ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ନୂଆ ଆରବିଆଇ ଗଭର୍ଣ୍ଣରଙ୍କ ଆଗରେ ମୁଦ୍ରାସ୍ଫୀତିକୁ ସାମ୍ନା କରିବା ପାଇଁ ବଡ଼ ଚ୍ୟାଲେଞ୍ଜ

Published By : Soubhagya Ranjan | December 10, 2024 5:47 PM

Image source: Business Standard

ନୂଆଦିଲ୍ଲୀ,୧୦/୧୨: ସଞ୍ଜୟ ମାଲହୋତ୍ରା ଏମିତି ଏକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ର ଗଭର୍ଣ୍ଣର ଦାୟିତ୍ବ ସମ୍ଭାଳିବାକୁ ଯାଉଛନ୍ତି, ଯେତେବେଳେ ଆରବିଆଇ ଆଗରେ ବଡ଼ ପ୍ରଶ୍ନ ଠିଆ ହୋଇଛି ଯେ, ସେ ମୁଦ୍ରାସ୍ଫୀତି ପ୍ରତି ଅଧିକ ଧ୍ୟାନ ଦେବେ ନା ସୁସ୍ଥିଆ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ସୁଧ ହାର ହ୍ରାସ କରିବେ। ଗତ ଏକ ମାସ ଭିତରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପିୟୁଷ ଗୋୟଲ ଏବଂ ପେଟ୍ରୋଲିୟମ ମନ୍ତ୍ରୀ ହରଦୀପ ସିଂ ପୁରୀ ସୁଧହାର ହ୍ରାସ କରିବାକୁ ଦାବି କରି ଆସୁଛନ୍ତି। ଯେଉଁଭଳି ଭାବରେ ଦ୍ବିତୀୟ ତ୍ରୈମାସିକରେ ଆର୍ଥିକ ବିକାଶ ହାର ହ୍ରାସ ପାଇଛି, ସେଥିରେ ଋଣକୁ ଶସ୍ତା କରି ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବାର ଚାହିଦା ତୀବ୍ର ହୋଇଛି। ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ନେତୃତ୍ୱରେ ମୁଦ୍ରା ନୀତି ସମୀକ୍ଷା କମିଟି ଗତ ଶୁକ୍ରବାର କ୍ରମାଗତ ୧୧ ତମ ଥର ସୁଧ ହାର ସ୍ଥିର ରଖିବାକୁ ନିଷ୍ପତ୍ତି ନେଇଥିଲେ।

ଡିଜିଟାଲ ମୁଦ୍ରା ଉପରେ ମଧ୍ୟ ନେବାକୁ ହେବ ନିଷ୍ପତ୍ତି:

ଆରବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି। ଏଥିରେ କ୍ରିପ୍ଟୋକରେନ୍ସି ଠାରୁ ଆରମ୍ଭ କରି ଏଆଇ, ବ୍ୟାଙ୍କିଙ୍ଗ କ୍ଷେତ୍ରରେ ମେସିନ୍ ଲର୍ନିଂ ଭଳି ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଡିଜିଟାଲ୍ ମୁଦ୍ରାର ବିସ୍ତାର ଭଳି ପ୍ରସଙ୍ଗ ଅନ୍ତର୍ଭୁକ୍ତ। ଏହି ପ୍ରସଙ୍ଗରେ ଆରବିଆଇ ଆଭ୍ୟନ୍ତରୀଣ ଆଲୋଚନା ଆରମ୍ଭ କରିଛି। ଏହା ସତ୍ତ୍ବେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବା ଆରବିଆଇର ଏକ ଗୁରୁତ୍ୱପୂର୍ଣ୍ଣ ଉଦ୍ଦେଶ୍ୟ ରହିବ।

ଗତ ମୁଦ୍ରା ନୀତି କମିଟି ବୈଠକ ପରେ ଜାରି ବିବୃତ୍ତିରେ ପୂର୍ବତନ ଆରବିଆଇ ଗଭର୍ଣ୍ଣର ଡ.ଦାସ ଏହି କଥା କହିଥିଲେ। ସେ କହିଥିଲେ, 'ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରେ ମୁଦ୍ରାସ୍ଫୀତି ଆଣିବା ବ୍ୟାଙ୍କର କେନ୍ଦ୍ରୀୟ କର୍ତ୍ତବ୍ୟ ହୋଇ ରହିବ କାରଣ ଯଦି ଏହା ଯାଞ୍ଚ ନହୁଏ ତେବେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ଉପରେ ପ୍ରତିକୂଳ ପ୍ରଭାବ ପକାଇବ।' ଦେଶର ଗରିବ ଲୋକଙ୍କୁ ଅନିୟନ୍ତ୍ରିତ ମୁଦ୍ରାସ୍ଫୀତିର ଭାର ବହନ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ ବରଂ ଗଭର୍ଣ୍ଣରଙ୍କୁ ମଧ୍ୟ ମୁଦ୍ରାସ୍ଫୀତି ହାରକୁ ଚାରି ପ୍ରତିଶତ କିମ୍ବା ତା’ଠାରୁ କମ୍ ଧାର୍ଯ୍ୟ ଲକ୍ଷ୍ୟକୁ ଆଣିବାକୁ ଚେଷ୍ଟା କରିବାକୁ ହେବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.