ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

Modi US Visit: ଏଲନ ମସ୍କଙ୍କ ପିଲାଙ୍କୁ କଣ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

Published By : Bijay Swain | February 14, 2025 9:40 PM

Image courtesy: indiatoday

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଲେ ଟେକ ବିଲିୟନିଓର ଏଲନ ମସ୍କ ଓ ତାଙ୍କ ପରିବାର। ମସ୍କଙ୍କ ପାର୍ଟନର ଶିଭୋନ ଜିଲିସ ଓ ତାଙ୍କ ଜାଆଁଳା ଶିଶୁଙ୍କ ସମେତ ତାଙ୍କ ପୂର୍ବ ପାର୍ଟନରଙ୍କ ପୁଅ ଏକ୍ସ ମଧ୍ୟ ଏହି ବୌଠକରେ ଉପସ୍ଥିତ ଥିଲେ। ୱାସିଂଟନସ୍ଥିତ ବ୍ଲେୟର ହାଉସରେ ବିଭିନ୍ନ ବିଷୟକୁ ନେଇ ପିଏମ ମୋଦିଙ୍କ ସହ ଆଲୋଚନା କରିଥିଲେ ଏଲନ ମସ୍କ। 

ବୈଠକ ଆରମ୍ଭ ହେବାର ଠିକ ପୂର୍ବରୁ ବ୍ଲେୟର ହାଉସରେ ମସ୍କଙ୍କ ପିଲାମାନଙ୍କୁ ପିଏମ ମୋଦି ଭାରତୀୟ ସଂସ୍କୃତି ସହ ଜଡିତ ତିନୋଟି ବହି ଉପହାର ଦେଇଥିଲେ। ଏହି ବହି ଭିତରେ ରବିନ୍ଦ୍ରନାଥ ଟାଗୋରଙ୍କ “ଦ କ୍ରିସେଣ୍ଟ ମୁନ”, “ଦ ଗ୍ରେଟ ଆରକେ ନାରାୟଣ କଲେକ୍ସନ” ଓ ପଣ୍ଡିତ ବିଷ୍ଣୁ ଶର୍ମାଙ୍କ “ପଞ୍ଚତନ୍ତ୍ର” ରହିଥିଲା। 

ଏହି ସମୟର ଫଟୋଗୁଡିକୁ ପିଏମ ମୋଦି ସୋଶିଆଲ ମିଡିଆ ଏକ୍ସରେ ପୋଷ୍ଟ କରିବା ସହ “ଏଲନ ମସ୍କଙ୍କ ପରିବାରକୁ ଭେଟିବା ଏବଂ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ଅତ୍ୟନ୍ତ ଆନନ୍ଦଦାୟକ ଥିଲା ବୋଲି” ଲେଖିଛନ୍ତି। 

ପୋଷ୍ଟ ହୋଇଥିବା ଫଟୋ ଗୁଡିକ ମଧ୍ୟରୁ ଗୋଟିକରେ ମସ୍କଙ୍କ ପିଲାମାନେ ପିଏମ ମୋଦିଙ୍କ ଦ୍ୱାରା ଦିଆଯାଇଥିବା ବହିକୁ ପଢୁଥିବା ନଜରକୁ ଆସୁଛନ୍ତି। 

ପିଏମ ମୋଦିଙ୍କ ଦ୍ୱାରା ଦିଆଯାଇଥିବା ବହି ବିଷୟରେ

ଦ ଗ୍ରେଟ ଆରକେ ନାରାୟଣ କଲେକ୍ସନ:- ଏହି ବହି ଭାରତର ଏକ ପ୍ରମୁଖ ଗପ ବହି ଭିତରୁ ଅନ୍ୟତମ। ବହିରେ ଅତି ସାଧାରଣ ଶୈଳିରେ ଗପ ଗୁଡିକ ଲେଖା ରହିଛି। ଗପଟି ମାଲଗୁଡି ନାମକ ଏକ କାଳ୍ପନିକ ସହରକୁ ନେଇ ଲେଖା ରହିଛି। ଏହି ଗପ ବହିରେ ନାରାୟଣ ତୃଣମୁଳ ସ୍ତରର ଭାରତୀୟ ଜୀବନି ଓ ସଂସ୍କୃତି ସହ ଜଡିତ ଗଳ୍ପ ସଂରଚନା କରିଛନ୍ତି। ଏଣୁ ଏହା ଭାରତୀୟ ସମସ୍କୁତିକୁ ବୈଶ୍ୱିକ ସ୍ତରରେ ମଧ୍ୟ ପ୍ରତିପାଦିତ କରିଥାଏ। 

ପଞ୍ଚତନ୍ତ୍ର:- ଏହି ବହି କେବଳ ଏକ ଗପ ବହି ନୁହେଁ। ଏହି ବହି ଗପ ଦ୍ୱାରା ନୀତିଶିକ୍ଷା ଦେଇଥାଏ। ଏହି ବହିରେ ଲେଖାଥିବା ଗପ ଗୁଡିକ ପ୍ରାଚୀନ ଭାରତୀୟ ସସ୍କୃତିରୁ ଜନ୍ମଲାଭ କରିଛନ୍ତି। ପଞ୍ଚତନ୍ତ୍ର ମିତ୍ରଭେଦ, ମିତ୍ରଲାଭ, କାକୋଲୁକ୍ୟୟମ, ଲବ୍ଧପ୍ରନସମ ଓ ଅପରିକ୍ଷିତକରକମ ଭଳି ପାଞ୍ଚ ଭାଗରେ ବିଭକ୍ତ। ଏହି ବହିରେ ଥିବା ଗଳ୍ପ ଗୁଡିକୁ ବିଶ୍ୱର ସର୍ବ ପୁରାତନ ଲେଖା ମଧ୍ୟରୁ ଅନ୍ୟତମ। ପଶୁପକ୍ଷୀମାନଙ୍କୁ ନେଇ ଲେଖାଥିବା ଏହି ଗଳ୍ପ ଉଭୟ ଶିଶୁ ଓ ବୟଷ୍କ ମାନଙ୍କ ଲାଗି ଉଦ୍ଦିଷ୍ଟ। 

ଦ କ୍ରିସେଣ୍ଟ ମୁନ:- ଏହି ବହିରେ ପିଲାବେଳର ଚରିତ୍ରକୁ ନେଇ କବିତା ଆକାରରେ ସଂକଳନ ରହିଛି। ଏହି ବହିଟି ପ୍ରମୁଖ ଭାବେ ଶିଶୁ ମାନଙ୍କ ପାଇଁ ଲେଖା ଉଲ୍ଲେଖ ରହିଛି। ପ୍ରକୃତି, ଖେଳ ଓ ବିଭିନ୍ନ ସମ୍ପର୍କକୁ ନେଇ ଗାତ ଓ ପଠନ ଶୈଳିରେ ଏହି ବହିରେ ଉଲ୍ଲେଖ ରହିଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.