ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଫଗୁଣରେ ନିର୍ଘାତ ତାତି: ୪୦ ଡେଇଁଲା ପାରଦ, ୧୬ ଯାଏ ଜଳାଇବ ଖରା, ୧୭ରେ ପରେ କାଳବୈଶାଖୀ !

Published By : Prameya | March 13, 2025 7:27 AM

ଭୁବନେଶ୍ୱର,୧୩/୦୩: ଆରମ୍ଭ ହୋଇଗଲା ତାତି ମାଡ଼ । ଚଳିତବର୍ଷ ପ୍ରଥମ ଥର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଡେଇଁଲା । ତାତି ଆହୁରି ବଢ଼ିବ । ଆସନ୍ତା ୪ ଦିନ ନିର୍ଘାତ୍‌ ଜଳାଇବ । ହୋଲିରେ ପଶ୍ଚିମ ଓଡ଼ିଶା ୪୨ ଡିଗ୍ରୀ ତାଉରେ  ସିଝିବ, ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶା  ୩୯/୪୦ ଡିଗ୍ରୀ ଛୁଇଁପାରେ । 

ଅସ୍ୱାଭାବିକ ଭାବେ ବଢ଼ିଛି ଗରମ । ବୁଧବାର  ରାଜ୍ୟର ୧୨ଟି ସ୍ଥାନରେ ତାପମାତ୍ରା ୩୮ ଡିଗ୍ରୀ  ସେଲସିୟସ୍‌ ପାର୍‌ କରିଥିଲା । ବୌଦ୍ଧ ସବୁଠୁ ଉତ୍ତପ୍ତ ଥିଲା ବୁଧବାର । ପାରଦ ପହଞ୍ଚିଗଲା  ୪୦.୫ ଡିଗ୍ରୀ ସେଲସିୟସ୍‌ରେ । ଏହାବାଦ୍‌  ଆଉ ୬ ସହର ୩୯ ଟପିଥିଲା ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସତର୍କ କରାଇଛି, ଆସନ୍ତା ୧୬ ଯାଏଁ ରାଜ୍ୟର କେତେକ ଜିଲ୍ଲାରେ ଗ୍ରୀଷ୍ମ ଲହରୀ ଆଶଙ୍କା ରହିଛି । ଆସନ୍ତା ୪ ଦିନ ଭିତରେ ରାଜ୍ୟରେ ତାପମାତ୍ରା ୨ରୁ ୩  ଡିଗ୍ରୀ ସେଲସିୟସ୍‌ ବଢ଼ିପାରେ । ଦୋଳ ଓ ହୋଲି  ଦିନ ତାତି ପ୍ରକୋପ ବେଶି ରହିବ । ଗୁରୁବାର  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ  ସହରରେ ଗ୍ରୀଷ୍ମ ଲହରୀ ସ୍ଥିତି ରହିପାରେ ।  

ଶୁକ୍ରବାର ଏହି ୪ ସ୍ଥାନ ସମେତ ସୁନ୍ଦରଗଡ଼ ଓ  ଅନୁଗୁଳରେ ଗ୍ରୀଷ୍ମ ଲହରୀ ଅନୁଭୂତ ହେବ ।  ୧୫ ତାରିଖ (ଶନିବାର) ହୋଲି ଅବସରରେ  ସାଂଘାତିକ ରୂପ ନେଇପାରେ ତାତି ପ୍ରକୋପ ।  ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ବୌଦ୍ଧରେ  ଗ୍ରୀଷ୍ମ ଲହରୀ ନେଇ ଅରେଞ୍ଜ୍‌ ୱାର୍ଣ୍ଣିଂ ଜାରି  ହୋଇଛି । ଗ୍ରୀଷ୍ମ ଲହରୀ ପାଇଁ ସୋନପୁର,  ଅନୁଗୁଳ, ସୁନ୍ଦରଗଡ଼, ମୟୂରଭଞ୍ଜ, ବରଗଡ଼  ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।  ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼ ଓ ବୌଦ୍ଧରେ  ଦିନ ତାତି ସହ ନାକେଦମ କରିବ ଉତ୍ତପ୍ତ ରାତି ।  ରବିବାର ମଧ୍ୟ ୫ ଜିଲ୍ଲାରେ ଗ୍ରୀଷ୍ମ ଲହରୀ  କଲବଲ କରିପାରେ । 

ପାଣିପାଗ ବିଭାଗର ଆକଳନ କହୁଛି,  ଗୁରୁବାର ବଲାଙ୍ଗୀର ଓ ଝାରସୁଗୁଡ଼ାରେ ପାରଦ  ୪୧ ଡିଗ୍ରୀ ଛୁଇଁପାରେ । ରାଉରକେଲା, ବରଗଡ଼, ଟିଟିଲାଗଡ଼ ୪୦ ଡିଗ୍ରୀ ପହଞ୍ଚିପାରେ । ଉପକୂଳରେ  ଭୁବନେଶ୍ୱର ୩୮ ଡିଗ୍ରୀ ଛୁଇଁପାରେ । 

ଶୁକ୍ରବାର (ଦୋଳ ପୂର୍ଣ୍ଣିମା) ଦିନ ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶା ପୂରା ଜଳିବ । ଝାରସୁଗୁଡ଼ା  ୪୨ ଡିଗ୍ରୀ ଛୁଇଁବାବେଳେ ଟିଟିଲାଗଡ଼, ବଲାଙ୍ଗୀର,  ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ରାଉରକେଲା,  ଅନୁଗୁଳରେ ତାତି ୪୧ ଡିଗ୍ରୀ ରହିପାରେ ।  ଉପକୂଳ ଓଡ଼ିଶାରେ ଭୁବନେଶ୍ୱର, କେନ୍ଦ୍ରାପଡ଼ା,  ଚାନ୍ଦବାଲିରେ ପାରଦ ୩୯ ଡିଗ୍ରୀ ୩୯ ଡିଗ୍ରୀ  ରହିପାରେ । 

ଶନିବାର ପଶ୍ଚିମ ସେମିତି ଜଳିବ, ଉପକୂଳରେ ଆହୁରି ତାତି ବଢ଼ିବ ପାଣିପାଗ ବିଶେଷଜ୍ଞଙ୍କ କହିବାନୁସାରେ ବର୍ତ୍ତମାନ  ଉତ୍ତର ପଶ୍ଚିମ କିମ୍ବା ସାମୁଦ୍ରିକ ପବନ ରାଜ୍ୟକୁ  ଆସୁନାହିଁ । କେବଳ ପଶ୍ଚିମ ପଟୁ ଗରମ ପବନ  ଆସୁଛି । ଏ ସ୍ଥିତି ଆହୁରି ୪ ଦିନ ରହିବ । ଦୋଳ  ଓ ହୋଲିରେ ସାଂଘାତିକ ଗରମ ହୋଇପାରେ ।  ଉପକୂଳ ଓଡ଼ିଶା ୪୦ ଟପିପାରେ । ୧୭ ପରେ ଆଶ୍ୱସ୍ତି  ଆଣିପାରେ ଏକ ଟ୍ରଫଲାଇନ । ଏହା ପ୍ରଭାବରେ  ରାଜ୍ୟରେ କାଳବୈଶାଖୀ ହୋଇପାରେ । ବିଶେଷ  କରି ୧୯ ଓ ୨୦ରେ କାଳବୈଶାଖୀ ପ୍ରଭାବ ଅଧିକ  ରହିବା ସମ୍ଭାବନା ଅଛି। 

ବୁଧବାର ବଲାଙ୍ଗୀର ୩୯.୯  ଡିଗ୍ରୀ, ଟିଟଲାଗଡ଼ ୩୯.୫, ଝାରସୁଗୁଡ଼ା ୩୯.୪,  ସୁନ୍ଦରଗଡ଼ ୩୯.୪, ସମ୍ବଲପୁର ୩୯.୩, ବାରିପଦା  ସହର ୩୯ ଡିଗ୍ରୀରେ ଝାଇଁ ହୋଇ ଯାଇଥିଲା ।  ସୋନପୁର ୩୮.୯, ଭଦ୍ରକ ୩୮.୮, ହୀରାକୁଦ  ୩୮.୭, ରାଉରକେଲା ୩୮.୪, ଭବାନୀପାଟଣା  ୩୮.୪ ତାପମାତ୍ରା ଛୁଇଁଥିଲା । ଉପକୂଳରେ କଟକ,  ଚାନ୍ଦବାଲି ବି ୩୭ ଡିଗ୍ରୀ ପାର୍‌ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.