ନୂଆଦିଲ୍ଲୀ, ୦୪/୦୪ : ଏବେ ବିନା ପାସୱାର୍ଡରେ ହେବ ଲଗ୍-ଇନ୍। ମାର୍କେଟକୁ ଆସିବ ନୂଆ ବାୟୋମେଟ୍ରିକ୍ ସିଷ୍ଟମ। ପାସୱାର୍ଡ ମ୍ୟାନେଜର ଝିନଝଟ୍ରୁ ମିଳିବ ମୁକ୍ତି। ବିଭିନ୍ନ ଲଗ-ଇନ୍ ପ୍ରମାଣପତ୍ର ବି ମନେ ରଖିବାକୁ ପଡିବନି। ଫିଙ୍ଗର-ପ୍ରିଣ୍ଟ ଏବଂ ଫେସ୍ ସ୍କାନ୍ ଭଳି ବାୟୋମେଟ୍ରିକ୍ ଟେକ୍ନୋଲୋଜି ଠାରୁ ନିର୍ଭରତା କମିବ। ଡାଟା ସିକ୍ୟୁରିଟି ସହ ଜଡ଼ିତ ସମସ୍ୟାର ସମାଧାନ ହେବ। ନୂଆ ବିକଳ୍ପ ଖୋଜି ବାହାର କରିଛନ୍ତି ବୈଜ୍ଞାନିକ। ଏହି ନୂଆ ଟେକ୍ନୋଲୋଜିର ନାମ ଭାଇଟାଲ୍ ଆଇଡି। ଯାହାକି ମଣିଷ ଶରୀରରେ ସୃଷ୍ଟି ହେଉଥିବା କମ୍ପନକୁ ଅନୁଧ୍ୟାନ କରିବ। ହାର୍ଟବିଟ୍ ଏବଂ ନିଃଶ୍ଵାସରେ ଲଗ-ଇନ୍ ହୋଇଯିବ।

VitalID ପାଇଁ କୌଣସି ନୂତନ ହାର୍ଡୱେୟାର ଆବଶ୍ୟକ ନାହିଁ। ଆଧୁନିକ VR ଏବଂ AR ହେଡସେଟରେ ପୂର୍ବରୁ ଥିବା ମୋସନ୍ ସେନ୍ସରଗୁଡ଼ିକ ଏହି କାମ କରିପାରିବେ। ସିଷ୍ଟମ ଏହି ସେନ୍ସରଗୁଡ଼ିକୁ ବ୍ୟବହାର କରି ଶ୍ୱାସକ୍ରିୟା ଏବଂ ହୃଦସ୍ପନ୍ଦନ ଯୋଗୁଁ ହେଉଥିବା ସୂକ୍ଷ୍ମ ମସ୍ତିଷ୍କ କମ୍ପନ ଚିହ୍ନଟ କରିବ। ଏହାପରେ ସଫ୍ଟୱେର୍ ଅନ୍ୟାନ୍ୟ ଗତିବିଧି, ଯେପରିକି ମୁଣ୍ଡ ହଲାଇବା କିମ୍ବା ଚାଲିବା ଭଳି ଗତିବିଧିକୁ ବାଦ୍ ଦେଇ କେବଳ ବାୟୋଲୋଜିକାଲ ସିଗନାଲକୁ ଚିହ୍ନଟ କରିବ। ଏହା ପରେ ଆପଣଙ୍କ ପରିଚୟ ସୁନିଶ୍ଚିତ କରିବା ପାଇଁ ଏହି ସିଗନାଲଗୁଡ଼ିକୁ ଏକ ପୂର୍ବ-ସଂରକ୍ଷିତ ପ୍ରୋଫାଇଲ୍ ସହିତ ମେଳ କରିବ। ନ୍ୟୁ ଜର୍ସି ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି, ଟେମ୍ପଲ୍ ୟୁନିଭରସିଟି ଏବଂ ଟେକ୍ସାସ ଏ ଆଣ୍ଡ୍ ଏମ୍ ୟୁନିଭରସିଟିର ଗବେଷକମାନେ ଅଧ୍ୟୟନ କରି ନୂଆ ବାଟ କାଢିଛନ୍ତି। ଭବିଷ୍ୟତରେ ଭାଇଟାଲ୍ ଆଇଡି ସିଷ୍ଟମର ଆବଶ୍ୟକତା ବଢିବ।

ଅଧିକାଂଶ ବାୟୋମେଟ୍ରିକ୍ ସିଷ୍ଟମ୍, ଯେପରିକି ଫେସ୍ ସ୍କାନ୍, ଟିପଚିହ୍ନ, କିମ୍ବା ଆଖି ସ୍କାନିଂକୁ ନକଲ କରାଯାଇପାରିବ। କିନ୍ତୁ ମସ୍ତିଷ୍କ କମ୍ପନକୁ ନକଲ କରିବା ଅତ୍ୟନ୍ତ କଷ୍ଟକର। ଜଣେ ବ୍ୟକ୍ତି ଅନ୍ୟ ଜଣେ ବ୍ୟକ୍ତିର ନିଶ୍ୱାସକୁ ନକଲ କରିପାରିବ । ହେଲେ କୌଣସି ବ୍ୟକ୍ତିର ମସ୍ତିଷ୍କ କମ୍ପନକୁ କପି କରିବା ସମ୍ପୂର୍ଣ୍ଣ ଅସମ୍ଭବ। ତେଣୁ ଏହି ସିଷ୍ଟମ ଅଧିକ ସୁରକ୍ଷିତ। ଲଗଇନକୁ ହ୍ୟାକ୍ କରିବା ସମ୍ପୂର୍ଣ୍ଣ ଭାବେ ଅସମ୍ଭବ। ଏହା ଦ୍ବାରା ଲୋକଙ୍କ ଡାଟା ଚୋରି ହେବା ବଦଦଳ ସୁରକ୍ଷିତ ରହିବ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି।

ଆହୁରି ପଢନ୍ତୁ- ଖୁବଶୀଘ୍ର ପ୍ରକାଶ ପାଇବ CBSE ୧୦ମ ରେଜଲ୍ଟ ! ଡିଜିଲକରରେ ଏମିତି ଚେକ୍ କରନ୍ତୁ ନିଜର ମାର୍କସିଟ୍

ପ୍ରାୟ ୧୦ ମାସ ଧରି ୫୨ ଜଣଙ୍କ ଉପରେ ଏହି ପ୍ରଯୁକ୍ତିବିଦ୍ୟାର ପରୀକ୍ଷଣ କରାଯାଇଥିଲା। ଏଥିରେ ଜଣାପଡିଛି ଯେ ଏହି ସିଷ୍ଟମ ୯୫ % ରୁ ଅଧିକ ମାମଲାରେ ସଠିକ୍ ବ୍ୟବହାରକାରୀଙ୍କୁ ଚିହ୍ନଟ କରିପାରିଛି। ସେହିପରି ୯୮% ରୁ ଅଧିକ ମାମଲାରେ ଭୁଲ ବ୍ୟବହାରକାରୀଙ୍କୁ ଚିହ୍ନଟ କରିଛି। ୨୦୨୫ରେ ଏକ ପ୍ରମୁଖ ସାଇବର ସୁରକ୍ଷା ସମ୍ମିଳନୀରେ ଏହି ପ୍ରଯୁକ୍ତିବିଦ୍ୟାକୁ ସ୍ୱୀକୃତି ମିଳିଛି। ଏହି ଭାଇଟାଲ୍ ଆଇଡି ବର୍ତ୍ତମାନ ବଜାରରେ ଉପଲବ୍ଧ ହୋଇ ନାହିଁ। ମାତ୍ର ଏହା ଖୁବ୍ ଶୀଘ୍ର ମାର୍କେଟକୁ ଆସିଯିବ।