଓ କଳାହାଣ୍ଡିରେ  ଘନ କହୁଡ଼ି ହେବାର ଆଶଙ୍କା ରହିଛି । କୋହଲା ପାଗ ଯୋଗୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିଛି । 

ଶୁକ୍ରବାର ରାଜ୍ୟର ବିଭିନ୍ନ  ସ୍ଥାନରେ ପାରଦ ତଳକୁ ଖସିଛି । କୋରାପୁଟରେ ସର୍ବନିମ୍ନ ତାପମାତ୍ରା  ୯.୪ ଡିଗ୍ରୀ ରହିଥିଲା । ସେହିପରି ଫୁଲବାଣୀରେ ୧୦.୫, ଦାରିଙ୍ଗବାଡ଼ିରେ  ୧୩.୫, ସୁନ୍ଦରଗଡ଼ ୧୨.୫, ବୌଦ୍ଧ  ୧୨.୫, ଭୁବନେଶ୍ୱରରେ ୨୧.୫ ଡିଗ୍ରୀ  ରହିଛି । ଭୁବନେଶ୍ୱର ସମେତ କିଛି  ସ୍ଥାନରେ ହାଲୁକା ବର୍ଷା ହୋଇଛି ।