ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନ ପରେ କୋଟିପତି ବ୍ୟବସାୟୀ ଏଲନ ମସ୍କ ଅନେକ ସମୟରେ ଖବରର ଶିରୋନାମା ପାଲଟି ଥାନ୍ତି। ଏହିଥର ସେ ନିଜର ଏକ ସହରୀ ଆବାସୀୟ ଯୋଜନା ପାଇଁ ଚର୍ଚ୍ଚାରେ ଅଛନ୍ତି, ଯାହାକୁ ସେ ଟେକ୍ସାସରେ ସମୁଦ୍ର କୂଳରେ ତିଆରି କରିବାକୁ ଯାଉଛନ୍ତି। ସୂଚନା ରହିଛି କି, ଏଲନ ମସ୍କ ସ୍ପେସଏକ୍ସ ଲଞ୍ଚିଂ ଥିବା ସହର ଟେକ୍ସାସରେ ସ୍ପେସଏକ୍ସ ସହ ଜଡ଼ିତ କର୍ମଚାରୀଙ୍କ ପାଇଁ ଏକ ଅଲଗା ଓ ସମର୍ପିତ ସହର ତିଆରି କରିବାର ଯୋଜନା ଉପରେ କାମ କରୁଛନ୍ତି। ନିକଟବର୍ତ୍ତୀ ବର୍ଷରେ ମସ୍କ ଟେକ୍ସାସରେ ନିଜ କମ୍ପାନୀର ବିସ୍ତାର କରିଛନ୍ତି। ସେ କାଲିଫୋର୍ଣ୍ଣିଆରୁ ନିଜର କମ୍ପାନୀକୁ ଏଠାରେ ସ୍ଥାନାନ୍ତିରତ କରିଛନ୍ତି ଏବଂ ଟେକ୍ସାସର ଅନେକ ଅଞ୍ଚଳରେ ଅନେକ କାର୍ଯ୍ୟାଳୟ , ଗୋଦାମ ଓ ନିର୍ମାଣ ସୁବିଧା ଗୁଡ଼ିକ ସ୍ଥାପିତ କରିଛନ୍ତି। 

ଉଲ୍ଲେଖନୀୟ ଯେ, ଏକ ଦଶକ ପୂର୍ବେ ଯେବେ ଠାରୁ ଏଲନ ମସ୍କଙ୍କର ସ୍ପେସ୍‌ଏକ୍ସ ଟେକ୍ସାସ ତଟରେ ପରିଚାଳନା ଆରମ୍ଭ କରି ଥିଲେ , ସେବେ ଠାରୁ ମସ୍କଙ୍କର କମ୍ପାନୀ ମେକ୍ସିକୋ ସୀମାର ଆଖପାଖରେ ହଜାର ହଜାର ଚାକିରି ସୃଷ୍ଟି କରିଛନ୍ତି। ଖାଲି ଏତିକି ନୁହେଁ, ଏହି ସେଣ୍ଟରରୁ ଅନେକ ରକେଟ୍ ଲଞ୍ଚ କରାଯାଇଛି ଏବଂ ଷ୍ଟାରବେସ୍‌ ନାମକ କ୍ଷେତ୍ରରେ ଅନେକ ନୂଆ ନୂଆ ଘର ତିଆରି କରିଛନ୍ତି। ଏବେ ତାଙ୍କର ଯୋଜନା ପୂରା ସହର ପ୍ରତିଷ୍ଠା କରିବାକୁ ରହିଛି। 

ଷ୍ଟାରବେସ୍‌ ଏକ ତଟୀୟ ସହର ହେବ। ଏଲନ ମସ୍କ ହିଁ ଏହି ସହରର ନାମ ଷ୍ଟାରବସ୍‌ ପ୍ରସ୍ତାବିତ କରିଛନ୍ତି, ଯାହା ସ୍ପେସ୍‌ଏକ୍ସ ରକେଟ୍‌ ଲଞ୍ଚ ସାଇଟ୍‌ର ଆଖପାଖରେ କେନ୍ଦ୍ରିତ ଅଛି ଏବଂ ଏହା ଉପରେ ଆଧାରିତ ଅଛି। ମସ୍କଙ୍କର ଆଶା କି, ଏହି କ୍ଷେତ୍ରକୁ ସ୍ପେସଏକ୍ସର ପରିଚାଳନାରେ ସାହାଯ୍ୟ ମିଳିବ  , କାରଣ ଏହାର କର୍ମଚାରୀଙ୍କ ପାଇଁ କାର୍ଯ୍ୟସ୍ଥଳର ପାଖରେ ହିଁ ଏକ ସମର୍ପିତ ଓ ଅଫିସିଆଲି ସହର ହେବ , ଯେଉଁଠି ସବୁ ସୁବିଧାମାନ ଉପଲବ୍ଧ ହେବ। କେମରୁନ୍‌ କାଉଣ୍ଟିର ବିଚାରପତି ଏଡି ଟ୍ରେଭିନୋ ଜୁନିୟରଙ୍କ ଦ୍ୱାରା ଚଳିତ ବର୍ଷର ଆରମ୍ଭରେ ଜାରି କରାଯାଇ ଥିବା ଏକ ରିପୋର୍ଟ ଅନୁସାରେ , ଷ୍ଟାରବେସ୍ ସାଇଟ୍‌ରେ ବର୍ତ୍ତମାନରେ ୩,୪୦୦ରୁ ଅଧିକ ସ୍ପେସ୍‌ଏକ୍ସ କର୍ମଚାରୀ ଓ ଠିକାଦାର କାର୍ଯ୍ୟରତ ଅଛନ୍ତି।

ମସ୍କ ଅନେକ ବର୍ଷରୁ ସ୍ପେସଏକ୍ସ ଲଞ୍ଚ ସାଇଟ୍‌କୁ ସହରରେ ବଦଳାଇବାର ଆଇଡିଆ ଉପରେ କାମ କରୁଛନ୍ତି। ସ୍ପେସଏକ୍ସ ସର୍ବ ପ୍ରଥମେ ୨୦୨୧ରେ ଏହି ଯୋଜନା ବିଷୟରେ ଟେକ୍ସାସର କାମରନ୍‌ କାଉଣ୍ଟିର ଅଧିକାରୀଙ୍କୁ ସଂପର୍କ କରି ଥିଲେ। 

କହି ରଖୁଛୁ କି, ଏଲନ ମସ୍କ ୨୦୨୦ମସିହାରେ ଟେକ୍ସାସ ପକ୍ଷରୁ କମ୍ପାନୀ ଗୁଡ଼ିକୁ ସିଫ୍ଟ କରିବା ଆରମ୍ଭ କରି ଦେଇ ଥିଲେ। ଏଠାରେ ତାଙ୍କୁ ବ୍ୟବସାୟର ଅନୁକୂଳ ବାତାବରଣ ମିଳୁଛି। ଏହି ବର୍ଷ ଜୁଲାଇରେ , ମସ୍କ ସ୍ପେସଏକ୍ସ ଓ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସର ଅଫିସ କାଲିଫୋର୍ଣ୍ଣିଆରୁ ଟେକ୍ସାସ ନେଇ ଯିବାର ଘୋଷଣା କରି ଥିଲେ। ଏହାପରେ ସେପ୍ଟେମ୍ୱରରେ , ମସ୍କ ଏକ୍ସର ମୁଖ୍ୟାଳୟକୁ ସାନ ଫ୍ରାନ୍ସିସ୍କୋରୁ ଟେକ୍ସାସର ବାଷ୍ଟ୍ରୋପରେ ସ୍ଥାନାନ୍ତରିତ କରି ଥିଲେ , ଯାହା ଏକ ଦଶକରୁ ଅଧିକ ସମୟ ଧରି କାଲିଫୋର୍ଣ୍ଣିଆରେ ଥିଲା। ୨୦୨୧ରେ ଟେସ୍ଲାର ମୁଖ୍ୟାଳୟ ମଧ୍ୟ ଟେକ୍ସାସ ସ୍ଥାନାନ୍ତରିତ ହୋଇ ସାରିଛି , ହେଲେ ଏବେ ବି ଟେସ୍ଲାର ମାନୁଫ୍ୟାକ୍ଚରିଂ ଓ ଇଂଜିନିୟରିଂ ୟୁନିଟ୍‌ କାଲିଫୋର୍ଣ୍ଣିଆରେ ଅଛି।