ନୂଆଦିଲ୍ଲୀ,୨୧/୦୧: ହ୍ୱାଟ୍ସଆପ୍ ୟୁଜରଙ୍କ ପାଇଁ ଖୁସି ଖବର । ଏଣିକ ଭିଡିଓ କଲ୍ ଓ ଭଏସ କଲ୍ ପାଇଁ ଫୋନର ନାହିଁ ଆବଶ୍ୟକ । କମ୍ପାନୀ ଏକ ନୂଆ ଫିଚର ଉପରେ କାମ କରୁଛି।  ଯାହାଦ୍ୱାରା ଆପଣ  ହ୍ୱାଟ୍ସଆପ  ୱେବରୁ ହିଁ ଭଏସ୍ ଏବଂ ଭିଡିଓ କଲ୍ କରିପାରିବେ । ଏଥିପାଇଁ ଫୋନ୍ କିମ୍ବା ଆପଣଙ୍କ ପିସିରେ ହ୍ୱାଟ୍ସଆପ୍ ଡାଉନଲୋଡ୍ କରିବା ଆବଶ୍ୟକ ନାହିଁ। ଆପଣ ହ୍ୱାଟ୍ସଆପ୍ ୱେବ୍ ରୁ ସିଧାସଳଖ ଆପଣଙ୍କ ସମ୍ପର୍କୀୟଙ୍କୁ କଲ୍ କରିପାରିବେ। ଏହି ଫିଚର ଆଗାମୀ କିଛି ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ଏହି ଫିଚରର ସବୁଠାରୁ ବଡ଼ ସୁବିଧା ହେଉଛି ଯେ, ୟୁଜରଙ୍କୁ କଲ୍ କରିବା ପାଇଁ ସେମାନଙ୍କର ଲାପଟପ୍ କିମ୍ବା ପିସିରେ ଏକ ଅଲଗା ଆପ୍ ଡାଉନଲୋଡ୍ କରିବାକୁ ପଡ଼ିବ ନାହିଁ। ଏହି ଫିଚରଟି ଗ୍ରୁପ୍ କଲକୁ ମଧ୍ୟ ସମର୍ଥନ କରିବ, ଯାହା ଦ୍ୱାରା ଏକକାଳୀନ ୩୨ ଜଣ ଲୋକଙ୍କୁ ଗ୍ରୁପ୍ କଲ୍ କରାଯାଇପାରିବ। ଏହାର ଅର୍ଥ ହେଉଛି ଆପଣ ହ୍ୱାଟ୍ସଆପ୍ ବ୍ୟବହାର କରି ବନ୍ଧୁମାନଙ୍କ ସହିତ ଅଫିସ୍ ମିଟିଂ କିମ୍ବା ଗ୍ରୁପ୍ କଲ୍ କରିପାରିବେ। ଏହି ଫିଚରଟି ଏକ କଲ୍ ଲିଙ୍କ ବିକଳ୍ପ ମଧ୍ୟ ପ୍ରଦାନ କରେ। ଏହାର ଅର୍ଥ ହେଉଛି ୟୁଜରମାନେ ଏକ ଲିଙ୍କ୍ ତିଆରି କରି  ସେମାନଙ୍କର  ହ୍ୱାଟ୍ସଆପରେ ଥିବା ସମ୍ପର୍କୀୟଙ୍କୁ ପଠାଇପାରିବେ। ଯାହା ଦ୍ଵାରା ସମସ୍ତ ଅଂଶଗ୍ରହଣକାରୀ ନିର୍ଦ୍ଧାରିତ ସମୟରେ କଲରେ ଯୋଗ ଦେଇପାରିବେ। ହ୍ୱାଟ୍ସଆପ୍ ୱେବ୍ ବ୍ୟବହାର କରି କରାଯାଇଥିବା କଲ୍ ପିସି, ଲାପଟପ୍ ଏବଂ ସ୍ମାର୍ଟଫୋନ୍ ସମେତ ଯେ କୌଣସି ଡିଭାଇସରୁ ଯୋଗ ଦେଇପାରିବେ। 

କଲିଂ ସପୋର୍ଟ ରୋଲ ଆଉଟ ହେବା ପରେ, କଲ୍  ନୋଟିଫିକେସନଗୁଡିକ ବାଏ ଡିଫଲ୍ଟ ଇନେବଲ ହୋଇଯିବ। ୟୁଜରମାନେ ବ୍ରାଉଜର ମଧ୍ୟରେ ଭଏସ୍ ଏବଂ ଭିଡିଓ କଲ୍ ପାଇଁ ବିଜ୍ଞପ୍ତିଗୁଡ଼ିକ ପାଇବେ, ଯଦିଓ ସେମାନଙ୍କର ଚାଟ୍ ୱିଣ୍ଡୋ ବନ୍ଦ ଥାଏ। ୟୁଜରଙ୍କୁ ନୋଟିଫିକେସନ ପରିଚାଳନା ଉପରେ ପୂର୍ଣ୍ଣ ନିୟନ୍ତ୍ରଣ ଦିଆଯିବ। କଲ୍ ଟାଇମ ଆସିଲେ ୟୁଜରଙ୍କୁ ଏକ ରିମାଇଣ୍ଡର ମଧ୍ୟ ପଠାଯିବ ଯାହା ଦ୍ୱାରା ସେମାନେ ଏହାକୁ ହାତଛଡ଼ା କରିପାରିବେ ନାହିଁ। ତେବେ ଆଗାମୀ କିଛି ସପ୍ତାହ ମଧ୍ୟରେ ୟୁଜରଙ୍କ ପାଇଁ ଏହା ଆରମ୍ଭ ହେବ ବୋଲି ଆଶା କରାଯାଉଛି।