ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆରେ ଟେଷ୍ଟ ଏବଂ ଦିନିକିଆ ଅଧିନାୟକ ଶୁଭମନ ଗିଲ ଏବେ ଆଇପିଏଲରେ ବ୍ୟସ୍ତ ଅଛନ୍ତି । ତାଙ୍କୁ ସମର୍ଥନ କରିବା ପାଇଁ ମଇଦାନରେ ଅନେକ ସମୟରେ ଉପସ୍ଥିତ ରହି ଚର୍ଚ୍ଚାରେ ରହିଛନ୍ତି ଭଉଣୀ ସହନୀଲ ଗିଲ୍ । ଏବେ ପୁଣି ସେ କରଣ ଜୋହରଙ୍କ ଲୋକପ୍ରିୟ ଶୋ’ ’ଦ ଟ୍ରେଟର୍ସ’ରେ ନଜର ଆସିବାକୁ ଯାଉଛନ୍ତି । ଯାହାକି ମନୋରଞ୍ଜନ ଜଗତରେ ତାଙ୍କର ଡେବ୍ୟୁ ହେବ । ଏମିତି ଏକ ଚର୍ଚ୍ଚା ହେଉଥିବାବେଳେ ସହନୀଲଙ୍କ ସମ୍ପର୍କରେ ଜାଣିବା ପାଇଁ ଅନେକ ୟୁଜର୍ସ ସୋସିଆଲ ମିଡିଆରେ ତାଙ୍କ ସର୍ଚ୍ଚ କରୁଥିବା ଦେଖିବାକୁ ମିଳୁଛି ।
ଆଇପିଏଲ ସିଜିନରେ ପ୍ରାୟତଃ ଭାଇଙ୍କୁ ସମର୍ଥନ କରିବା ପାଇଁ ପହଞ୍ଚିଥାନ୍ତି ସହନୀଲ । ତାଙ୍କର ଅନେକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଛି ।ପଞ୍ଜାବରେ ଜନ୍ମିତ, ଶେହନିଲ ଗିଲ ଚଣ୍ଡିଗଡ଼ରେ ତାଙ୍କର ସ୍କୁଲ ଶିକ୍ଷା ସମାପ୍ତ କରିଥିଲେ । ତା'ପରେ ଅଧିକ ଅଧ୍ୟୟନ ପାଇଁ କାନାଡା ଚାଲିଯାଇଥିଲେ । ଯେଉଁଠାରେ ସେ ବିଜନେସ୍ ଆଡମିନଷ୍ଟେ୍ରସନରେ ଡିପ୍ଲୋମା ହାସଲ କରିଛନ୍ତି । ଏହାସହ ନିଜର କ୍ୟାରିୟର ମଧ୍ୟ ଆରମ୍ଭ କରିଛନ୍ତି ।
ଏକ ଖାଦ୍ୟ ବ୍ୟବସାୟ କମ୍ପାନୀରେ ସେ କାମ କରନ୍ତି । କିନ୍ତୁ ନିଜର ଲୁକ୍ ଏବଂ ଷ୍ଟାଇଲ ପାଇଁ ବେଶ ଚର୍ଚ୍ଚାରେ ରହିଥାନ୍ତି । ସୋସିଆଲ ମିଡିଆରେ ସେ ବେଶ ଆକ୍ଟିଭ୍ ରହିଥିବାବେଳେ ତାଙ୍କୁ ଅନେକ ଫଲୋର୍ସ ମଧ୍ୟ ରହିଛନ୍ତି । ତେବେ ସେ କରଣ ଜୋହରଙ୍କ ଶୋ’ରେ ଯୋଗଦେବେ ବୋଲି ଖବର ପ୍ରସାରଣ ହେବା ପରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । କିନ୍ତୁ ଏନେଇ ଶେହନୀଲ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ।
ସେପଟେ ଅନେକ ସମୟରେ ଭାଇ ଶୁଭମନ ଗିଲଙ୍କ ସହ ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।
ଏହାସହ ପଢ଼ନ୍ତୁ : ଆଇପିଏଲ ୨୦୨୬ : ଉଦଘାଟନୀ ମ୍ୟାଚ୍ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କଲେ କର୍ଣ୍ଣାଟକ ସରକାର