ନୂଆଦିଲ୍ଲୀ: ସ୍ପାଇସଜେଟର ଏକ ବିମାନ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଛି । ବିମାନଟି ଉଡ଼ାଣ ଭରିବା ବେଳେ ଏହାର ଏକ ଚକ୍‌  ତଳକୁ ଖସିପଡ଼ିଥିଲା ବୋଲି ଜଣାପଡ଼ିଛି । ମିଳିଥିବା ସୂଚନା ଅନୁସାରେ, ଶୁକ୍ରବାର  ସ୍ପାଇସଜେଟର ଏକ ବିମାନ Q400 କାଣ୍ଡଲାରୁ ମୁମ୍ବାଇ ଯାଉଥିଲା ଉଡ଼ାଣ ଆରମ୍ଭ କରିବା ପରେ ବିମାନର ଏକ ଚକ ରନୱେରେ ଖସି ପଡ଼ିଥିଲା । ସ୍ପାଇସଜେଟର ଜଣେ ମୁଖପାତ୍ର ଏ ବିଷୟରେ ସୂଚନା ଦେଇଛନ୍ତି । ବିମାନରେ ୭୫ ଜଣ ଯାତ୍ରୀ ଥିଲେ । କାଣ୍ଡଲା ବିମାନବନ୍ଦରରେ ବିମାନର ଚକ ଖସିପଡ଼ିବା ପରେ ବିମାନବନ୍ଦରରେ ହଇଚଇ ସୃଷ୍ଟି ହୋଇଥିଲା ଏବଂ ଅଧିକାରୀମାନେ ତୁରନ୍ତ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଥିଲେ ।

ସ୍ପାଇସଜେଟ ପକ୍ଷରୁ କୁହାଯାଇଛି ଯେ, ଚକ ଖସିପଡ଼ିବା ପରେ ମଧ୍ୟ ବିମାନଟି ଉଡ଼ାଣ କରିଥିଲା ​​ଏବଂ ମୁମ୍ବାଇରେ ସୁରକ୍ଷିତ ଭାବରେ ଅବତରଣ କରିଥିଲା । ଏହା ଆଶ୍ୱସ୍ତିର ବିଷୟ ଯେ, କୌଣସି ବଡ଼ ଦୁର୍ଘଟଣା ଘଟିନାହିଁ । ସୁରକ୍ଷିତ ଅବତରଣ ପରେ ବିମାନଟି ଟର୍ମିନାଲକୁ ଯାଇଥିଲା ଏବଂ ସମସ୍ତ ଯାତ୍ରୀ ସ୍ୱାଭାବିକ ଭାବରେ ଓହ୍ଲାଇଥିଲେ ।

ଏହି ବିମାନଟି ଏକ ବମ୍ବାର୍ଡିୟର DHC8-400 ଥିଲା। ବିମାନଟି ଅପରାହ୍ନ ୨.୩୯ରେ ଉଡ଼ାଣ ଆରମ୍ଭ କରିଥିଲା। କାଣ୍ଡଲାରେ ରନୱେ ୨୩ ରୁ ଉଡ଼ାଣ ଭରିବା ସମୟରେ, ଟାୱାର କଣ୍ଟ୍ରୋଲର୍ ବିମାନରୁ ଏକ ବଡ଼ କଳା ବସ୍ତୁ ଖସିପଡ଼ିଥିବା ଦେଖିଥିଲେ । ଏହା ରନୱେର ଡାହାଣ ପାର୍ଶ୍ୱରେ ପଡ଼ିଥିଲା ଏବଂ ଟାୟାର ପରି ଗଡ଼ି ଗଢ଼ି ଯାଇଥିଲା । ତଦନ୍ତ ପାଇଁ ପଠାଯାଇଥିବା ଏକ ଟିମ୍‌ ଏହା ବିମାନର ଏକ ଚକ ବୋଲି ଜାଣିବାକୁ ପାଇଥିଲେ ।  ବମ୍ବାର୍ଡିୟର DHC8-400 ରେ ଏକ ସ୍ୱତନ୍ତ୍ର ଅବତରଣ ପ୍ରଣାଳୀ ରହିଛି । ଏହାକୁ ଟ୍ରାଇସାଇକେଲ୍ ଲ୍ୟାଣ୍ଡିଂ ଗିଅର୍ ସିଷ୍ଟମ୍ କୁହାଯାଏ। ଏହାର ଆଗ ଭାଗରେ ଦୁଇଟି ଚକ ଏବଂ ପ୍ରତ୍ୟେକ ମୁଖ୍ୟ ଅବତରଣ ଗିଅରରେ ଦୁଇଟି ମୁଖ୍ୟ ଚକ ରହିଛି ।

ସ୍ପାଇସଜେଟ୍ ଏହି ଘଟଣା ସଂପର୍କରେ ସୂଚନା ଦେଇଛି । ସ୍ପାଇସଜେଟର ଜଣେ ମୁଖପାତ୍ର କହିଛନ୍ତି ଯେ, ସେପ୍ଟେମ୍ବର ୧୨ ତାରିଖରେ କାଣ୍ଡଲାରୁ ମୁମ୍ବାଇ ଯାଉଥିବା ସ୍ପାଇସଜେଟ୍ Q400 ବିମାନର ଏକ ଚକ ଉଡ଼ାଣ ଭରିବା ପରେ ରନୱେରେ ମିଳିଥିଲା । ବିମାନଟି ତା'ର ଯାତ୍ରା ଜାରି ରଖିଥିଲା ​​ଏବଂ ସୁରକ୍ଷିତ ଭାବରେ ମୁମ୍ବାଇରେ ଅବତରଣ କରିଥିଲା। ସୁରକ୍ଷିତ ଅବତରଣ ପରେ , ବିମାନଟି ଟର୍ମିନାଲକୁ ଯାଇଥିଲା ଏବଂ ସମସ୍ତ ଯାତ୍ରୀ ଓହ୍ଲାଇ ଯାଇଥିଲେ ।

ସେପଟେ ସ୍ପାଇସଜେଟ୍ ଏବେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଛି। ଏହାର ଅଧାରୁ ଅଧିକ ବିମାନ ଉଡ଼ାଣ ଭରିପାରୁ ନାହିଁ । ଏହି କାରଣରୁ, ଏହା ଅନ୍ୟ କମ୍ପାନୀଗୁଡ଼ିକ ସହିତ ପ୍ରତିଯୋଗିତା କରିପାରୁନାହିଁ । ଘରୋଇ ବଜାରରେ ସ୍ପାଇସଜେଟର ଅଂଶ ୧.୯ ପ୍ରତିଶତକୁ ହ୍ରାସ ପାଇଛି ଗତ ବର୍ଷ ସ୍ପାଇସଜେଟ୍ ନିବେଶକଙ୍କଠାରୁ ୩୦୦୦ କୋଟି ଟଙ୍କା ସଂଗ୍ରହ କରିଥିଲା। କମ୍ପାନୀ କହିଥିଲା ​​ଯେ, ଏହା ମାର୍ଚ୍ଚ ସୁଦ୍ଧା ୪୦ ଟି ବିମାନ ପରିଚାଳନା କରିବ ଏବଂ ୨୦୨୬ ଶେଷ ସୁଦ୍ଧା ଏହାକୁ ୧୦୦ କୁ ବୃଦ୍ଧି କରିବ। କିନ୍ତୁ ଏଭଳି କିଛି ହୋଇନାହିଁ । ସ୍ପାଇସଜେଟ୍ ଏବେ ବି ବକେୟା ଦେୟ ଦେବାକୁ ଅସମର୍ଥ