ଭୁବନେଶ୍ୱର,୧୩/୦୬: ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ ହୋଇଛି । ଏହା  ଭବାନୀପାଟଣା ଓ ପୁରୀକୁ ଅଗ୍ରସର ହୋଇଛି । ରାଜ୍ୟର ଅନ୍ୟ ସ୍ଥାନକୁ ଅଗ୍ରସର ପାଇଁ  ପାଣିପାଗ ସ୍ଥିତି ଅନୁକୂଳ ରହିଛି । ଶୁକ୍ରବାର ଠାରୁ ମୌସୁମୀ ବର୍ଷା ବଢ଼ିବ । ୧୫ ତାରିଖରୁ  କିଛି ସ୍ଥାନରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

୧୩ ତାରିଖରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, କେନ୍ଦ୍ରାପଡ଼ା,  କୋରାପୁଟ, ମାଲକାନଗିରି ଓ ରାୟଗଡ଼ାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ । ଉପକୂଳ  ଓଡ଼ିଶା ଓ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ପଶ୍ଚିମ ଓଡ଼ିଶାରେ ବର୍ଷା ସମ୍ଭାବନା ଅଛି । ୧୪  ତାରିଖରେ ମଧ୍ୟ ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହୋଇପାରେ । ୧୫  ତାରିଖରେ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଓ ନୂଆପଡ଼ାରେ  ପ୍ରବଳ ବର୍ଷା ସମ୍ଭାବନା ଅଛି । 

୧୬ରେ ମୟୂରଭଞ୍ଜ, କେନ୍ଦୁଝର, ମାଲକାନଗିରି,  କୋରାପୁଟରେ ପ୍ରବଳରୁ ଅତିପ୍ରବଳ ଆଶଙ୍କା ଅଛି । ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ନବରଙ୍ଗପୁର, ରାୟଗଡ଼ା ଓ ଗଜପତିରେ ପ୍ରବଳ ବର୍ଷା  ହୋଇପାରେ । ୧୭ ଓ ୧୮ରେ ଉତ୍ତର ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ବର୍ଷା  ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । 

ଗୁରୁବାର ଭୁବନେଶ୍ୱରରେ ୧୨.୨ମିମି,  ଚାନ୍ଦବାଲିରେ ୧୨, ବଲାଙ୍ଗିରରେ ୫.୬, ଖୋର୍ଦ୍ଧା ଓ କେନ୍ଦ୍ରାପଡ଼ାରେ ୫ମିମି ବର୍ଷା ହୋଇଛି ।