ଭୁବନେଶ୍ୱର ୧୪/୦୧: ରାଜ୍ୟରେ ଶୀତ ସାମାନ୍ୟ କମିଛି । ଅଧିକାଂଶ ସ୍ଥାନରେ ରାତି ତାପମାତ୍ରା ବଢ଼ିଛି । ଶନିବାର ଜି ଉଦୟଗିରିରେ ରାତି ତାପମାତ୍ରା ୫.୨ ଡିଗ୍ରୀ ଥିଲା ।  ରବିବାର ଏହା ୭.୨ ଡିଗ୍ରୀକୁ ବଢ଼ିଛି । ରାଉରକେଲାରେ ୧୦ ଡିଗ୍ରୀରୁ ବଢ଼ି ୧୨ ଡିଗ୍ରୀରେ ପହଞ୍ଚିଛି । ୧୦ରୁ ଅଧିକ ସହରରେ ପାରଦ ୧୪ ଡିଗ୍ରୀରୁ ୧୬  ଡିଗ୍ରୀ ରହିଛି । ରାତି ତାପମାତ୍ରା ବଢ଼ିବା ଯୋଗୁ ଶୀତ ସାମାନ୍ୟ କମିଛି । ଆସନ୍ତା  ୪ ଦିନ ଯାଏ ଏଭଳି ସ୍ଥିତି ଜାରି  ରହିବ । ଏହାପରେ ରାତି ତାପମାତ୍ରା  ୨ରୁ ୪ ଡିଗ୍ରୀ ଖସିବ ବୋଲି ପାଣିପାଗ  ବିଭାଗ ପୂର୍ବାନୁମାନ କରିଛି ।