ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

କାହିଁକି ବାତ୍ୟାର ନାଁ ‘ଦାନା’? ଜାଣନ୍ତୁ କେମିତି ହୁଏ ନାମକରଣ

Published By : Krishna Priya | October 24, 2024 12:41 PM

ଭୁବନେଶ୍ୱର ୨୪/୧୦: ଆରମ୍ଭ ହୋଇଗଲାଣି ତୁହାକୁ ତୁହା ବର୍ଷା । ଧାମରାରୁ ଭିତରକନିକା ତଳଚୁଆ, ପେଣ୍ଠ ଓ ବତିଘର । ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଏହିସବୁ ଅଞ୍ଚଳରେ ଆଜିଠୁ ଡରାଇଲାଣି ବାତ୍ୟାର ପୂର୍ବାଭାସ । କାରଣ ବଳ ଗୋଟାଇ ଉପକୂଳ ମୁହାଁ ଭୀଷଣ ବାତ୍ୟା 'ଦାନା' । ଘଣ୍ଟାପ୍ରତି ୧୫ କିମି ବେଗରେ ଉପକୂଳ ଆଡ଼କୁ ମାଡ଼ି ଆସୁଛି ବାତ୍ୟା । ତେବେ ଏହି ବାତ୍ୟାର ନାଁ ‘ଦାନା’ କିଏ ଆଉ କାହିଁକି ଦେଇଛି । ଆସନ୍ତୁ ଜାଣିବା ସେ ବିଷୟରେ..

ଏହି ଦାନା ନାମକରଣ କାତାର ଦେଶ ପକ୍ଷରୁ କରାଯାଇଛି । କାରଣ ବାତ୍ୟା ସୃଷ୍ଟି ହେଲେ କୌଣସି ଦେଶ ପକ୍ଷରୁ ଏହାର ନାମକରଣ ହୁଏ । ଆରବୀ ଭାଷାରେ ଦାନାର ଅର୍ଥ ନିଖୁଣ ଓ ମୂଲ୍ୟବାନ ମୋତି । ପ୍ରକାଶ ଥାଉକି, ଏହାପୂର୍ବରୁ ମଧ୍ୟ ବାତ୍ୟାର ବିଭିନ୍ନ ନାମକରଣ ହୋଇଛି । ୧୯୯୯ ମହାବାତ୍ୟା ପରେ ୨୦୧୩ରେ ଆସିଥିବା ବାତ୍ୟାର ନାଁ ଫାଇଲିନ, ୨୦୧୪ରେ ହୁଡ୍‌ହୁଡ୍‌, ୨୦୧୬ରେ ତିତ୍‌ଲି, ୨୦୧୮ରେ ଡାଏ, ୨୦୧୯ରେ ଫନି, ୨୦୨୦ରେ ଅମ୍ପନ୍‌, ୨୦୨୧ରେ ଗୁଲାବ, ୨୦୨୧ରେ ଜୱାଦ, ୨୦୨୧ରେ ୟାସ୍‌ ଓ ୨୦୨୨ରେ ଆସିଥିବା ବାତ୍ୟାର ନାଁ ଆସାନୀ ରହିଥିଲା ।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.