ପ୍ରମୂଖ ଖବର
  • ଇଣ୍ଡିଆ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟ,କ୍ୟାପ୍ଟେନ୍ ଶୁବମନଙ୍କ ଡବଲ ସେଞ୍ଚୁରୀ, ୫୧୦ ରନ୍‌ ପିଛା କରୁଛି ଘରୋଇ ଦଳ
  • ||
  • ମୟୂରଭଞ୍ଜ : କାଶିଆବେଡା ଗାଁରେ ଅଭାବନୀୟ ଘଟଣା, ଘରେ ପଶି ବୃଦ୍ଧଙ୍କୁ ଦଳିଦେଲା ଦନ୍ତା
  • ||
  • ଲଗାତାର ଘୂର୍ଣ୍ଣିବଳୟ, ଛାଡ଼ିବନି ବର୍ଷା : ଆଜି ସୁନ୍ଦରଗଡ଼କୁ ଅରେଞ୍ଜ, ୭ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||
  • ସରି ଆସୁଛି ଜନ୍ମବେଦୀରେ ଲୀଳାଖେଳା; ଆଜି ସନ୍ଧ୍ୟା ଦର୍ଶନ, ଆଡ଼ପ ମଣ୍ଡପରେ ଶେଷ ଦିଅଁ ଦେଖା
  • ||
  • କଳାହାଣ୍ଡି : ଲଗାଣ ବର୍ଷାର ପ୍ରଭାବ: ଥୁଆମୂଳ ରାମପୁରର ସ୍ଥିତି ବେହାଲ, ଜନଜୀବନ ପ୍ରଭାବିତ
  • ||

ମାସ ଶେଷ ଯାଏ କୋହଲା ପାଗ: ଆଜିଠୁ ବର୍ଷା ପ୍ରକୋପ କମିବ, ଉତ୍ତରରେ କିଛି ବର୍ଷା ସମ୍ଭାବନା

Published By : Prameya | October 26, 2024 7:46 AM

ଭୁବନେଶ୍ୱର,୨୬/୧୦: ବାତ୍ୟା ଦାନା ପ୍ରଭାବରେ ମାସ ଶେଷ ଯାଏ ପାଗ ମେଘୁଆ ରହିବ। ବିଭିନ୍ନ ସ୍ଥାନରେ  କାଁ ଭାଁ ବର୍ଷା ହେବ। ଶନିବାରଠୁ ବର୍ଷା ପ୍ରାୟତଃ କମିଯିବ । ୩୧ ତାରିଖ ତଥା ଦୀପାବଳି ଦିନ ସୁନ୍ଦରଗଡ଼, ଝାରସୁଗୁଡ଼ା  ସମେତ ଉତ୍ତର ପଶ୍ଚିମ ଆଭ୍ୟନ୍ତରରେ ବର୍ଷା ହୋଇପାରେ  ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ  ପଶୁପାଳକ ଆକଳନ କରିଛନ୍ତି । 

ଗତ କିଛି ସପ୍ତାହ ଧରି ରାଜ୍ୟରେ ପାଗ ଖରାଟିଆ ହେଉଥିଲା । ବାୟୁମଣ୍ଡଳରେ ଆର୍ଦ୍ରତା ଅଧିକ ରହିବା ଯୋଗୁ ଭୀଷଣ ଗୁଳୁଗୁଳି ଅନୁଭୂତ ହେଉଥିଲା । ଦିନରେ ଖରାଦିନ ଭଳି ଟାଣ ଖରା ଓ ଗରମ ଅନୁଭୂତ ହେଉଥିଲା । ପୂର୍ବ  କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ସ୍ଥିତି ପରେ ପାଗ  ଥଣ୍ଡା ପଡ଼ିଯାଇଛି । ଗତ ୨ଦିନ ଧରି ରାତି ବେଳା ସାମାନ୍ୟ  ଥଣ୍ଡା ଅନୁଭୂତ ହେଉଛି । 

ଗୁରୁବାର ଫୁଲବାଣୀରେ ରାତିର  ତାପମାତ୍ରା ସବୁଠୁ କମ୍‌ ବା ୧୭.୫ ଡିଗ୍ରୀ, ଅନୁଭୂତ ହୋଇଥିଲା । ଦାରିଙ୍ଗିବାଡ଼ି, ଢେଙ୍କାନାଳ, ଅନୁଗୁଳ, ନବରଙ୍ଗପୁର ଭଳି ସ୍ଥାନରେ ରାତିରେ ଥଣ୍ଡା ପଡ଼ିଥିଲା ।  ଏହି ୫ଟି ସ୍ଥାନର ତାପମାତ୍ରା ୨୦ ଡିଗ୍ରୀ ତଳେ ରହିଥିଲା । ଆଗକୁ ମଧ୍ୟ ଏହିଭଳି କୋହଲା ପାଗ ଜାରି ରହିବ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । 

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ  ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ଶନିବାର ପାଗ ମେଘୁଆ  ରହିବ । ବାତ୍ୟା ଦାନା ଦୁର୍ବଳ ହୋଇ ଲଘୁଚାପ ଅବସ୍ଥାକୁ  ଆସିବା ସହ ସନ୍ଧ୍ୟା ପରେ ମିଳେଇ ଯାଇପାରେ । ୨୭ରୁ ପାଗ  ଫିଟିବ । ତା’ ପରେ ଆଉ ବିଶେଷ ବର୍ଷା ସମ୍ଭାବନା ନାହିଁ ।  

ପ୍ରଫେସର ପଶୁପାଳକ ଚାଷୀଙ୍କୁ ପରାମର୍ଶ ଦେଇ  କହିଛନ୍ତି, ଯେଉଁମାନଙ୍କର ଫସଲ ନଷ୍ଟ ହୋଇଛି ସେମାନେ  ଆଗାମୀ ରବି ଫସଲ ପାଇଁ ନିଜ ଜମିକୁ ପ୍ରସ୍ତୁତ କରନ୍ତୁ ।  ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳ ବା ପୁରୀ, ଜଗତସିଂହପୁରର  ଖାଲୁଆ ଜମିରେ ନଭେମ୍ବର ମାସରେ ଧାନ ଚାଷ କରନ୍ତୁ ।  ସମୁଦ୍ର ପାଣି ମାଡ଼ି ଆସିଥିଲେ ଲୁଣି ପାଣିକୁ ସହି ପାରୁଥିବା  କିସମର ଧାନ ବିହନ ଲଗାନ୍ତୁ । କମ୍‌ ଦିନିଆ ବୁଟ କିସମ  ମଧ୍ୟ ଲୁଣା ମାଟିରେ ଭଳ ଅମଳ କ୍ଷମ ହୋଇପାରିବ ।  ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଶୀ ମୁଗ ଚାଷ କରିପାରିବେ ।  

ଶୀତ ଅଧିକ ଅନୁଭୂତ ହେଉଥିବା ସ୍ଥାନରେ ମୁଗ  କିସମ ଲାଗି ପାରିବ । ରବି ପନିପରିବା ଲଗାନ୍ତୁ । ଏବେ  ଚିନାବାଦାମ, ସୂର୍ଯ୍ୟମୁଖୀ ଓ ସୋରିଷ ଲଗାଇପାରିବେ ।  ଯେଉଁମାନଙ୍କର ଧାନ ପାଚିଯାଇଛି କିନ୍ତୁ ବିଲରୁ  କଟାଯାଇନି, ସେମାନେ ତୁରନ୍ତ କାଟି ନିରାପଦ ସ୍ଥାନ ରଖନ୍ତୁ ।  ନଚେତ୍‌ ୩ ପ୍ରତିଶତ ଲୁଣି ପାଣି ସିଞ୍ଚନ କରନ୍ତୁ । ଯେଉଁ ସ୍ଥାନରେ  ବାତ୍ୟା ଜନିତ ବର୍ଷା ହୋଇନି ଓ ଝିପିଝିପି ବର୍ଷା ଲାଗି ରହିଛି,  ସେଠାରେ ଚକଡ଼ା ପୋକର ପ୍ରାର୍ଦୁଭାବ ବଢ଼ିପାରେ । ଏହାକୁ  ଦମନ କରିବାକୁ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.