ଆଜିକାଲି ଜୀବନଶୈଳୀ ସହ ଖାଦ୍ୟପାନୀୟ ମଧ୍ୟ ବଦଳି ଚାଲିଛି । ପ୍ରୋସେସିଂ ଖାଦ୍ୟ ସାଙ୍ଗକୁ ପ୍ୟାକେଜଡ୍‌ ପାନୀୟ, ସୋଢା, ବିଭିନ୍ନ ସପ୍ଲିମେଣ୍ଟ୍ ଡାଏଟ୍‌ର ଅଭିନ୍ନ ଅଙ୍ଗ ହୋଇପଡିଛି । ଏପରି ଜୀବନଶୈଳୀ ଓ ଡାଏଟ୍‌ ଶରୀରରେ ପ୍ରଦାହ ସୃଷ୍ଟି କରୁଥିବା ବେଳେ ପୂର୍ବରୁ ଥିବା ରୋଗ ଯେପରିକି ମଧୁମେହ, ରକ୍ତଚାପ ଓ ମହିଳାମାନଙ୍କଠାରେ ପିସିଓଡିକୁ ଆହୁରି ବଢାଇ ଦେଇଥାଏ । ଫଳରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡାଏଟ୍‌ର କ୍ରୋଜ୍‌କୁ ଆହୁରି ବଢାଇଚାଲିଛି । କ୍ଲିନିକାଲ ଡାଏଟିସିଆନ୍‌ ସୁମାଇୟାଙ୍କ ଅନୁସାରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଡାଏଟ୍‌ କ'ଣ ଓ ଏହାର ଆବଶ୍ୟକତା । 

କାହିଁକି ଦରକାର ଏଭଳି ଡାଏଟ୍‌ ? 

ଏହା ଶରୀରର ପ୍ରଦାହକୁ କମ୍‌ କରିବାରେ ସାହାଯ୍ୟ କରିଥାଏ । ଏହି ଡାଏଟ୍‌ ନେବା ସମୟରେ ପ୍ରଦାହକୁ ବଢାଉଥିବା ଖାଦ୍ୟଠାରୁ ଦୂରେଇବାକୁ ପରାମର୍ଶ ଦିଆଯାଇଥାଏ । ଏହି ଡାଏଟ୍‌ ପୁରୁଣା ପ୍ରଦାହକୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରିଥାଏ । 

ଆଗ୍ରହ ବଢୁଛି କାହିଁକି ?

ଆଜିକାଲିର ଲୋକଙ୍କ ଭିତରେ ସ୍ୱାସ୍ଥ୍ୟ ସଚେତନତା ବଢିଚାଲିଛି । ଲୋକମାନେ ନିଜ ଶରୀରର ଆବଶ୍ୟକତା ବିଷୟରେ ଜାଣିପାରୁଛନ୍ତି । ନିଜକୁ ସୁସ୍ଥ ରଖିବା ପାଇଁ ସ୍ୱାସ୍ଥ୍ୟକର ଡାଏଟ୍‌ ଆପଣାଉଛନ୍ତି । ତେଣୁ ନିଜ ସମସ୍ୟାକୁ ଦୂର କରିବା ପାଇଁ ଏଭଳି ଖାଦ୍ୟକୁ ଗୁରୁତ୍ୱ ଦେଉଛନ୍ତି । 

ଏହାର ଫାଇଦା 

ଆଣ୍ଟି ଇନ୍‌ଫ୍ଲାମେଟୋରୀ ଡାଏଟ୍‌ ଜରିଆରେ ମଧୁମେହ, କୋଲେଷ୍ଟେରଲ୍‌ ଓ ରକ୍ତଚାପ ରୋଗୀଙ୍କ ସମସ୍ୟା ନିୟନ୍ତ୍ରିତ ରହିଥାଏ । ଏପରିକି ପେଟ ସମସ୍ୟା ମଧ୍ୟ ଦୂର ହୋଇଥାଏ । 

ଆଣ୍ଟି ଇନ୍‌ଫ୍ଲାମେଟୋରୀ ଡାଏଟ୍‌

ଯେ କୌଣସି ଅନ୍‌ପ୍ରୋସେସଡ୍‌ ଖାଦ୍ୟ, ଯାହା ପୋଷକ ତତ୍ତ୍ୱରେ ଭରା ଏବଂ ଆଣ୍ଟି ଅକ୍ସିଡାଣ୍ଟରେ ଭରା ହୋଇଥାଏ । ଯେପରିକି ଫଳ, ଶସ୍ୟ, ସ୍ୱାସ୍ଥ୍ୟକର ଫ୍ୟାଟ୍ସ, ସବୁଜ ପନିପରିବା, ଭିଟାମିନ୍‌-ସି ଓ ଓମେଗାଯୁକ୍ତ ଖାଦ୍ୟ, ଅଦା, ହଳଦୀ, ଅଲିଭ୍‌ ଅଏଲ୍‌, ନଟସ୍‌ ଓ ଫାଇବର । ଏସବୁ ଖାଦ୍ୟ ଆଣ୍ଟିଇନ୍‌ଫ୍ଲାମେଟୋରୀ ଡାଏଟ୍‌ ଶ୍ରେଣୀରେ ଅର୍ନ୍ତଭୁକ୍ତ । ବ୍ୟସ୍ତ ବହୁଳ ଜୀବନ ସତ୍ତେ୍ୱ ମଧ୍ୟ ଏହି ଡାଏଟ୍‌କୁ ଆପଣାଇବା ସହଜ । ସକାଳ ଜଳଖିଆରେ ଓଟସ୍‌ ସହ କ୍ଷୀର, ନଟ୍ସ ଓ ଚିଆ ସିଡ୍‌କୁ ସାମିଲ୍‌ କରିପାରିବେ । ସେହିପରି ମଧ୍ୟାହ୍ନ ଭୋଜନରେ ପନିର୍‌ ବା ଚିକେନ୍‌ ସହ ମଲ୍ଟିଗ୍ରେନ୍‌ ରୁଟି ଖାଇପାରିବେ । ସନ୍ଧ୍ୟାରେ ସେଓ ଓ ପିନଟ୍‌ ବଟର ନେଇପାରିବେ । ରାତ୍ରୀ ଭୋଜନରେ ଡାଲି, ରୁଟି କିମ୍ବା ହାଲ୍‌କା ସୁପ୍‌ ଖାଇପାରିବେ । ଡାଏଟ୍‌ରେ ସୁପ୍‌, ଜୁସ୍‌ ଓ ନଡିଆ ପାଣିକୁ ନିଶ୍ଚୟ ସାମିଲ୍‌ କରନ୍ତୁ ।