ପ୍ରମୂଖ ଖବର
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଓ୍ବାର୍ଲ୍ଡକପରୁ କମ୍ ନୁହେଁ ଚାମ୍ପିୟନ୍ସ ଟ୍ରଫିର ଟୁର୍ଣ୍ଣାମେଣ୍ଟ, ଜାଣନ୍ତୁ ଦୁଇ ଆଇସିସି ଇଭେଣ୍ଟ ମଧ୍ୟରେ କେତେ ଫରକ

Published By : Gurupada Nath | February 15, 2025 4:56 PM

ମୁମ୍ବାଇ, ୧୫/୨ :   ଚାମ୍ପିୟନ୍ସ ଟ୍ରଫିକୁ ନେଇ ଏବେ ଚର୍ଚ୍ଚା ଲାଗି ରହିଛି । ବହୁ ଲମ୍ବା ସମୟ ପରେ ଏହା ଏବେ ଫେରିବାକୁ ଯାଉଛି । ଚାମ୍ପିୟନ୍ସ ଟ୍ରଫି ୨୦୨୫ରେ ବିଶ୍ବର ୮ଟି ଟିମ୍ ଭାଗ ନେବାକୁ ଯାଉଛନ୍ତି ଏବଂ ଏହି ଟୁର୍ଣ୍ଣାମେଣ୍ଟ ପ୍ରାୟ ୩ସପ୍ତାହ ଧରି ଚାଲିବ । ଯଦି ଆମେ ଦେଖିବା ତେବେ ଚାମ୍ପିୟନ୍ସ ଟ୍ରଫି ବି ବିଶ୍ବର ସବୁଠାରୁ ବଡ଼ କ୍ରିକେଟ ଟୁର୍ଣ୍ଣାମେଣ୍ଟରୁ ଗୋଟିଏ ଅଟେ । କିନ୍ତୁ ପ୍ରାୟ ସମୟରେ ତାକୁ ବିଶ୍ବକପ୍ ସହ ତୁଳନା କରାଯାଇଥାଏ ଏବଂ ଏହାକୁ ମିନି ବିଶ୍ବକପ୍ ବି କୁହାଯାଇଥାଏ । ଏହି ପ୍ରଶ୍ନ ଉଠିଥାଏ କି ଯେତେବେଳେ ଉଭୟ ଟୁର୍ଣ୍ଣାମେଣ୍ଟରେ ବିଶ୍ବର ଟପ୍ ଟିମ୍ ଭାଗ ନେଉଛନ୍ତି ତ ସେଥିରେ ଫରକ୍ କ’ଣ ରହିଛି । ଆସନ୍ତୁ ଜାଣିବା । 

ବିଶ୍ବକପର କଥା ଯଦି କୁହାଯାଏ ତ ଏହାର ଆରମ୍ଭ ୧୯୭୫ରେ ହୋଇଥିଲା ଏବଂ ଏହାକୁ ପ୍ରତି ୪ବର୍ଷରେ ଥରେ ଆଇସିସି ଏହାର ଆୟୋଜନ କରିଥାଏ । କ୍ରିକେଟ ଓ୍ବାର୍ଲ୍ଡକପ୍ ବିଶ୍ବର ସବୁଠାରୁ ଅଧିକ ଦେଖାଯାଉଥିବା ସ୍ପୋର୍ଟ୍ସ ଟୁର୍ଣ୍ଣାମେଣ୍ଟରୁ ଗୋଟିଏ ଅଟେ । ଯାହାର ନିକଟ ସଂସ୍କରଣର କଥା ଯଦି ଆମେ କହିବା ତେବେ ସେଥିରେ ୧୦ଟିମ୍ ଭାଗ ନେଇଥିଲେ । ଦ୍ବିତୀୟ ଏବଂ ଚାମ୍ପିୟନ୍ସ ଟ୍ରଫିର କଥା ଯଦି ଆମେ କହିବା ତେବେ ଏଥିରେ ସବୁବେଳେ ୮ଟିମ୍ ଭାଗ ନେଇଥାନ୍ତି । ଟିମର ସଂଖ୍ୟା ଚାମ୍ପିୟନ୍ସ ଟ୍ରଫି ଏବଂ ଓ୍ବାର୍ଲ୍ଡକପ ମଧ୍ୟରେ ବଡ଼ ଫରକ ଦେଖାଦେଇଥାଏ ।

ଉଭୟ ଟୁର୍ଣ୍ଣାମେଣ୍ଟରେ ଅନ୍ୟ ଗୋଟିଏ ବଡ଼ ପାର୍ଥକ୍ୟ ଏହା ରହିଛି କି ଆଇସିସି ୧୯୭୫ ପରେ ପ୍ରତି ୪ବର୍ଷ ମଧ୍ୟରେ ଓ୍ବାର୍ଲ୍ଡକପର ଆୟୋଜନ କରୁଛି । ଦ୍ବିତୀୟରେ ଚାମ୍ପିୟନ୍ସ ଟ୍ରଫିର ଆରମ୍ଭ ୧୯୯୮ରେ ହୋଇଥିଲା କିନ୍ତୁ ଓ୍ବାର୍ଲ୍ଡକପରୁ ଏହା ଭିନ୍ନ ଅଟେ । ଏହାର ଆୟୋଜନରେ କୌଣସି ସମୟ ସୀମା ନଥାଏ । ଚାମ୍ପିୟନ୍ସ ଟ୍ରଫି କେବେ ୨ବର୍ଷରେ ତ କେବେ ୩ବର୍ଷରେ କେବେ ୪ବର୍ଷ ପରେ ବି କରାଯାଇଥାଏ । ଏଥର ତ ଆଇସିସି ୮ବର୍ଷ ପରେ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରିବାକୁ ଯାଉଛି । ସଫା ସଫା ଯଦି ଆମେ କହିବା ତେବେ ଉଭୟ ଟୁର୍ଣ୍ଣାମେଣ୍ଟର ଆୟୋଜନର ଅବଧି ଭିନ୍ନ ଭିନ୍ନ ରହିଛି । ଆଇସିସି ଏହା ଘୋଷଣା କରିସାରିଛି କି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ବିଜେତାକୁ ପ୍ରାୟ ୧୯.୪୫କୋଟି ଟଙ୍କା ପ୍ରାଇଜ୍ ମନି ମିଳିବ । ସେହିଭଳି ଉପବିଜେତାକୁ ପ୍ରାୟ ୯.୭୨କୋଟି ଟଙ୍କା ପୁରସ୍କାର ରାଶି ରୂପରେ ମିଳିବ । ପ୍ରତ୍ୟେକ ସେମିଫାଇନାଲିଷ୍ଟ ଟିମକୁ ୪.୮କୋଟି ଏବଂ ଟୁର୍ଣ୍ଣାମେଣ୍ଟରେ ଭାଗ ନେବା ମାତ୍ରକେ ସମସ୍ତ ୮ଟିମକୁ ୧.୦୮କୋଟି ଟଙ୍କା ଦିଆଯିବ। 

୨୦୨୩ ଓ୍ବାର୍ଲ୍ଡକପରେ ଅଷ୍ଟେ୍ରଲିଆ ଚାମ୍ପିୟନ୍ସ ହୋଇଥିଲା । ଯାହାକୁ ୩୩.୨ କୋଟି ଟଙ୍କାର ପ୍ରାଇଜ୍ ମନି ମିଳିଥିଲା ଏବଂ ଉପବିଜେତା ଭାରତକୁ ୧୬.୬କୋଟି ଟଙ୍କା ମିଳିଥିଲା । ଏହି ସଂଖ୍ୟା କହୁଛି କି  ବିଶ୍ବକପର ପ୍ରାଇଜ୍ ମନି ଚାମ୍ପିୟନ୍ସ ଟ୍ରଫିର ତୁଳନାରେ ଦେଢ ଗୁଣା ଅଧିକ ଅଟେ । ପ୍ରକାଶ ଯେ, ଭାରତ ସେହି ଦେଶମାନଙ୍କ ମଧ୍ୟରେ ଗୋଟିଏ କି ଯିଏ ଚାମ୍ପିୟନ୍ସ ଟ୍ରଫି ଏବଂ ଓ୍ବାର୍ଲ୍ଡକପ୍ ଉଭୟ ଟ୍ରଫି ଜିତିଛି ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.