ଭୁବନେଶ୍ଵର, ୧୨/୦୬ : ଚାଉଳ ପରେ ଏବେ ଭାରତୀୟ ଲଙ୍କାକୁ ଚୀନର ପ୍ରତ୍ୟାଖାନ। ରପ୍ତାନୀ ହୋଇଥିବା ଶୁଖିଲା ଲଙ୍କାକୁ ଫେରାଇ ଦେଲା ଚୀନ। ଯାହାକି କୃଷକ ଏବଂ ଲଙ୍କା ଯୋଗାଣକାରୀଙ୍କ ମଧ୍ୟରେ ଚିନ୍ତାର ବିଷୟ ପାଲଟିଛି। ଚୀନ ଏଭଳି କରିବା ଦ୍ଵାରା ଭାରତୀୟ ମସଲା ବଜାରରେ ବିଶେଷକରି ବ୍ୟବସାୟୀଙ୍କ ଉପରେ ଏହାର ବେଶୀ ପ୍ରଭାବ ପଡ଼ିଛି। ଅଧିକ ମାତ୍ରାରେ ରପ୍ତାନୀ ହୋଇଥିବା ଲଙ୍କା ଫେରିଆସିଲେ ମୋଟା ଅଙ୍କର ଆର୍ଥିକ କ୍ଷତି ସହିବାକୁ ପଡ଼ିବ ବୋଲି ଚିନ୍ତା ବଢିଛି। ଖାଲି ସେତିକି ନୁହେଁ ଚୀନ ତିନୋଟି ଭାରତୀୟ ରପ୍ତାନୀକାରୀ କମ୍ପାନୀ ଉପରେ ମଧ୍ୟ ଅସ୍ଥାୟୀ ଭାବରେ ରୋକ୍ ଲଗାଇଛି। 

ଚୀନ ଅଭିଯୋଗ କରିଛି ଯେ, ଏହି ଲଙ୍କା ଗୁଡ଼ିକରେ ମେଥାମିଡୋଫୋସ ନାମକ ଏକ କୀଟନାଶକ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ଏହା ଏଭଳି ଏକ କେମିକାଲ୍ ଯାହାକୁ ଖାଇବା ଦ୍ଵାରା ମଣିଷ ଶରୀରର ନର୍ଭସ୍ ସିଷ୍ଟମ ଉପରେ ମାରାତ୍ମକ ପ୍ରଭାବ ପଡ଼ିବ। ତେବେ ଆଶ୍ଚର୍ଯ୍ୟର ବିଷୟ ଏହି କୀଟନାଶକ ବ୍ୟବହାର କରିବାକୁ ଭାରତରେ ଔପଚାରିକ ଭାବେ ଅନୁମତି ମିଳିନାହିଁ। ତାହେଲେ ଚାଷୀମାନେ ଏହି କୀଟନାଶକ କେମିତି ପାଇବେ ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଚୀନର ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଦାବି ହୋଇଛି। 

ସୂଚନା ଥାଉକି, ଗତ ମାସରେ ଚୀନ ଭାରତର ଚାଉଳକୁ ପ୍ରତ୍ୟାଖାନ କରିଥିଲା। ଭାରତୀୟ ଚାଉଳରେ ଜେନେଟିକାଲ ମଡିଫାଇଡ୍ ତତ୍ତ୍ଵ ଥିବା ଚୀନ ଦାବି କରିଥିଲା। ଏବେ ଲଙ୍କା ଫେରାଇ ଦେଵାରୁ ଚାଷୀଙ୍କ ମଧ୍ୟରେ ଚିନ୍ତା ବଢିଛି। ଚୀନରୁ ବ୍ୟାକ୍ ଟୁ ବ୍ୟାକ୍ ଏଭଳି ପ୍ରତ୍ୟାଖାନ ଯୋଗାଣକାରୀଙ୍କ ମଧ୍ୟରେ ଚିନ୍ତା ବଢାଇ ଦେଇଛି। 

ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଚୀନର ଏହା ଚାଲାକି ହୋଇଥାଇପାରେ। ଏହା ପଛରେ ଡ୍ରାଗନର କୌଣସି ସୁଚିନ୍ତିତ ବ୍ୟବସାୟିକ ରଣନୀତି ଥାଇପାରେ। ଗତ ୨ ବର୍ଷରେ ଲଙ୍କା ଦର ଯେତେବେଳେ କମ୍ ଥିଲା ସେତେବେଳେ ଚୀନ ଅଧିକରୁ ଅଧିକ ମାତ୍ରାରେ ଲଙ୍କା ଆମଦାନୀ କରୁଥିଲା। ତାର ଷ୍ଟକ୍ ଫୁଲ୍ କରିବାରେ ଲାଗି ପଡିଥିଲା। ଏବେ କୀଟନାଶକ ବାହାନା କରି ଲଙ୍କା ଦର କମାଇବାକୁ ଚେଷ୍ଟା କରୁଥିବା ଅନୁମାନ କରାଯାଉଛି। ସେପଟେ ଚୀନ ଯେଉଁ ଲଙ୍କାକୁ ପ୍ରତ୍ୟାଖାନ କରିଛି ତାହା ଏବେ ସୁଦ୍ଧା ଭାରତ ଫେରିନାହିଁ। ତାହାର ଦାମ୍‌ ରେ ମୁଲଚାଲ ଚାଲିଥିବା ସୂଚନା ମିଳିଛି। 

ଆହୁରି ପଢନ୍ତୁ- Bhindi cost : ୪୦ ଟଙ୍କାରେ ମୁହଁ ମୋଡୁଛନ୍ତି ଭାରତୀୟ, ୭୨୫୦ ଟଙ୍କାରେ କିଣି ଖାଉଛନ୍ତି ଆମେରିକୀୟ

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କେଜିରୁ ପିଜି ଯାଏଁ ହେବ ଦେୟମୁକ୍ତ ଶିକ୍ଷା