ପ୍ରମୂଖ ଖବର
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଆଇଫୋନରୁ ନେଇ ସୁନା...ଦୁବାଇରେ କାହିଁକି ଏତେ ଶସ୍ତା ହୋଇଥାଏ ଜିନିଷ?

Published By : Krishna Priya | April 4, 2025 9:50 AM

ନୂଆଦିଲ୍ଲୀ ୦୪/୦୪: ଦୁବାଇକୁ ଦୁନିଆର ସର୍ବୋତ୍ତମ ସପିଂ ଡେଷ୍ଟିନେସନ୍‌ ମଧ୍ୟରେ ଗଣାଯାଏ। ପୃଥିବୀର ବିଭିନ୍ନ ସ୍ଥାନରୁ ଲୋକମାନେ ଏଠାକୁ ବୁଲିବାକୁ ଏବଂ ସପିଂ କରିବାକୁ ଆସନ୍ତି । ସପିଂ ପ୍ରେମୀଙ୍କ ପାଇଁ ଏହି ସହର କୌଣସି ସ୍ୱର୍ଗଠାରୁ କମ୍ ନୁହେଁ । ଏଠାରେ ବିଳାସପୂର୍ଣ୍ଣ ଏବଂ ବ୍ରାଣ୍ଡେଡ୍ ସାମଗ୍ରୀ ଭାରତ ତୁଳନାରେ ଶସ୍ତାରେ ମିଳେ। ଏହି କାରଣରୁ ଭାରତ ସମେତ ଅନେକ ଦେଶ ଏଠାରୁ ସପିଂ କରନ୍ତି। ଚାଲନ୍ତୁ ଜାଣିବା ସେହି ଜିନିଷଗୁଡ଼ିକ ବିଷୟରେ ଯାହା ଏଠାରେ ଶସ୍ତା ଏବଂ ଏପରି କାହିଁକି। 

ଦୁବାଇକୁ ସିଟି ଅଫ୍ ଗୋଲ୍ଡ କୁହାଯାଏ । ଏଠାରେ ଭାରତ ତୁଳନାରେ ସୁନା-ରୂପା ଶସ୍ତାରେ ମିଳେ। ଏହାର କାରଣ ହେଉଛି ଏଠାରେ ସପିଂ ପଲିସି ଟ୍ୟାକ୍ସମୁକ୍ତ ଏବଂ ଆମଦାନୀ ଶୁଳ୍କ ମଧ୍ୟ କମ୍ ଲାଗେ। ଏହା ବ୍ୟତୀତ ଏଠାରେ ଅଳଙ୍କାରର ଡିଜାଇନ୍ ଏବଂ କ୍ୱାଲିଟି ମଧ୍ୟ ଭଲ ମିଳେ।

ଇଲେକ୍ଟ୍ରୋନିକ୍ସ ଏବଂ ଗ୍ୟାଜେଟ୍‌ ପାଇଁ ଦୁବାଇ ମଧ୍ୟ ସର୍ବୋତ୍ତମ। ଏଠାରେ ଆପଣ ଖୁବ୍‌ କମ୍ ମୂଲ୍ୟରେ ଆଇଫୋନ୍, ସ୍ମାର୍ଟଫୋନ୍, କ୍ୟାମେରା, ଲାପଟପ୍ ପାଇପାରିବେ। ଏଠାରେ ଇଲେକ୍ଟ୍ରୋନିକ୍ସ ଉପରେ ଟ୍ୟାକ୍ସ କମ୍ ଏବଂ ଆମଦାନୀ ଶୁଳ୍କ ମଧ୍ୟ କମ୍ । ଏହା ବ୍ୟତୀତ ଆପଣ କମ୍ ମୂଲ୍ୟରେ ରୋଲେକ୍ସ, ଓମେଗା ପରି ଫେମସ୍‌ ଘଣ୍ଟା ପାଇପାରିବେ। ଭାରତ ତୁଳନାରେ ଏଠାରେ ମୂଲ୍ୟ ବହୁତ କମ୍ ।

ଯଦି ଆପଣ ବ୍ରାଣ୍ଡେଡ୍ ପୋଷାକ ଏବଂ ଫ୍ୟାଶନ ସୌକିନ ତେବେ ଦୁବାଇ ଆପଣଙ୍କ ପାଇଁ ସର୍ବୋତ୍ତମ । ଏଠାରେ, ଲୁଇସ୍, ପାରାଡା, ଗୁଚି ଭଳି ବ୍ରାଣ୍ଡର ସାମଗ୍ରୀ ଭାରତ ତୁଳନାରେ କମ୍ ମୂଲ୍ୟରେ ଉପଲବ୍ଧ । ଏଥିସହିତ ଦୁବାଇରେ ମର୍ସିଡିଜ୍, ଲ୍ୟାଣ୍ଡ କ୍ରୁଜର, ଫର୍ଚୁନର୍ ଆଦି କାର ଭାରତ ତୁଳନାରେ କମ୍ ମୂଲ୍ୟରେ ଉପଲବ୍ଧ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.