‘ପଏଣ୍ଟ ଜିରୋ’ ପଛରେ ରହିଛି ଐତିହାସିକ ତଥ୍ୟ

ରୋମ୍ ଦେବତା ଜେନସଙ୍କ ନାଁରେ ‘ଜାନୁଆରୀ’

ପୋପ୍‌ ଗ୍ରେଗରୀ ଆରମ୍ଭ କରିଥିଲେ ନୂଆ କ୍ୟାଲେଣ୍ଡର

‘ଶୂନ୍ୟ’ ହେଉଛି ଗଣିତର ଆରମ୍ଭ

ନୂଆଦିଲ୍ଲୀ,୩୧।୧୨: ବିଦାୟ ନେବ ୨୦୨୫। ନୂତନ ଆଶା ନେଇ ଆସିବ ୨୦୨୬। ନୂଆ ବର୍ଷର ନୂଆ ତାରିଖରୁ ନିଆଯିବ ବର୍ଷ ସାରାର ରିଜୋଲ୍ୟୁସନ୍। ସମସ୍ତଙ୍କ ପାଇଁ ନ୍ୟୁ ଇୟର ରିଜୋଲ୍ୟୁସନ୍ ବା ସଂକଳ୍ପ ସବୁବେଳେ ଭିନ୍ନ ଭିନ୍ନ ରହିଥାଏ। ତେବେ ଜାଣନ୍ତି କି ଜାନୁଆରୀ ୧ ତାରିଖ ତଥା ବର୍ଷର ପ୍ରଥମ ଦିନକୁ ବୈଜ୍ଞାନିକମାନେ ‘ପଏଣ୍ଟ ଜିରୋ’ ବୋଲି ମାନନ୍ତି। ତେବେ ଏଭଳି କାହିଁକି ? ଏହା ପଛର ରହିଛି ରୋଚକ କାରଣ ଓ ଐତିହାସିକ ତଥ୍ୟ।

ଜାନୁଆରୀ ୧ ରୁ ଆରମ୍ଭ ହୁଏ କ୍ୟାଲେଣ୍ଡରର ଗଣତି, ଅର୍ଥାତ ବର୍ଷ ଶୁଭାରମ୍ଭର ବିନ୍ଦୁ। ତେଣୁ ବୈଜ୍ଞାନିକ ଏହାକୁ ‘ଜିରୋ ପଏଣ୍ଟ’ ବୋଲି କୁହନ୍ତି। କାରଣ ଏହା ଏକ ପ୍ରକାର ଷ୍ଟାର୍ଟିଂ ପଏଣ୍ଟ, ଯେଉଁଠୁ ବର୍ଷର ଆରମ୍ଭ ହୁଏ। ଏହା ପଛର ବି କିଛି ପ୍ରାଚୀନ କାରଣ ବି ଅଛି। ପ୍ରାଚୀନ ସମୟରେ ରୋମର ଲୋକ ‘ଜେନସ୍’ ନାମକ ଦେବତାଙ୍କୁ ପୂଜା କରୁଥିଲେ। ‘ଜେନସ’ଙ୍କୁ ଆରମ୍ଭ ଓ ଅନ୍ତର ଦେବତା ବୋଲି କୁହାଯାଉଥିଲା। ଲୋକଙ୍କ ମତରେ ଜେନସଙ୍କ ଦୁଇଟି ମୁହଁ ଥିଲା। ଗୋଟିଏ ଆଗକୁ ଏବଂ ଅନ୍ୟଟି ପଛକୁ। ‘ଜେନସ୍’ଙ୍କ ନାଁରେ ଜାନୁଆରୀ ମାସର ନାଁ ପଡିଥାଏ। ଏହାପଛରେ ବି ଏକ ଗୁରୁତ୍ବପୂର୍ଣ୍ଣ କାରଣ ରହିଛି। ୧୫୮୨ ରେ ପୋପ୍ ଗ୍ରେଗରୀ ତ୍ରୟୋଦଶ ପୁରୁଣା କ୍ୟାଲେଣ୍ଡରର ଭୁଲକୁ ସୁଧାରିବା ପାଇଁ ଗ୍ରେଗରିଆନ୍ କ୍ୟାଲେଣ୍ଡର ଆରମ୍ଭ କରିଥିଲେ। ସେତେବେଳେ ଅଲଗା ଅଲଗା କ୍ୟାଲେଣ୍ଡର ଚାଲୁଥିଲା ଓ ଲୋକ ଭିନ୍ନ ଭିନ୍ନ ତାରିଖରେ ନୂଆ ବର୍ଷ ପାଳନ କରୁଥିଲେ।

ବହୁ ଦେଶ ଓ ମହାଦ୍ବୀପରେ ଅଲଗା କ୍ୟାଲେଣ୍ଡର ହେବା କାରଣରୁ ଏହା ଅବ୍ୟବସ୍ଥିତ ଲାଗୁଥିଲ। ଅନ୍ତର୍ଜାତୀୟ ବ୍ୟାପାର, ଯାତ୍ରା ଓ ପାରସ୍ପାରିକ ଯୋଗାଯୋଗରେ ଲୋକଙ୍କ ପାଇଁ ବହୁ ସମସ୍ୟା ସାମନା କରିବାକୁ ପଡୁଥିଲା। ଏଥିପାଇଁ ପୁରା ଦୁନିଆରେ ଗୋଟିଏ କ୍ୟାଲେଣ୍ଡର ଲାଗୁ କରିବା ଦରକାର ଅନୁଭବ ହୋଇଥିଲା। ପୋପ୍ ଗ୍ରେଗରୀ ତ୍ରୟୋଦଶଙ୍କ ଦ୍ବାରା ଆରମ୍ଭ ହୋଇଥିବା ଗ୍ରେଗରିଆନ୍ କ୍ୟାଲେଣ୍ଡରକୁ ଧିରେ ଧିରେ ପୁରା ଦୁନିଆ ଗ୍ରହଣ କରିଥିଲା। ଏହାଦ୍ବାରା ବାଣିଜ୍ୟ ଓ ସଞ୍ଚାର ସହଜ ହୋଇଥିଲା। ୧ ଜାନୁଆରୀକୁ ଔପଚାରିକ ଭାବରେ ବର୍ଷର ପ୍ରଥମ ଦିନ ଘୋଷିତ କରି ଦିଆଯାଇଥିଲା।

​​​​​​​

ବୈଜ୍ଞାନିକଙ୍କ ମତରେ ଶୂନ୍ୟ ବା ଜିରୋ ହେଉଛି ଯେ କୌଣସି ଗଣିତର ଆରମ୍ଭ। ଏହା ଆରମ୍ଭର ବିନ୍ଦୁ ହୋଇଥାଏ। ତେଣୁ କ୍ୟାଲେଣ୍ଡରରେ ୧ ଜାନୁଆରୀକୁ ପ୍ରାରମ୍ଭିକ ବିନ୍ଦୁ କିମ୍ବା ‘ଜିରୋ ପଏଣ୍ଟ’ କୁହାଯାଏ। ଏହାପରେ ବାକି ତାରିଖ ଗଣନା ଆରମ୍ଭ ହୋଇଥାଏ। ବୈଜ୍ଞାନିକଙ୍କ ଅନୁସାରେ, ପୃଥିବୀର ପରିକ୍ରମା କରିବାରେ ସୂର୍ଯ୍ୟଙ୍କୁ ପ୍ରାୟ ୩୬୫.୨୫ ଦିନ ଲାଗିଥାଏ। ଯଦି ଆମ ପାଖରେ ବର୍ଷ ଆରମ୍ଭର କୌଣସି ନିର୍ଦ୍ଧିଷ୍ଟ ‘ଜିରୋ ପଏଣ୍ଟ’ ନାହିଁ, ତେବେ ପ୍ରତି ବର୍ଷର ପାଣିପାଗ ଏବଂ ତାରିଖ ଭିତରେ ତାଳମେଳ ବିଗିଡିଥାନ୍ତା। ତେଣୁ ବୈଜ୍ଞାନିକମାନେ ୧ ଜାନୁଆରୀକୁ ପ୍ରାରମ୍ଭିକ ବିନ୍ଦୁ ରୂପରେ ଗ୍ରହଣ କରିଥିଲେ।

ଆହୁରି ପଢନ୍ତୁ :ସୋସିଆଲ ମିଡିଆ କମ୍ପାନୀଙ୍କୁ ସରକାରଙ୍କ କଡ଼ା ଚେତାବନୀ, ଅଶ୍ଲୀଳ କଣ୍ଟେଣ୍ଟ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ