ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ଆସନ୍ତା ୪ ଦିନ ଯାଏ ଖସିବନି ଶୀତର ପ୍ରକୋପ, ପଶ୍ଚିମ ଓଡ଼ିଶାରେ ୩ଦିନ କୁହୁଡ଼ି, ଜି. ଉଦୟଗିରି ଥଣ୍ଡା ସହର

Published By : Prameya | November 19, 2024 7:27 AM

ଭୁବନେଶ୍ୱର,୧୯/୧୧: ଆସନ୍ତା ୪ଦିନ ଯାଏ ରାଜ୍ୟରେ ଶୀତ ପ୍ରକୋପ କମିବନି । ବାହାରକୁ ବାହାରିଲେ କୋହଲା ପବନ ଦେହ, ହାତ ଥରାଇ ଦେବ। ରାତି ବଢ଼ିଲେ  ଶୀତ ବଢ଼ିବ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି ।

ସୋମବାର ରାଜ୍ୟର ୧୨ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ  ଥିଲା । ଜି ଉଦୟଗିରିରେ ପାରଦ ସବୁଠୁ କମ୍‌ ବା ୭.୨  ଡିଗ୍ରୀ ସେଲସିୟସ୍‌କୁ ଖସି ଆସିଥିଲା । ଫୁଲବାଣୀରେ  ୧୦.୫ଡିଗ୍ରୀ, ଅନୁଗୁଳରେ ୧୧.୬, ଦାରିଙ୍ଗିବାଡ଼ିରେ  ୧୧.୫, ରାଉରକେଲାରେ ୧୨.୨, ଝାରସୁଗୁଡ଼ାରେ  ୧୨.୪, ଭବାନୀପାଟଣାରେ ୧୩, କେନ୍ଦୁଝର ଓ  ସୁନ୍ଦରଗଡ଼ରେ ୧୪, ନବରଙ୍ଗପୁରରେ ୧୪.୫, ବଲାଙ୍ଗୀର  ଓ ଢେଙ୍କାନାଳରେ ୧୪.୯, ସୋନପୁରରେ ୧୫.୧,  ନୟାଗଡ଼ରେ ୧୫.୪ ଡିଗ୍ରୀ ରେକର୍ଡ ହୋଇଛି। 

ଆସନ୍ତା ୪ରୁ ୫ ଦିନ ଯାଏ ରାଜ୍ୟର ଜିଲ୍ଲାଗୁଡ଼ିକର  ସର୍ବନିମ୍ନ ତାପମାତ୍ରାରେ ପରିବର୍ତ୍ତନ ସମ୍ଭାବନା ନାହିଁ ।  ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ବରଗଡ଼,  କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲାରେ ହାଲୁକାରୁ  ମଧ୍ୟମ ଧରଣର କୁହୁଡ଼ି ଦୃଶ୍ୟମାନ ହୋଇପାରେ  ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.