ପ୍ରମୂଖ ଖବର
  • ବାଲେଶ୍ୱର : ରକ୍ତ ସମ୍ପର୍କରେ ରକ୍ତ ଛିଟା; ପୂର୍ବ ଶତ୍ରୁତାରୁ ସାନଭାଇକୁ ହାଣିଲା ବଡ଼ଭାଇ
  • ||
  • ଅନୁଗୁଳ : ଟ୍ରେଲରକୁ ପିଟିଲା ବାଇକ୍‌: ଜଣେ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଷଣ୍ଢ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର
  • ||
  • ପାକିସ୍ତାନର ବେଲୁଚିସ୍ତାନରେ ଆତଙ୍କୀ ହମଲା, ବସ୍‌କୁ ଅଟକାଇ ୯ ଜଣଙ୍କୁ ହତ୍ୟା କଲେ ଆତଙ୍କୀ
  • ||
  • ସୁବର୍ଣ୍ଣପୁର : ସରପଞ୍ଚଙ୍କ ସ୍ୱାମୀଙ୍କୁ ନିର୍ମମ ହତ୍ୟା, କାରଣ ଅସ୍ପଷ୍ଟ
  • ||
  • ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତ, ବରମୁଣ୍ଡାରେ ସମ୍ବିଧାନ ବଞ୍ଚାଅ ସମାବେଶ, ଉତ୍ସାହରେ ଉଚ୍ଛୁଳୁଛି କଂଗ୍ରେସ
  • ||
  • ଗୁଜରାଟ ପୋଲ ଦୁର୍ଘଟଣା, ମିଳିଲାଣି ୧୭ ମୃତଦେହ, ୩ ନିଖୋଜ, ୪ ଅଧିକାରୀଙ୍କ ଉପରେ ଆକ୍ସନ
  • ||
  • ୧୫ ପରେ କମିବ ବର୍ଷା ପରିମାଣ, ୨୦ରୁ ୨୨ ଯାଏ ଖରା ଆଶଙ୍କା, ୨୩ରେ ଲଘୁଚାପ ସମ୍ଭାବନା
  • ||
  • ୪ ଦିନ ବଢିଲା ଆକ୍ସିଓମ୍‌-୪ ମିଶନ୍ ଅବଧି , ଜୁଲାଇ୧୪ରେ ମହାକାଶରୁ ଫେରିବେ ଶୁଭାଂଶୁ ଶୁକ୍ଳା
  • ||

ବିବାହ ପରେ ଓଜନ ବଢ଼େ କାହିଁକି ?

Published By : Rasmita Pradhan | June 26, 2025 2:44 PM

ଭୁବନେଶ୍ଵର : ବିବାହ ପରେ ମହିଳାମାନଙ୍କର ଓଜନ ବଢିଥାଏ ବୋଲି ପ୍ରାୟ ଲୋକ କହୁଥିବା ନିଶ୍ଚୟ ଶୁଣିଥିବେ। ଏହା କଣ ସତରେ ହୋଇଥାଏ ? କିଛି ମହିଳାଙ୍କ କ୍ଷେତ୍ରରେ ଏପରି ହେଉଥିବା ବେଳେ ଏହା ପଛରେ ଶାରୀରିକ ଓ ଭାବନାତ୍ମକ କାରଣ ମଧ୍ୟ ରହିଥାଏ । ଚାଲନ୍ତୁ ଜାଣିବା ଏ ବିଷୟରେ । 

ବିବାହ ପରେ ମହିଳାଙ୍କ ଜୀବନରେ ଅନେକ ପରିବର୍ତ୍ତନ ଆସିଥାଏ । ନିଜ ଘର ଛାଡି ଅନ୍ୟ ଘରକୁ ଯିବା ଦ୍ୱାରା ଖୁବ୍‌ ଚିନ୍ତା ବଢିଥାଏ । ଅନ୍ୟପଟେ ନୂଆ ସମ୍ପର୍କକୁ ନେଇ ମନ ଭିତରେ ଖୁସି ମଧ୍ୟ ରହିଥାଏ । ଚିନ୍ତା ଓ ଖୁସି ସମାହାରରେ ବଢୁଥିବା ଏହି ଓଜନକୁ ‘ହାପି ୱେଟ୍‌’ ମଧ୍ୟ କୁହାଯାଏ । କିନ୍ତୁ ଏହା କାହିଁକି ହୋଇଥାଏ । କ'ଣ ରହିଛି ଏହା ପଛରେ ଶାରୀରିକ, ମାନସିକ ଓ ଭାବନାତ୍ମକ କାରଣ? 

ଜୀବନଶୈଳୀ ପରିବର୍ତ୍ତନ 

ବିବାହ ପୂର୍ବରୁ ମହିଳାମାନେ ସ୍ୱାସ୍ଥ୍ୟ ଓ ଫିଟନେସ୍‌ ପ୍ରତି ଅଧିକ ଧ୍ୟାନ ଦେଇଥାନ୍ତି । କିନ୍ତୁ ବିବାହ ପରେ ପରିବାର ଓ ଦାୟିତ୍ୱ ବଢିଯାଇଥାଏ । ଚାକିରି, ଘର କାମ, ସ୍ୱାମୀ ଓ ପରିବାରର ଅନ୍ୟ ସଦସ୍ୟମାନଙ୍କ ଦାୟିତ୍ୱ ନେବାକୁ ପଡିଥାଏ । ଏତେ ସବୁ ଦାୟିତ୍ୱରେ ଛନ୍ଧି ହେବା ପରେ ବ୍ୟାୟାମ ଓ ଡାଏଟ୍‌ ପ୍ରତି ଧ୍ୟାନ ଦେବା ଓ ସମୟ ବାହାର କରିବା ଏକପ୍ରକାର ଅସମ୍ଭବ ହୋଇପଡେ । ଫଳରେ ମେଟାବଲିଜିମ୍‌ ଧୀମା ହେବା ସହ ଓଜନ ବଢିଚାଲେ । 

ଖାଦ୍ୟ ପାନୀୟରେ ପରିବର୍ତ୍ତନ 

ବିବାହ ପରେ ମହିଳାମାନଙ୍କ ଖାଦ୍ୟପାନୀୟ ବହୁ ମାତ୍ରାରେ ବଦଳିଯାଇଥାଏ । କାରଣ ନୂଆ ଘରର ନୂଆ ଚଳଣୀ ଓ ଭିନ୍ନ ପ୍ରକାରର ଖାଦ୍ୟ ପାନୀୟକୁ ଗ୍ରହଣ କରିବାକୁ ପଡିଥାଏ । ନୂଆ ଡାଏଟ୍‌ ପ୍ଲାନରେ ଆଡ୍‌ଜଷ୍ଟ ହେବାକୁ ପଡିଥାଏ । ଅନେକ ଅଭ୍ୟାସରେ ମଧ୍ୟ ପରିବର୍ତ୍ତନ ଆଣିବାକୁ ପଡିଥାଏ । ଯେପରିକି ବନ୍ଧୁବାନ୍ଧବଙ୍କ ସହ ମିଶି ଫାଷ୍ଟଫୁଡ୍‌, ଛଣାଛଣୀ ଓ ମିଠାପିଠା ମଧ୍ୟ ଖାଇବାକୁ ପଡିଥାଏ । ଫଳରେ ଶରୀରରେ ଏକ୍ସଟ୍ରା କ୍ୟାଲୋରୀ ଜମା ହେବା ସହ ଓଜନ ବଢିଥାଏ । 

ହର୍ମୋନାଲ୍‌ ପରିବର୍ତ୍ତନ 

ବିବାହ ପରେ ଗର୍ଭନିରୋଧକ ବଟିକାର ବ୍ୟବହାର ଓ ଭାବନାତ୍ମକ ସ୍ଥିରତା କାରଣରୁ ହାପି ହର୍‌ମୋନ୍‌ ବଢିବା ଯୋଗୁ ଶରୀରରେ ପରିବର୍ତ୍ତନ ଆସିବା ସ୍ୱାଭାବିକ । ଏହା ଶରୀରର ମେଟାବଲିଜିମ୍‌କୁ ପ୍ରଭାବିତ କରିବା ସହ ଓଜନକୁ ବଢାଇଥାଏ।

ଚିନ୍ତା ଏବଂ ଅଧିକ ଖାଇବା 

ବିବାହ ପରେ ନୂଆ ସମ୍ପର୍କ ଓ ଦାୟିତ୍ୱ କାରଣରୁ ଚିନ୍ତା ବଢିଥାଏ । ଫଳରେ କେତେକ ମହିଳାଙ୍କ ଖାଇବା ବଢିଯାଇଥାଏ । ଅର୍ଥାତ୍‌ ଚିନ୍ତା କାରଣରୁ ଭୋକ ବଢିଯାଇଥାଏ । ତେଣୁ ସେମାନେ ଚକୋଲେଟ୍‌, ଆଇସ୍‌କ୍ରିମ୍‌ ଓ ଫାଷ୍ଟଫୁଡ୍‌ ଖାଇବା ସହ ନିଜ ଭୋକକୁ ଶାନ୍ତ କରିଥାନ୍ତି । ଫଳରେ ମୋଟାପଣ ବଢିଥାଏ । 

ନିଦ କମିବା 

ବିବାହ ପରେ ପ୍ରାୟ ମହିଳାଙ୍କର ନିଦ କମିଯାଇଥାଏ । ଘର-ପରିବାର ସହ ଅଫିସ୍‌ ଦାୟିତ୍ୱ ତୁଲାଉ ଥିବା ମହିଳାମାନେ ବ୍ୟସ୍ତ ରହିବାରୁ ନିଦ ଅଭ୍ୟାସ କ୍ରମଶଃ କମିଚାଲେ । ଫଳରେ କାର୍ଟିସୋଲ୍‌ ହର୍‌ମୋନ୍‌ ବଢିଥାଏ, ତା’ ସହିତ ଓଜନ ମଧ୍ୟ । 

ଶାରୀରିକ ସକ୍ରିୟତାର ଅଭାବ

କିଛି ମହିଳା ବିବାହ ପରେ ନିଜକୁ ସୁରକ୍ଷିତ ଓ ସ୍ଥିର ବୋଲି ଧରି ନେଇଥାନ୍ତି । ଫଳରେ ଶାରୀରିକ ସକ୍ରିୟତାକୁ ଅଣଦେଖା କରିବସନ୍ତି । ପୂର୍ବରୁ କରୁଥିବା ବ୍ୟାୟାମ, ଯୋଗ ଓ ଶାରୀରିକ ସକ୍ରିୟତା କମାଇ ଦେଇଥାନ୍ତି । ଫଳରେ ଫ୍ୟାଟ ଜମା ହୋଇଚାଲେ । ତେଣୁ ଓଜନ ବଢିବା ସ୍ୱାଭାବିକ୍‌ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.