ପ୍ରମୂଖ ଖବର
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଦୟାନ କୃଷ୍ଣନ କିଏ , କୋର୍ଟରେ ରଖିବେ NIAର ପକ୍ଷ ; ତହବୁର ରାଣାର ପ୍ରତ୍ୟର୍ପଣରେ ରହିଛି ତାଙ୍କର ବଡ଼ ଭୂମିକା

Published By : Prameya | April 10, 2025 10:00 PM

ନୂଆଦିଲ୍ଲୀ : ୨୬ / ୧୧ ମୁମ୍ୱାଇ ଆତଙ୍କୀ ହମଲାର ମାଷ୍ଟର ମାଇଣ୍ଡ ତହବୁର ରାଣାକୁ ଶେଷରେ ଭାରତ ଅଣାଯାଇଛି ଏବଂ ଏବେ ତାକୁ କୋର୍ଟରେ ଠିଆ କରାଇ ମୁମ୍ୱାଇ ହମଲାରେ ପୀଡ଼ିତଙ୍କୁ ନ୍ୟାୟ ଦେବାର ଦାୟିତ୍ୱ ବରିଷ୍ଠ ଓକିଲ ଦୟାନ କୃଷ୍ଣନଙ୍କ ଉପରେ ରହିଛି। ଦୟାନ କୃଷ୍ଣନ କେବଳ ରାଷ୍ଟ୍ରୀୟ ଯାଞ୍ଚ ଏଜେନ୍ସି (ଏନଆଇଏ) ପକ୍ଷରୁ କୋର୍ଟରେ ହାଜର ହେବେନି ବରଂ ଏହି କେସ୍‌ରେ ସରକାରୀ ପକ୍ଷକୁ ସଂପୂର୍ଣ୍ଣ କମାଣ୍ଡ ମଧ୍ୟ ନେବେ । ମୁଖ୍ୟ କଥା ଏହା ଯେ, ସେ ଏହି ମାମଲାରେ ୨୦୧୦ରୁ ହିଁ ଯୋଡ଼ି ହୋଇ ରହିଛନ୍ତି ଏବଂ ସେ ଆମେରିକାରୁ ରାଣାର ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଆମେରିକୀୟ କୋର୍ଟରେ ଭାରତର ପକ୍ଷ ମଧ୍ୟ ରଖି ସାରିଛନ୍ତି।  

ଆମେରିକାରେ ରାଣାର ପ୍ରତିନିଧିତ୍ୱ ବ୍ରିଟିଶ ବାରିଷ୍ଟର ପଲ୍‌ ଗାର୍ଲିକ କରୁଥିଲେ , ଯେତେବେଳେ କି ବରିଷ୍ଠ ଓକିଲ ଦୟାନ କୃଷ୍ଣନ ରାଣାଙ୍କ ବିରୁଦ୍ଧରେ ଭାରତର ପ୍ରତ୍ୟର୍ପଣ ପ୍ରକ୍ରିୟାରେ ଆମେରିକୀୟ ପବ୍ଲିକ୍‌ ପ୍ରସିକ୍ୟୁଟରମାନଙ୍କୁ ନିଃଶୁଳ୍କ ସହାୟତା କରୁଥିଲେ। କୃଷ୍ଣନ ପୂର୍ବରୁ ଦିଲ୍ଲୀ ଗଣଦୁଷ୍କର୍ମ , କମନୱେଲଥ୍‌ ଦୁର୍ନୀତି ମାମଲା ଇତ୍ୟାଦି ସମ୍ୱେଦନଶୀଳ ମାମଲାରେ ମଧ୍ୟ ହାଜର ହୋଇ ସାରିଛନ୍ତି। 

ଦୟାନ କୃଷ୍ଣନ ଦେଶର ସବୁଠୁ ପ୍ରତିଷ୍ଠିତ କ୍ରିମିନାଲ ଓକିଲଙ୍କ ମଧ୍ୟରେ ଗଣା ହୁଅନ୍ତି। ସେ ୧୯୯୩ ମସିହାରେ ଭାରତର ପ୍ରଥମ ନ୍ୟାସନାଲ ଲ’ ୟୁନିଭର୍ସିଟିରୁ ଗ୍ରାଜୁଏସନ ପାସ୍‌ କରିଥିଲେ ଏବଂ ସେ ସେହି ୟୁନିଭର୍ସିଟିର ପ୍ରଥମ ବ୍ୟାଚ୍‌ର ସଦସ୍ୟ ଥିଲେ। ୧୯୯୯ରେ ସେ ନିଜର ପ୍ରାକ୍ଟିସ୍‌ ସ୍ୱାଧୀନ ଭାବେ ଆରମ୍ଭ କରିଥିଲେ ଏବଂ ୨୦୦୧ର ସଂସଦ ହମଲା, କାବେରୀ ଜଳ ବିବାଦ ଓ ଅନେକ ବଡ଼ ବଡ଼ ମାମଲାରେ ନିଜର ଆଇନଗତ ଦକ୍ଷତା ପ୍ରମାଣିତ କରିଥିଲେ। ସେ ୧୯୯୯ରେ ବିଚାରପତି ଜେଏସ୍‌ ବର୍ମା ଆୟୋଗ ସହ ମଧ୍ୟ ଯୋଡ଼ି ରହି ଥିଲେ ଏବଂ ୨୦୧୨ର ଦିଲ୍ଲୀ ଗଣଦୁଷ୍କର୍ମ ମାମଲାରେ ମଧ୍ୟ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ସରକାରଙ୍କ ପକ୍ଷରୁ ଉପସ୍ଥିତ ହୋଇଥିଲେ। 

ଏବେ ତହବୁର ରାଣାର କେସ୍‌ରେ ଦୟାନ କୃଷ୍ଣନଙ୍କ ସହ ସ୍ୱତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ନରେନ୍ଦ୍ର ମାନ, ଓକିଲ ସଞ୍ଜୀବୀ ଶେଷାଦ୍ରୀ ଓ ଶ୍ରୀଧର କାଲେ ମଧ୍ୟ ଉପସ୍ଥିତ ରହିବେ। କେନ୍ଦ୍ର ସରକାର ଏହି ମୋକଦମା ପାଇଁ ନରେନ୍ଦ୍ର ମାନଙ୍କୁ ସ୍ୱତନ୍ତ୍ର ସରକାରୀ ଓକିଲ ଭାବେ ନିଯୁକ୍ତ କରିଛନ୍ତି। ଏହି ଟିମ୍‌ କେବଳ ରାଣା ବିରୁଦ୍ଧରେ ଦୃଢ ପ୍ରମାଣ ଉପସ୍ଥାପିତ କରିବେ ନାହିଁ , ଏହାସହ ଏହା ମଧ୍ୟ ସ୍ପଷ୍ଟ କରିବେ ଯେ , ଏହି ଜଘନ୍ୟ ଆତଙ୍କୀ ହମଲାର ଦୋଷୀକୁ ଯଥା ସମ୍ଭବ କଠୋର ସଜା ଦିଆଯାଇ ପାରିବ। ଅନ୍ୟପଟେ ଓକିଲ ପିୟୁଷ ସଚଦେବଙ୍କୁ ରାଣାର ଓକିଲ ଭାବେ ନିଯୁକ୍ତ କରାଯାଇଛି। ଏନଆଇଏ କୋର୍ଟରେ ସଚଦେବ ରାଣାର ପକ୍ଷ ରଖିବେ। 

 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.