ପ୍ରମୂଖ ଖବର
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||
  • ୨୧ ଯାଏ ଅଧିକ ବର୍ଷା ସମ୍ଭାବନା, ଆଜି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ
  • ||

ସିରିଆର ଡ୍ରୁଜ୍ ସମ୍ପ୍ରଦାୟ କିଏ ? କାହିଁକି ଇସ୍ରାଏଲ୍‌କୁ ଘାରିଛି ସେମାନଙ୍କ ସୁରକ୍ଷା ଚିନ୍ତା ?

Published By : Rasmita Pradhan | July 17, 2025 9:33 AM

ନୂଆଦିଲ୍ଲୀ, ୧୭/୦୭ : ସିରିଆରେ ଶିଆ ଡ୍ରୁଜ୍ ଏବଂ ସୁନ୍ନି ବେଦୋଇନ୍ ସମୁଦାୟ ଭିତରେ ତୀବ୍ର ସଙ୍ଘର୍ଷ। ହିଂସାକାଣ୍ଡରେ ଗଲାଣି ୨୫୦ ଜୀବନ। ରକ୍ତାକ୍ତ ସଙ୍ଘର୍ଷରେ ସିରିଆ ସେନାର ହସ୍ତକ୍ଷେପ । ଡ୍ରୁଜ୍ ସମୁଦାୟର ସୁରକ୍ଷା ପାଇଁ ଆଗେଇ ଆସିଲେ ନେତନ୍ୟାହୁ। ଲଢେଇକୁ ଓହ୍ଲାଇଲା ଇସ୍ରାଏଲ୍ । ସିରିଆ ସେନା ମୁଖ୍ୟାଳୟରେ ଇସ୍ରାଏଲ୍‌ର ଜୋରଦାର୍ ଏୟାରଷ୍ଟ୍ରାଇକ୍ । ସ୍ଵେଦା ଓ ଏହାର ଆଖପାଖ ଅଞ୍ଚଳର ସିରିଆ ସରକାରୀ ଫୋର୍ସ ଉପରେ ବୋମାମାଡ଼। ତେବେ କିଏ ଏହି ଡ୍ରୁଜ୍ ସମ୍ପ୍ରଦାୟ ? କାହିଁକି ଇସ୍ରାଏଲ୍‌କୁ ଘାରିଛି ସେମାନଙ୍କ ସୁରକ୍ଷା ଚିନ୍ତା ? ଡ୍‌ରୁଜ୍ ସମ୍ପ୍ରଦାୟ ସହ ନେତନ୍ୟାହୁଙ୍କର କ’ଣ ସମ୍ପର୍କ ? 

ଡ୍ରୁଜ୍ ସମ୍ପ୍ରଦାୟ କିଏ ?

ସିରିଆର ମୋଟ୍ ଜନସଂଖ୍ୟାର ୩% ବା ୮ ଲକ୍ଷ ଲୋକ ହେଉଛନ୍ତି ଡ୍ରୁଜ୍ ସମୁଦାୟ। ପ୍ରାୟ ୧୦ମ ଶତାବ୍ଦିରେ ଏହି ଧାର୍ମିକ ସମ୍ପ୍ରଦାୟର ଉତ୍ପତ୍ତି ହୋଇଥିଲା । ସମୁଦାୟର ଲୋକ ସିରିଆ, ଲେବାନନ ଏବଂ ଇସ୍ରାଏଲ୍‌ରେ ରୁହନ୍ତି । ଏମାନେ ଦକ୍ଷିଣ ସିରିଆର ସ୍ଵେଦା ପ୍ରାନ୍ତରେ ବହୁସଂଖ୍ୟକ ବସବାସ କରନ୍ତି । ଏମାନେ ସିଆ ସମ୍ପ୍ରଦାୟର ଏକ ଶାଖା ଇସଲାମବାଦକୁ ଅନୁସରଣ କରନ୍ତି। ଏହାକୁ ନେଇ ସିରିଆ ସରକାରଙ୍କ ସହିତ ଡ୍ରୁଜ୍ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଦୀର୍ଘଦିନ ଧରି ସଙ୍ଘର୍ଷ ଜାରି ରହିଛି। ସିରିଆରେ ବଶର ଅଲ-ଅସଦଙ୍କ ବିରୋଧରେ ବିଦ୍ରୋହ ପରେ, ସିରିଆ ରାଷ୍ଟ୍ରପତି ଅହମଦ ଅଲ-ଶରାଙ୍କ ଶାସନାଧୀନ ରହିଛି। ନୂଆ ସରକାର ଆସିବା ପରେ ଡ୍ରୁଜ୍ ମିଲିସିଆର ନିରସ୍ତ୍ରୀକରଣରୁ ଉତ୍ତେଜନା ଆରମ୍ଭ ହୋଇଛି। ସେପଟେ ବେଦୋଇନ୍ ସମୁଦାୟକୁ ନୂଆ ସରକାରଙ୍କ ସମର୍ଥନ ରହିଛି। ଯେଉଁଥିପାଇଁ ଦୁଇ ସମୁଦାୟର ସଙ୍ଘର୍ଷରେ ସିରିଆ ଜଳୁଛି। 

କାହିଁକି ହସ୍ତକ୍ଷେପ କଲା ଇସ୍ରାଏଲ୍ ?

କିଛି ଦନ ତଳେ ସ୍ୱେଦାରେ ଡ୍ରୁଜ୍ ଏବଂ ବେଦୋଇନ୍ ସମୁଦାୟ ଭିତରେ ସଙ୍ଘର୍ଷ ବୃଦ୍ଧି ପାଇବା ପରେ ସିରିଆ ସେନା ହସ୍ତକ୍ଷେପ କରିଛି। ଏହାପରେ ଲଢେଇରେ ଇସ୍ରାଏଲ ଏଣ୍ଟ୍ରି ମାରିଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ କାର୍ଯ୍ୟାଳୟ କହିଛି, ଇସ୍ରାଏଲର ଡ୍ରୁଜ୍ ନାଗରିକମାନଙ୍କର ସିରିଆର ଡ୍ରୁଜ୍‌ଙ୍କ ସହିତ ପାରିବାରିକ ଏବଂ ଐତିହାସିକ ସମ୍ପର୍କ ରହିଛି । ଏପରି ପରିସ୍ଥିତିରେ, ଆମେ ସିରିଆରେ ଡ୍ରୁଜ୍‌ଙ୍କ କୌଣସି କ୍ଷତି ହେବାକୁ ଦେବୁ ନାହୁଁ। ଇସ୍ରାଏଲର କାର୍ମେଲ ଏବଂ ଗାଲିଲିରେ ୧ ଲକ୍ଷ ୩୦ ହଜାର ଡ୍ରୁଜ୍‌ ବସବାସ କରନ୍ତି। ଡ୍ରୁଜ୍‌ ଇସ୍ରାଏଲୀ ସେନାରେ ଉଚ୍ଚ ପଦ ପଦବୀରେ ଅଛନ୍ତି। ଏହାକୁ ଆଧାର କରି ଏବଂ ସିରିଆ ସରକାରଙ୍କ ଉପରେ ନିଜର ପ୍ରଭାବ ବୃଦ୍ଧି କରିବା ପାଇଁ, ଇସ୍ରାଏଲ ସିରିଆରେ ଆକ୍ରମଣ କରିଛି। ପ୍ରଥମେ ଗାଜା ପରେ ଲେବାନନ ଏବଂ ଇରାନ ପରେ ଏବେ ସରିଆ ଉପରେ ହମଲାକୁ ଜୋରଜାର କରିଛି ଇସ୍ରାଏଲ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.