ନୂଆଦିଲ୍ଲୀ,୦୩/୦୯: ବିଶ୍ୱର ସର୍ବାଧିକ ବଙ୍କର ଥିବା ଦେଶ ସ୍ୱିଜରଲାଣ୍ଡ । ୯୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଦେଶରେ ରହିଛି ପ୍ରାୟ ୩.୭୦ ଲକ୍ଷ ବଙ୍କର  । ଏତେ ବଙ୍କର ନିର୍ମିତ ହୋଇଛି ଯେ ଦେଶର ସବୁ ନାଗରିକଙ୍କୁ ରହିବାକୁ ମିଳିପାରିବ ସୁରକ୍ଷିତ ସ୍ଥାନ  । ତେବେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧ ମଧ୍ୟରେ ସୋସିଆଲ୍‌ ମିଡିଆରେ ଏହି ବଙ୍କର ସଂପର୍କରେ ବେଶ ଚର୍ଚ୍ଚା ଚାଲିଛି । ୧୯୬୩ରେ ପ୍ରଣୟନ କରାଯାଇଥିବା ଏକ ଆଇନ ଅନୁସାରେ ସ୍ୱିଜରଲାଣ୍ଡରେ ସବୁ ନୂଆ ଘରେ ବଙ୍କର ନିର୍ମାଣ ଜରୁରି । ଯଦି ଘରେ ବଙ୍କର ନଥିବ ତେବେ ଘର ମାଲିକ ଅନ୍ୟ ସର୍ବସାଧାରଣ ବଙ୍କର ନିର୍ମାଣ ପାଇଁ ଅର୍ଥ ଦାନ କରିବେ । ଦେଶ ଉପରେ କୌଣସି ବିପଦ ନ ଥିବା ସ୍ଥିତିରେ ଏହି ବଙ୍କରଗୁଡିକୁ ଷ୍ଟୋର ରୁମ୍‌ ଭଳି ବ୍ୟବହାର କରାଯିବାର ପ୍ରାବଧାନ ରହିଛି । ଏହି ବଙ୍କର ୨ ସପ୍ତାହ ଯାଏ ଲୋକଙ୍କୁ ବିକିରଣ ଓ ରସାୟନିକ ଆକ୍ରମଣରୁ ରକ୍ଷା କରିପାରିବ । ତେବେ ପରମାଣୁ ଆକ୍ରମଣ ସ୍ଥଳରେ ଏହା ସୁରକ୍ଷା ଦେବାରେ ସମର୍ଥ ହେବନାହିଁ । ସ୍ୱିଜରଲାଣ୍ଡ ଭଳି ଗତ କିଛି ବର୍ଷ ହେଲା ନରୱେ ଓ କିଛି ୟୁରୋପୀୟ ଦେଶ ମଧ୍ୟ ନୂଆ ଘରେ ବଙ୍କର ନିର୍ମାଣର ନିୟମ ଲାଗୁ କରିଛନ୍ତି ।