ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଆତଙ୍କରେ H-1B ଭିସାଧାରୀ, ଗୁଗୁଲ-ଆମାଜନ୍ ଭଳି ବଡ କମ୍ପାନୀ କାହିଁକି ଦେଉଛନ୍ତି ଆମେରିକା ନଛାଡିବାର ଚେତାବନୀ ?

Published By : Harapriya Biswal | April 3, 2025 5:48 PM

ନୂଆଦିଲ୍ଲୀ,୩।୪:  ଡୋନାଲ୍ଡୋ ଟ୍ରମ୍ପ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାପରେ ସାରା ଦୁନିଆରେ ଚର୍ଚ୍ଚା। ଗୋଟିଏ ପଟେ କିଛି ଦେଶ ଉପରେ ଟାରିଫ୍ ଆଟାକ୍ ତ ଅନ୍ୟପଟେ ବେଆଇନ ପ୍ରବାସୀଙ୍କୁ ଫେରାଇ ଦେଉଛନ୍ତି। ଏବେ ତାଙ୍କର କଡ଼ା ଇମିଗ୍ରେସନ୍ ଆଇନ୍ ଫଳରେ ସେଠାରେ ରହୁଥିବା ହଜାର ହଜାର H-1B ଭିସାଧାରୀ ଆଇଟି ପେଶାଧାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତାଙ୍କୁ ଆମେରିକା ଛାଡିବାର ବିପଦ ରହିଛି। ଏହି ବିପଦ ଭିତରେ ଗୁଗୁଲ ଓ ଆମାଜନ୍ ଭଳି ବଡ ଆଇଟି କମ୍ପାନୀ ନିଜର H-1B ଭିସାଧାରୀ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଯେ, ସେମାନେ ଆମେରିକା ନଛାଡନ୍ତୁ।

ଏହି କମ୍ପାନୀକୁ ଭୟ ରହିଛି ବୋଧହୁଏ ଟ୍ରମ୍ପ ପ୍ରଶାସନ ଆମେରିକା ଛାଡିବା ପରେ ହଜାର ହଜାର ପ୍ରବାସୀ H-1B ଭିସାଧାରୀଙ୍କୁ ପୁଣିଥରେ ଫେରିବାର ଅନୁମତି ଦେବେନି। ଏଭଳି ସ୍ଥିତିରେ ହଜାର ହଜାର ଭାରତୀୟଙ୍କ ସହ ବହୁ ଦେଶର H-1B ଭିସା ଥିବା ଆଇଟି ପେଶାଧାରୀଙ୍କୁ ନିଜର ସଫଳତାକୁ ନେଇ ଅନିଶ୍ଚିତତା ଜାରି ରହିଛି। 

ଓ୍ବାଶିଂଟନ୍ ପୋଷ୍ଟର ଏକ ରିପୋର୍ଟ ଅନୁସାରେ, ଏଭଳି ଆଶଙ୍କା ରହିଛି ଯେ, ଆଗାମୀ ଦିନରେ ଟ୍ରମ୍ପ ପ୍ରଶାସନ ହାଇ ସ୍କିଲଡ୍‌ ଭିସା ଅସ୍ବୀକୃତି ହାର ବଢାଇପାରେ। ଯେପରିକି ରାଷ୍ଟ୍ରପତି ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ବେଳେ ହୋଇଥିଲା। ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ଜନ୍ମ ହୋଇଥିବା ଲୋକଙ୍କୁ ଜନ୍ମଜାତ ନାଗରିକତାକୁ ଶେଷ କରିବାର ନେଇ ଟ୍ରମ୍ପ ପ୍ରଶାସନର ଚେଷ୍ଟା ଫଳରେ H-1B ଭିସାଧାରୀଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି।  ଉଲ୍ଲେଖନୀୟ ଯେ, ପ୍ରତି ବର୍ଷ ଲଟେରୀ ସିଷ୍ଟମ ଜରିଆରେ ୬୫ ହଜାର H-1B ଭିସା ଜାରି କରାଯାଇଥାଏ। ନିକଟରେ ଭାରତୀୟଙ୍କୁ ସବୁଠାରୁ ଅଧିକ H-1B ଭିସା ମିଳିଛି। ଏହାପରେ ଚୀନ୍ ଓ କାନାଡାର ନାଗରିକଙ୍କ ସ୍ଥାନ ରହିଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.