ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ରାସ୍ତା ପାରି ହେବା ବେଳେ ଚଢ଼ିଗଲା ହାଇଡ୍ରା, ଚାଲିଗଲା ଯୁବକଙ୍କ ଜୀବନ

Published By : Harapriya Sethi | November 8, 2024 2:34 PM

ବରଗଡ଼, ୦୮/୧୧: ଭଟଲି ଛକରେ ସଡ଼କ ଦୁର୍ଘଟଣା । ରାସ୍ତା ପାରି ହେବା ବେଳେ ଯୁବକଙ୍କ ଉପରେ ଚଢ଼ିଗଲା ହାଇଡ୍ରା । ଫଳରେ ଘଟଣା ସ୍ଥଳରେ ଚାଲିଗଲା ଯୁବକଙ୍କ ଜୀବନ । ମୃତକଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ବରଗଡ଼ ଭଟଲି ଛକରେ ଏଭଳି ଘଟଣା ଘଟିଛି। 

ସୂଚନା ମୂତାବକ, ଯୁବକ ଜଣକ ରାସ୍ତା ପାରି ହେଉଥିବା ବେଳେ ଏଭଳି ଦୁର୍ଘଟଣା ଘଟିଥିଲା । ହଠାତ୍ ଏକ ହାଇଡ୍ରା ଯୁବକଙ୍କ ଉପରେ ଚଢି ଯାଇଥିଲା । ଏହି ଦୁର୍ଘଟଣାରେ ଯୁବକ ଜଣକ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ବରଗଡ଼ ଟାଉନ୍‌ ଥାନା ପୋଲିସ ପହଞ୍ଚିଥିଲା । ସେଠାରେ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି । 

ତେବେ ବାରମ୍ୱାର ଛକରେ ଏଭଳି ଦୁର୍ଘଟଣା ଘଟୁଥିବା ସାମ୍ନାକୁ ଆସୁଥିବା ବେଳେ ଟ୍ରାଫିକ ପୋଲିସର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଛକରେ ନୋ ପାର୍କିଂର ବୋର୍ଡ ଲାଗିଥିଲେ ମଧ୍ୟ ଦୋକାନ ଓ ସପିଂମଲ୍ ଆଗରେ ମନମାନୀ ପାର୍କିଂ କରାଯାଉଥିବାରୁ ଅନେକ ସମୟର ଟ୍ରାଫିକ ସମସ୍ୟା ଲାଗି ରହୁଛି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.