ନୂଆଦିଲ୍ଲୀ,୪।୧୧: ଆମେରିକା ପରେ ଏବେ କାନାଡା ଦେବ ଝଟକା। ଭାରତୀୟଙ୍କୁ ଜାରି ଅସ୍ଥାୟୀ ଭିସା ପରିମାଣ ରଦ୍ଦ କରିବା ଉପରେ ବିଚାର କରୁଛି। ଚଳିତ ବର୍ଷ ୭୪% ଭାରତୀୟ ଛାତ୍ରଙ୍କ ଷ୍ଟଡି ପରମିଟ୍ ରିଜେକ୍ଟ କରିସାରିଛି କାନାଡା।। ଏଥିପାଇଁ ଆମେରିକା ପ୍ରଶାସନର ମଧ୍ୟ ସାହାଯ୍ୟ ନେବ। ଏହା ପୂର୍ବରୁ ଆମେରିକାର ଟ୍ରମ୍ପ ସରକାର ଭାରତର H-1B ଭିସା ଶୁଳ୍କ ବୃଦ୍ଧି କରିବା ସହ ବିଭିନ୍ନ କଟକଣା ଲଗାଇଥିଲେ। ଏବେ କାନାଡା ସରକାର ସଂସଦରେ ବହୁ ପ୍ରତୀକ୍ଷିତ ବିଲ୍ ଜରିଆରେ ଅସ୍ଥାୟୀ ଭିସା ବହୁ ପରିମାଣରେ ରଦ୍ଦ କରିବାର ଶକ୍ତି ଚାହୁଁଛନ୍ତି। ଯାହାର ବ୍ୟବହାର ଭାରତରୁ ଯାଉଥିବା ନକଲି ଆବେଦନକୁ ରୋକିବା ପାଇଁ କରାଯାଇ ପାରେ। ଆଇଆରସିସି, ସିବିଏସ୍ଏ ଓ ଆମେରିକା ବିଭାଗ ପକ୍ଷରୁ କୁହାଯାଇଛି। ଏହି ନିୟମକୁ ଭାରତରୁ ଅସ୍ଥାୟୀ ଭିସା ଆବେଦନର ଠକେଇକୁ ରୋକିବା ପାଇଁ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ବିଲ୍ରେ କୁହାଯାଇଛି, ମହାମାରୀ କିମ୍ବା ଯୁଦ୍ଧ ସମୟରେ ବହୁତ ଗୁଡିଏ ଭିସା ଏକାଠି ରଦ୍ଦ କରାଯାଇପାରେ। ରିପୋର୍ଟ ଅନୁସାରେ କାନାଡୀୟ ଅଧିକାରୀ ଏଥିରେ କିଛି ଖାସ୍ ଦେଶର ଭିସାଧାରୀଙ୍କୁ ଟାର୍ଗେଟ କରିବାକୁ ଚାହାଁନ୍ତି। ଅସ୍ଥାୟୀ ନିବାସୀଙ୍କ ଭତରେ କାମ କରୁଥିବା, ବିଦେଶୀ ଛାତ୍ର ଓ ବୁଲିବାକୁ ଥିବା ଲୋକ ରହିଛନ୍ତି। H-1B ଭିସା ଶୁଳ୍କ ବଢାଇଥିଲେ। ସେ ଭିସା ଶୁଳ୍କକୁ ୧ ଲକ୍ଷ ଆମେରିକୀୟ ଡଲାର କରିବା ସହ ନୂତନ କଟକଣା ଲାଗୁ କରିଥିଲେ।
ଏହି ନିୟମ କାନାଡାର ସୀମାକୁ ମଜବୁତ କରୁଥିବା ଆଇନର ଅଂଶ ବୋଲି କୁହାଯାଉଛି। ଏଥିପାଇଁ ଆମେରିକା ପ୍ରଶାସନର ମଧ୍ୟ ସାହାଯ୍ୟ ନେବ କାନାଡା। ୨୦୨୫ରେ ଭାରତୀୟ ଛାତ୍ରଙ୍କ ପକ୍ଷରୁ ଦିଆଯାଇଥିବା ୭୪% ଭିସା ଆବେଦନକୁ କାନାଡା ସରକାର ରିଜେକ୍ଟ କରିସାରିଛନ୍ତି। ଭାରତର ଓ କାନାଡାର ସମ୍ପର୍କ ଜଷ୍ଟିନ୍ ଟ୍ରୁଡୋଙ୍କ ସମୟରୁ ଖରାପ ହେବା ଆରମ୍ଭ କରିଥିଲା। ଏଭଳି ସ୍ଥିତିରେ କାନାଡା ପକ୍ଷରୁ ଜାରି ଭିସା ନିୟମକୁ କଡା କଡି ଭାବରେ ଭାରତ ବିରୋଧରେ ଦେଖାଯାଉଛି। କାନାଡା ଇମିଗ୍ରେସନ୍ ମିନିଷ୍ଟରଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ରଖାଯାଇଛି, ଏହା ଅନୁସାରେ କାନାଡା ଇମିଗ୍ରେସନ୍ ରିଫ୍ୟୁଜି ଆଣ୍ଡ ସିଟିଜେନ୍ସିପ୍ ଡିପାର୍ଟମେଣ୍ଟ, କାନାଡା ବର୍ଡର ସର୍ଭିସେସ୍ ଏଜେନ୍ସି ଓ ଆମେରିକା ଅଥରିଟି ମିଶିକି କାମ କରିବେ।
ଏହା ଅନୁସାରେ, ଅଥରିଟିକୁ ଏହି ପାଓ୍ବାର ଦିଆଯିବ ଯେ, ସେ ଭିସାକୁ କେବେ ବି କ୍ୟାନସେଲ୍ କରିପାରିବେ ଅଥବା ଜାରି ନକରିବେ। ତେବେ ଏହି ବିଲ୍କୁ ନେଇ ବିବାଦ ଆରମ୍ଭ ହୋଇଛି। କାନାଡାରେ ପ୍ରଦର୍ଶନ ମଧ୍ୟ ଆରମ୍ଭ ହୋଇଛି। ବିଲ୍ରେ କୁହାଯାଇଛି,ମହାମାରୀ କିମ୍ବା ଯୁଦ୍ଧ ଭଳି ସ୍ଥିତିରେ ଏଭଳି ଭିସାକୁ ବହୁ ପରିମାଣରେ ରଦ୍ଦ କରିବାର ଅଧିକାର ରହିବ।କାନାଡା ଇମିଗ୍ରେସନ୍ ମିନିଷ୍ଟର ଲେନା ଦିୟାବ କହିଛନ୍ତି, ଆମ ସରକାରଙ୍କ ଏଭଳି ନିଷ୍ପତ୍ତି କୌଣସି ଦେଶ ବିରୋଧରେ ନୁହେଁ। ଆମର ପ୍ରସ୍ତବା ଏହା ଯେ, ମହାମାରୀ କିମ୍ବା ଯୁଦ୍ଧ ଭଳି ସ୍ଥିତିରେ ଏଭଳି ନିଷ୍ପତ୍ତି ନେଇ ହବେ। ଏହି ବିଲ୍ ସଂସଦରେ ଆଗତ କରାଯାଇଛି। ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସରକାର ଏହାକୁ ପାସ୍ କରିବାର ଚେଷ୍ଟା କରୁଛନ୍ତି। କାନାଡା ୩୦୦ ସିଭିଲ ସୋସାଇଟି ଗ୍ରୁପ୍ ଏହି ବିଲ୍କୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଏହା ସହ ତାକୁ ପାସ୍ କରିବାକୁ ବିରୋଧ କରିଛନ୍ତି। ତାଙ୍କ କହିବା ମତରେ ସରକାରଙ୍କୁ ଏହାଦ୍ବାରା ଶକ୍ତି ମିଳିଯିବ ବହୁ ପରିମାଣରେ ଲୋକଙ୍କୁ ଦେଶରୁ ବାହାର କରି ପାରନ୍ତି।