ପ୍ରମୂଖ ଖବର
  • ରୁଷକୁ ଟ୍ରମ୍ପଙ୍କ ଅଲ୍ଟିମେଟମ୍, ୫୦ ଦିନ ମଧ୍ୟରେ ଯୁଦ୍ଧ ବନ୍ଦ ନକଲେ ଲଗାଇବେ ଶତ ପ୍ରତିଶତ ଶୁଳ୍କ
  • ||
  • ଛୋଟ ଛୋଟ କଥାରେ ବିବାଦ ଯୋଗୁଁ ବିପଦରେ ପଡ଼ୁଛି ହିନ୍ଦୁ ବିବାହ, ଚିନ୍ତା ପ୍ରକାଶ କଲେ ବମ୍ବେ ହାଇକୋର୍ଟ
  • ||
  • ବାରଙ୍ଗ ବ୍ଲକ ଛକରେ ଆମ ବସ୍ ଧକ୍କାରେ ଯୁବକ ମୃତ, ଘଟଣାସ୍ଥଳରେ ଉତ୍ତେଜନା, ରାସ୍ତାରୋକ
  • ||
  • ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା, ଏମ୍ସରେ ପୀଡିତାଙ୍କୁ ଭେଟିଲେ ରାଷ୍ଟ୍ରପତି
  • ||
  • ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଗିରଫ
  • ||
  • ମାଲକାନଗିରି: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଗୁରୁତର, -ଜଙ୍ଗଲକୁ ଛତୁ ସଂଗ୍ରହ ପାଇଁ ଯାଇଥିବା ବେଳେ ଫୁଟିଲା ଲ୍ୟାଣ୍ଡମାଇନ୍‌
  • ||
  • କେନ୍ଦୁଝର : ଲଗାଣ ବର୍ଷାରେ ଅସ୍ତବ୍ୟସ୍ତ ତେଲକୋଇ, ପିଟାନାଳି ପୋଲ ଉପରେ ୩ ଫୁଟର ବନ୍ୟା ଜଳ ପ୍ରବାହିତ
  • ||
  • ଭୁବନେଶ୍ୱର : ମୃତ୍ୟୁ ସହ ସଂଘର୍ଷ କରୁଛି ଝିଅ, ସୁସ୍ଥ ହେବା ପାଇଁ ପ୍ରାର୍ଥନା କରନ୍ତୁ କହିଲେ ଏଫଏମ୍ କଲେଜ ପୀଡ଼ିତାଙ୍କ ବାପା
  • ||
  • ଗଞ୍ଜାମ : ମନ୍ଦିର ଗେଟ୍‌ରେ ପିଟିହେଲା ବାଇକ୍‌, ୨ ମୃତ
  • ||
  • ମହାମହିମଙ୍କ ଗସ୍ତ ପାଇଁ କମିଶନରେଟ୍‌ ପୁଲିସ ପକ୍ଷରୁ ଟ୍ରାଫିକ୍ କଟକଣା, ସହର ଭିତରକୁ ୨ ଦିନ ପାଇଁ ଭାରୀଯାନ ମନା
  • ||
  • ପାରାଦ୍ଵୀପର ପରିବା ମାର୍କେଟ୍‌ରେ ଅଗ୍ନିକାଣ୍ଡ, ୬ରୁ ଉର୍ଦ୍ଧ୍ଵ ଦୋକାନ ପୋଡ଼ି ପାଉଁଶ
  • ||
  • ଏଫଏମ୍‌ କଲେଜରେ ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା, ଆଜି ବାଲେଶ୍ୱର ଗସ୍ତ କରିବ ପିସିସି ଅନୁଧ୍ୟାନ କମିଟି
  • ||
  • ଶ୍ରାବଣ ସୋମବାର ଉପଲକ୍ଷେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା, ବାଲିରେ ଝଲସିଲେ ଦେବ ଦେବ ମହାଦେବ
  • ||
  • ଭେଣ୍ଟିଲେଟରରେ ମୃତ୍ୟୁ ସହ ଲଢୁଛନ୍ତି FM କଲେଜ ଛାତ୍ରୀ, ଭର୍ଚୁଆଲରେ ଦିଲ୍ଲୀ ଏମ୍ସର ପରାମର୍ଶରେ ଚାଲିଛି ଡାୟାଲିସିସ୍‌
  • ||
  • ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ, ଚିକେନ୍ ପ୍ରେମୀଙ୍କ ମନରେ ଛନକା, ଦୁଇ ଦିନରେ ମରାଗଲାଣି ୬,୭୩୧ କୁକୁଡ଼ା
  • ||
  • ମହାକାଶରୁ ଶୁଭାଂଶୁଙ୍କ ମେସେଜ୍, କହିଲେ ସାରେ ଜହାଁ ସେ ଅଛା, ହିନ୍ଦୁସ୍ତାନ ହମାରା, ଆଜି ମହାକାଶରୁ ପୃଥିବୀ ଅଭିମୁଖେ ଯାତ୍ରା
  • ||
  • ଲଣ୍ଡନ ସାଉଥ୍‌ଏଣ୍ଡ୍ ଏୟାରପୋର୍ଟରେ ବିମାନ ଦୁର୍ଘଟଣା, ଉଡ଼ାଣର କିଛି ସମୟ ଭିତରେ ଜଳିଗଲା ବିଚ୍‌କ୍ରାଫ୍ B200 ସୁପରକିଙ୍ଗ୍
  • ||
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି: ଏମ୍‌ସ, ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଦେବେ ଯୋଗ
  • ||
  • ବଙ୍ଗୋପସାଗରରେ ଯୋଡ଼ା ଲଘୁଚାପ ସକ୍ରିୟ: ଆଜି ୬ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୯ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ଶ୍ରାବଣ ମାସର ପ୍ରଥମ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

ଯଦି ବନ୍ଦ ହୋଇଯିବ ବ୍ୟାଙ୍କ ବା ଲାଇସେନ୍ସ ହୋଇଯିବ ରଦ୍ଦ , ତ ଆପଣଙ୍କ ଜମା ଟଙ୍କା କଣ ହେବ ?

Published By : Prameya | February 14, 2025 9:45 PM

ନୂଆଦିଲ୍ଲୀ : ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ନ୍ୟୁ –ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କ ଉପରେ ପ୍ରତିବନ୍ଧକ ଲଗେଇ ଦେଇଛି। ଯେଉଁ ଲୋକଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି, ସେମାନେ ଖୁବ୍‌ ଚିନ୍ତାରେ। କାହାର ଲକ୍ଷ ଲକ୍ଷ ଟଙ୍କା ଫସି ରହିଛି ତ ଆଉ କାହାର ବର୍ଷ ବର୍ଷ ଧରି ପେନସନ ବାହାରି ପାରୁନି। ଏମିତି ଲୋକେ ବ୍ୟାଙ୍କର ଶାଖା ଗୁଡ଼ିକରେ ଲମ୍ୱା ଧାଡ଼ିରେ ଠିଆ ହେଉଛନ୍ତି। ଏପଟେ ଆରବିଆଇ ପକ୍ଷରୁ କୁହାଯାଇଛି କି ଆଗାମୀ ୬ ମାସ ଯାଏ ବ୍ୟାଙ୍କରୁ ନେଣଦେଣ ହେବ ନାହିଁ । ଆସନ୍ତୁ ତାହେଲେ ଜାଣିବା ଏହି ଉପାୟରେ ସ୍ଥିତିରେ ଆପଣ ବ୍ୟାଙ୍କରୁ କେତେ ଟଙ୍କା ବାହାର କରି ପାରିବେ। 

ଯଦି ନ୍ୟୁଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କର କଥା କହିବା ତ, ବ୍ୟାଙ୍କ ଶାଖା ଗୁଡ଼ିକରେ ବଢୁ ଥିବା ଭିଡ଼କୁ ଦେଖି ଏକ ନମ୍ୱର ୯୭୬୯୦୦୮୫୦୧ ଜାରି କରିଛି। ଗ୍ରାହକ ଏହି ନମ୍ୱର ମାଧ୍ୟମରେ ବ୍ୟାଙ୍କରୁ ସବୁ ସୂଚନା ନେଇ ପାରିବେ ଏବଂ ଏହା ବ୍ୟତୀତ ବ୍ୟାଙ୍କ ଲକର ସିଷ୍ଟମକୁ ଚାଲୁ ରଖିଛି। ଲକର୍‌ରେ ଜମା କରାଯାଇ ଥିବା ଟଙ୍କା ଆକାଉଣ୍ଟଧାରୀ ବାହାର କରି ପାରିବେ। କିନ୍ତୁ ଆସନ୍ତୁ ଏମିତି ସ୍ଥିତିରେ ଆରବିଆଇର କଣ ନିୟମ ରହିଛି , ଜାଣିବା ...

ଆରବିଆଇ ପକ୍ଷରୁ ଏକ ଡିପୋଜିଟ୍‌ ଇନ୍ସୁରାନ୍ସ  ଆଣ୍ଡ କ୍ରେଡିଟ୍ ଗାରେଣ୍ଟି କର୍ପୋରେସନର ଗଠନ କରାଯାଇଛି, ଯାହା ଏମିତି ସ୍ଥିତିରେ ବ୍ୟାଙ୍କ୍‌  ଓ ବ୍ୟାଙ୍କ୍‌ ଗ୍ରାହକଙ୍କ ସାହାଯ୍ୟ କରିଥାଏ । ବ୍ୟାଙ୍କ ବନ୍ଦ ହେବା ପରେ ଟଙ୍କା କେତେ ମିଳିବ ଏହା ଡିଆଇସିଜିସି ହିଁ ସ୍ଥିର କରିବ। 

ଡିଆଇସିଜିସି କଣ ?

ଡିଆଇସିଜିସି ର ଅର୍ଥ ଜମା ବିମା ଓ ଋଣ ଗ୍ୟାରେଣ୍ଟି ନିଗମ ଏହି ନିଗମର ସ୍ଥାପନା ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ୧୯୭୮ରେ କରି ଥିଲା। ଏହି ନିୟମ ବ୍ୟାଙ୍କରେ ଯେଉଁ ଲୋକ ଟଙ୍କା ଜମା କରିଥାନ୍ତି , ତାଙ୍କୁ ଏକ ବୀମା କଭରେଜ୍‌ ପ୍ରୋଭାଇଡ୍‌ କରିଥାଏ। କେତେବେଳେ ଯଦି ବ୍ୟାଙ୍କ ଦେବାଳିଆ ବା ବନ୍ଦ ହୋଇ ଯାଏ , ତ ଏହି ଅନୁସାରେ , ଲୋକଙ୍କୁ ଟଙ୍କା ମିଳିଥାଏ। ବାସ୍ତବରେ ସେ ଟଙ୍କା ଇନ୍ୟୁରାନ୍ସର ହିଁ ହୋଇଥାଏ। ବ୍ୟାଙ୍କ ବନ୍ଦ ହେବା ବା ଦେବାଳିଆ ହେବାରେ ଏହାର ସିଧା ଟଙ୍କା ଗ୍ରାହକଙ୍କୁ ମିଳି ନଥାଏ। ଏହି ବୀମା କଭର , ପ୍ରତି ଜମାକାରୀଙ୍କୁ ୫ ଲକ୍ଷ ଟଙ୍କା ଯାଏ ହୋଇଥାଏ। ଏହି ସୀମା , ଜମାର ପ୍ରକାରକୁ ଖାତିର ନକରି ଲାଗୁ ହୋଇ ଥାଏ।

କେତେ ଟଙ୍କା ମିଳିଥାଏ – 

ଯଦି କୌଣସି ବ୍ୟାଙ୍କ ଏକା ଦେବାଳିଆ ହୋଇ ଯାଏ , ତ ଏହି ବ୍ୟାଙ୍କରେ ଗ୍ରାହକଙ୍କ ଟଙ୍କା ଡିଆଇସିଜିସି ଅନୁସାରେ ହିଁ ମିଳିଥାଏ। ଡିଆଇସିଜିସି ମୁତାବିକ , ବ୍ୟାଙ୍କ ବନ୍ଦ ହେବାରେ ଗ୍ରାହକଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିଥାଏ। ଏହାର ଅର୍ଥ ଯେ, ଯଦି କୌଣସି ବ୍ୟକ୍ତି କୌଣସି ବ୍ୟାଙ୍କରେ ୫ ଲକ୍ଷ ଟଙ୍କାରୁ ଅଧିକ ଜମା କରିଥାଏ, ସେତେବେଳେ ବି ତାଙ୍କୁ ୫ ଲକ୍ଷ ଟଙ୍କା ହିଁ ମିଳିବ। ଏହା ବ୍ୟତୀତ କାହାର ୫ ଲକ୍ଷ ଟଙ୍କାରୁ କମ୍‌ ଜମା ହେଲେ, ତାଙ୍କୁ ସେତିକି ହିଁ ଟଙ୍କା ମିଳିବ।   

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.