କୋଲକାତା,୧।୫: ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସର ବଡ଼ ନେତାଙ୍କ ଉପରେ ହେଉଥିବା ଆକ୍ରମଣ ଭିତରେ ଏବେ ଆଉ ଜଣେ ଟିଏମ୍ସି ସାଂସଦଙ୍କୁ ଟାର୍ଗେଟ କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଦକ୍ଷିଣ ୨୪ ପ୍ରଗଣା ଜିଲ୍ଳାର ମଥୁରାପୁରରେ ରବିବାର ଏକାଠି କିଛି ଲୋକ ଟିଏମସି ସାଂସଦ ବାପି ହଲଦରଙ୍କ ଅଫିସ ଉପରେ ଆକ୍ରମଣ କରିଥିଲେ। ଏହାପରେ ପୁରା ଅଞ୍ଚଳରେ ପ୍ରବଳ ଉତ୍ତେଜନା ଲାଗି ରହିଥିଲା। ରିପୋର୍ଟ ଅନୁସାରେ, ଭିଡ ଖୁବ୍ ହ୍ରିଂସ ହୋଇଯାଇଥିଲେ। ଦେଖୁ ଦେଖୁ ଅଫିସର ଝରକାରେ ଥିବା କାଚ, ସାଇନବୋର୍ଡ୍ ଓ ଫର୍ନିଚରକୁ ସମ୍ପୂର୍ଣ୍ଣ ଭାବରେ ନଷ୍ଟ କରିଦେଇଥିଲେ।
ଗ୍ରାମବାସୀଙ୍କ ଅଭିଯୋଗ ଥିଲା ଯେ, ଏହି ଅଞ୍ଚଳରେ ଗରିବ ଓ ବନ୍ୟା ପୀଡିତଙ୍କ ପାଇଁ ଆସିଥିବା ସରକାର ବନ୍ୟା ରିଲିଫ୍ ସାମଗ୍ରୀକୁ ସାଂସଦ ନିଜ ଅଫିସ ଭିତରେ ଲୁଚାଇ ରଖିଥିଲେ। ଏହା ଜନତାଙ୍କ ନିକଟରେ ଯେପରି ନପହଁଞ୍ଚିବ ତାହା ତାଙ୍କର ଯୋଜନା ଥିଲା। ଲୋକଙ୍କ କହିବା ଅନୁସାରେ, ଟିଏମ୍ସି ସାଂସଦଙ୍କ ଏହି ଅଫିସ ଏକ ପୋଖରେ ଉପରେ ବେଆଇନ୍ ଦଖଲ କରେ କରାଯାଇଥିଲା।
ଅଫିସ ଉପରେ ହୋଇଥିବା ଏହି ଆକ୍ରମଣ ପରେ ବାପି ହଲଦର ସବୁ ଅଭିଯୋଗକୁ ତୁରନ୍ତ ଖଣ୍ଡନ କରିଛନ୍ତି। ସେ ଏଥିପାଇଁ ବିଜେପିକୁ ଦାୟୀ କରିଛନ୍ତି। ଟିଏମସି ସାଂସଦ କହିଛନ୍ତି, ପାର୍ଟି କାର୍ଯ୍ୟାଳୟରେ କିଛି ବି ବେଆଇନ ଭାବରେ ଜମା କରାଯାଇନଥିଲା। ଯାହାକି ଜିନିଷ ରଖାଯାଇଥିଲା, ଆମେ ନିଜ ଟଙ୍କାରେ କିଣିଥିଲୁ। ଯାହାଫଳରେ ବନ୍ୟା ସ୍ଥିତିରେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ କରିହେବ। ’ ମାମଲା ବିଗିଡିବାର ଦେଖି ପୋଲିସ ଉତ୍ୟକ୍ତ ଲୋକଙ୍କୁ ଘଉଡାଇ ଦେଇଥିଲା। ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଟିଏମ୍ସିର ମହାସଚିବ ଅଭିଷେକ ବାନାର୍ଜୀଙ୍କ ଉପରେଦକ୍ଷିଣ ୨୪ ପ୍ରଗଣାର ସୋନାରପୁରରେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଥିଲା। ସେଭଳି ତାଙ୍କ ପରେ ଟିଏମ୍ସି ସାଂସଦ କଲ୍ୟାଣ ବାନାର୍ଜୀଙ୍କ ଉପରେ ହୁଗୁଳିରେ ପୋଲିସ ଥାନା ବାହାରେ ବିଜେପି ସମର୍ଥକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା।