ପ୍ରମୂଖ ଖବର
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ

Published By : Harapriya Sethi | May 9, 2025 9:06 AM

ବାଙ୍ଗିରିପୋଷି,୦୯/୦୫: ଏକ ବରଯାତ୍ରୀ ବସ୍ ସହ ଏକ କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ବସ୍‌ର ହେଲପର ଗୁରୁତର ହୋଇଛନ୍ତି । ଏହି ଦୁର୍ଘଟଣାରେ ୧୦ ରୁ ଉର୍ଦ୍ଧ୍ୱ ବରଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ହେଲପର୍‌ ସନ୍ୟାସୀ ମହାକୁଡ(୪୫) ବୋଲି ଜଣାପଡ଼ିଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଅଞ୍ଚଳର ୪୯ ନମ୍ୱର ଜାତୀୟ ରାଜପଥରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ବାଙ୍କି (ବିଜାତଳା)ରୁ ଖୁଣ୍ଟା ଅଭିମୁଖେ ୫୦ ରୁ ଉର୍ଦ୍ଧ୍ୱ ବରଯାତ୍ରୀ ନେଇ ଝୁନା ନାମକ ଏକ ଘୋରେଇ ବସ୍‌ ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ ନମ୍ୱର ଜାତୀୟ ରାଜପଥର ରଙ୍ଗ୍ ରାସ୍ତାରେ ଆସୁଥିଲା । ଏହି ସମୟରେ ଘାଟି ତଳ ଛକ ନିକଟର ବିପରୀତ ପାର୍ଶ୍ୱରୁ ଆସୁଥିବା ଏକ କଣ୍ଟେନର ଟ୍ରକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବସ୍‌ ହେଲପର୍‌ ସନ୍ୟାସୀ ମହାକୁଡ ଗୁରୁତର ହୋଇଥିବା ବେଳେ ୧୦ ରୁ ଉର୍ଦ୍ଧ୍ୱ ବରଯାତ୍ରୀ ଆହତ ହୋଇଥିଲେ । ସଙ୍ଗେ ସଙ୍ଗେ ସମସ୍ତ ଆହତଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ, ଅଗ୍ନିଶମ ବାହିନୀ ଓ ପୋଲିସ ସାହାଯ୍ୟରେ ବାଙ୍ଗିରିପୋଷି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା । ପୋଲିସ ତରଫରୁ ଦୁର୍ଘଟଣାଗ୍ରସ୍ତ ଗାଡି ଗୁଡିକୁ କ୍ରେନ୍ ସାହାଯ୍ୟରେ ହଟାଇ ଯାତାୟତ ସ୍ଵାଭାବିକ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.