ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜ୍ଞାମାଳ ବିଜେ ପରେ ଶରଧାବାଲିରେ ଦକ୍ଷିଣ ମୋଡ଼ ନେବ ତିନ ରଥ
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ସମଗ୍ର ଦେଶରେ ରିଲାଏନ୍ସର ସ୍ୱଚ୍ଛତା ଅଭିଯାନରେ ୭୫ ହଜାରରୁ ଅଧିକ ସ୍ୱେଚ୍ଛାସେବୀଙ୍କ ଅଂଶଗ୍ରହଣ

Published By : Ladu Kishor | October 4, 2024 10:39 PM

ମୁମ୍ବାଇ/ଭୁବନେଶ୍ୱର: ୭୫,୦୦୦ ରୁ ଅଧିକ ରିଲାଏନ୍ସ ସ୍ୱେଚ୍ଛାସେବୀ ଦେଶବ୍ୟାପୀ ସ୍ୱଚ୍ଛତା ହିଁ ସେବା ଜନ ଆନ୍ଦୋଳନର ଏକ ଅଂଶ ଭାବରେ ୪,୧୦୦ ସ୍ଥାନରେ ସ୍ୱଚ୍ଛତା ଡ୍ରାଇଭ୍‌ କରିଛନ୍ତି । ସାମିଲ ହୋଇଥିବା ସ୍ୱେଚ୍ଛାସେବୀ ମାନଙ୍କ ମଧ୍ୟରେ ୫୯ ହଜାରରୁ ଅଧିକ ରିଲାଏନ୍ସ କର୍ମଚାରୀ ଥିବା ବେଳେ ପ୍ରାୟ ୧୬ ହଜାର ଲୋକ ରିଲାଏନ୍ସ ଫାଉଣ୍ଡେସନର ବିଭିନ୍ନ ଅଭିଯାନ ସହିତ ଜଡିତ ରହିଛନ୍ତି । ରିଲାଏନ୍ସ କର୍ମଚାରୀଙ୍କ ସହିତ ସେମାନଙ୍କ ପରିବାର ଏବଂ ସମୁଦାୟର ଲୋକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ସମୁଦାୟ ୧୭ ହଜାରରୁ ଅଧିକ ଗଛ ଲଗାଯାଇଥିଲା  । ସ୍ୱଚ୍ଛତା ଡ୍ରାଇଭ ନେଇ ରିଲାଏନ୍ସ ଫାଉଣ୍ଡେସନର ସିଇଓ ଜଗନ୍ନାଥ କୁମାର କହିଛନ୍ତି, “ରିଲାଏନ୍ସ ପାଇଁ ସ୍ୱଚ୍ଛ ଭାରତ କେବଳ ଏକ ମିଶନ ନୁହେଁଟ୍ଟ ଆମ ରିଲାଏନ୍ସ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ପାଇଁ ପରିବେଶର ଯତ୍ନ ନେବା ପାଇଁ ଏହା ଏକ ସୁଯୋଗ  । ଏହି ବର୍ଷ, ରିଲାଏନ୍ସର 'ଉଇ କେୟାର ଫର ସ୍ୱଚ୍ଛତା' ଅଭିଯାନ ଭାରତ ସରକାରଙ୍କ ସ୍ୱଚ୍ଛତା ହିଁ ସେବା ଅଭିଯାନରେ ଆମର ଅଂଶଗ୍ରହଣର ଏକ ଦଶନ୍ଧି ସମ୍ପୂର୍ଣ୍ଣ କରିଛି । ରିଲାଏନ୍ସ ପରିବ୍ୟବସ୍ଥାରେ ସନ୍ନିବେଶିତ 'ଉଇ କେୟାର' ଦର୍ଶନ ଅନ୍ତର୍ଗତ ଆମର ଅଭିଯାନ ଏକ ସ୍ୱଚ୍ଛ ଏବଂ ସବୁଜ ଭାରତର ସୃଷ୍ଟି କରିବାକୁ ଲକ୍ଷ୍ୟ ରଖିଛି । ସମଗ୍ର ଭାରତରେ ସ୍ୱଚ୍ଛତା ପାଇଁ ସ୍ୱେଚ୍ଛାସେବୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏହି ଅଭିଯାନରେ ଯୋଗଦେବା ପାଇଁ ଜନ ସମୁଦାୟକୁ ଉତ୍ସାହିତ କରିବା ଆମର ଲକ୍ଷ୍ୟ ଥିଲା ।

ସେପ୍ଟେମ୍ବର ୧୭ ରୁ ଅକ୍ଟୋବର ୨ ମଧ୍ୟରେ ଭିଭିନ୍ନ ପ୍ରମୁଖ ଆବାସିକ ଅଞ୍ଚଳ, ବିଦ୍ୟାଳୟ, ବଜାର, ବେଳାଭୂମି, ଧାର୍ମିକ ସ୍ଥଳ, ରେଳ ଷ୍ଟେସନ, ବସ୍‌ ଷ୍ଟାଣ୍ଡ, ରାସ୍ତା, ପାର୍କ ଏବଂ ଅନ୍ୟାନ୍ୟ ସର୍ବସାଧାରଣ ସ୍ଥାନଗୁଡିକରେ ସ୍ୱଚ୍ଛତା ଡ୍ରାଇଭ୍‌ କରାଯାଇଥିଲା। ଏହା ବ୍ୟତୀତ ରିଲାଏନ୍ସ ସ୍ୱେଚ୍ଛାସେବୀ ମାନଙ୍କ ଦ୍ୱାରା ଆୟୋଜିତ ସଚେତନତା କୁଇଜ୍‌, ପେଣ୍ଟିଂ ଏବଂ ପ୍ରବନ୍ଧ ପ୍ରତିଯୋଗିତା ତଥା ଅନ୍ୟାନ୍ୟ କାର୍ଯ୍ୟରେ ୩୦,୦୦୦ ରୁ ଅଧିକ ପିଲା ଅଂଶଗ୍ରହଣ କରିଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.