ନୂଆଦିଲ୍ଲୀ : ଚିଫ୍ ଅଫ୍ ଡିଫେନ୍ସ ଷ୍ଟାପ୍ ଜେନେରାଲ ଅନିଲ ଚୌହାନ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ପଞ୍ଚଶୀଳ ରାଜିନାମାକୁ ନେଇ ନିଜର ମତ ରଖିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହେରୁଙ୍କ ଦ୍ୱାରା ୧୯୫୪ରେ କରାଯାଇ ଥିବା ଏହି ଚୁକ୍ତି ଅନୁସାରେ ,ଭାରତ ଅଫିସିଆଲି ଭାବେ ତିବ୍ଦତକୁ ଚୀନର ଅଂଶ ଭାବେ ସ୍ୱୀକାର କରି ନେଇ ଥିଲା। ସିଡିଏସ କହିଛନ୍ତି , ଏହି ଚୁକ୍ତି ପରେ ଭାରତ ଭାବି ଥିଲା ଯେ, ଉତ୍ତର ସୀମା ବିବାଦର ସମାଧାନ ହୋଇଗଲା , କିନ୍ତୁ ଚୀନ ଏହାକୁ କେବଳ ଏକ ବ୍ୟାପାରିକ ଚୁକ୍ତି ଭାବେ ମନେକରି ଥିଲା।
ଡେରାଡୁନରେ ଏକ କାର୍ଯ୍ୟକ୍ରମକୁ ସମ୍ୱୋଧନ କରି ସିଡିଏସ୍ ଅନିଲ ଚୌହାନ ଏହି ସମୟରେ ପରିସ୍ଥିତି ବିଷୟରେ ମଧ୍ୟ ଉଲ୍ଲେଖ କରି ଥିଲେ। ସେ କହିଥିଲେ , ସେହି ସମୟରେ ମଧ୍ୟ ଚୀନର ଆଭିମୁଖ୍ୟ ଏହା ଥିଲା ଯେ, ଏହି ଚୁକ୍ତି କେବଳ ବ୍ୟାପାରିକ ରାସ୍ତା ପାଇଁ , ଏହାର ସୀମା ସହ କୌଣସି ନେଣଦେଣ ନାହିଁ। ଏହାପରେ ହିଁ ଏଲଏସି ଆଜିସୁଦ୍ଧା ସମ୍ୱେଦନଶୀଳ ହୋଇ ରହିଛି। ଉଲ୍ଲେଖନୀୟ ଯେ, ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ଏବଂ ତତ୍କାଳୀନ ଚାଇନା ପ୍ରିମିୟର ଝୋଉ ଏନଲାଇଙ୍କ ମଧ୍ୟରେ ପଞ୍ଚଶୀଳ ରାଜିନାମା ହୋଇ ଥିଲା। ଏହାର ପାଞ୍ଚୋଟି ସିଦ୍ଧାନ୍ତ ଥିଲା , ଯାହା ଶାନ୍ତି ପୂର୍ଣ୍ଣ ସହ ଅସ୍ତିତ୍ୱ ଉପରେ ଆଧାରିତ ଥିଲା।
ସିଡିଏସ ତାଙ୍କ କଥାକୁ ଆଗକୁ ବଢାଇ କହିଥିଲେ –ବ୍ରିଟିଶ ଚାଲି ଗଲେ , ତାଙ୍କୁ ଦିନେ ଯିବାର ଥିଲା । ସେ ତାଙ୍କ ପଛରେ ଛାଡ଼ି ଗଲେ ଏହି ସୀମା ଗୁଡ଼ିକ , ଏବେ ଭାରତକୁ ସ୍ଥିର କରିବାର ଥିଲା ଯେ, ଆମର ସୀମା କେଉଁଠି ? ନେହେରୁ ବୋଧହୁଏ ଜାଣିଥିଲେ ଯେ, ପୂର୍ବରେ ଆମ ପାଖରେ ମ୍ୟାକମୋହନ ଭଳି ବ୍ୟବସ୍ଥା ଅଛି, ଏହା ବ୍ୟତୀତ ଲଦ୍ଦାଖର କିଛି ଅଞ୍ଚଳରେ ମଧ୍ୟ ଆମର ଅଞ୍ଚଳ ଥିବା ଦାବି ହୋଇଛି, କିନ୍ତୁ ଏଠାରେ ଏହି ପାହାଡ଼ ଓ ଘାଟି ମଧ୍ୟରେ ସ୍ଥିତି ସ୍ପଷ୍ଟ ନଥିଲା, ଏଥିପାଇଁ ବୋଧହୁଏ ସେ ପଞ୍ଚଶୀଳ ସିଦ୍ଧାନ୍ତର ରାସ୍ତା ବାଛି ଥିଲେ।
୧୯୫୦ ଦଶନ୍ଧିର ଚୀନ ଆଜି ଭଳି ସେତେ ମଜବୁତ ନଥିଲା। ଲାଗାତାର ଯୁଦ୍ଧ କାରଣରୁ ତାର ସ୍ଥିତି ମଧ୍ୟ ଦୁର୍ବଳ ଥିଲା। ହେଲେ ଏହା ପରେ ମଧ୍ୟ ସେ ତିବ୍ଦତକୁ ହାତେଇ ନେଲା, କିନ୍ତୁ ଏହାର ଆଗକୁ ଆସିବାକୁ ତାର ସାହସ ନଥିଲା। ଏଥିରେ ସେ ବି ଶାନ୍ତି ଚାହୁଁ ଥିଲା। ସିଡିଏସ ଚୌହାନ ଏହି ମାମଲାରେ ନିଜର ମତ ରଖି କହିଥିଲେ – ଚୀନବାସୀଙ୍କ ପାଇଁ ଏହି ଚୁକ୍ତି ଗୁରୁତ୍ତ୍ୱପୂର୍ଣ୍ଣ ଥିଲା, କାରଣ ସେ ନିକଟରେ ତିବ୍ଦତକୁ ମୁକ୍ତ କରି ଥିଲେ। ସେମାନେ ଲହାସ ଓ ଶିନଜିୟାଙ୍ଗ ଯାଏ ପହଞ୍ଚି ସାରି ଥିଲେ। ଏହି ଅଞ୍ଚଳ ତାଙ୍କର ପହଞ୍ଚିବା ଠାରୁ ବହୁତ ଦୂରରେ ଥିଲା। ଏହି ସ୍ଥିତିରେ ଏଠାରେ ସ୍ଥିରତା ବଜାୟ ରଖିବା ମୁସ୍କିଲ ଥିଲା, ଏଥିରେ ସେ ମଧ୍ୟ ଏଠାରେ ଶାନ୍ତି ଚାହୁଁ ଥିଲେ।
ପଞ୍ଚଶୀଳ ରାଜିନାମା କଣ ଥିଲା ?
ସ୍ୱାଧୀନ ଭାରତ ଓ ଚୀନ ମଧ୍ୟରେ ୧୯୫୪ ମସିହାରେ ପଞ୍ଚଶୀଳ ଚୁକ୍ତି ସଂପନ୍ନ ହୋଇଥିଲା। ଏହି ଚୁକ୍ତିର ଅଫିସିଆଲି ନାଁ ‘ଭାରତ ଓ ଚୀନ ମଧ୍ୟରେ ତିବ୍ଦତ କ୍ଷେତ୍ର ସହ ବ୍ୟାପାର ଓ ପରିବହନ ନେଇ ଚୁକ୍ତିନାମା’ ଥିଲା। ଏବି ଚୁକ୍ତିନାମାରେ ଚିବ୍ଦତ ଅଞ୍ଚଳର ନାମ ସାମ୍ନାକୁ ଆସିବାରେ ଏହା ସ୍ପଷ୍ଟ ହୋଇଗଲା ଯେ, ଭାରତ ତିବ୍ଦତ ଉପରେ ଚୀନର ଅଧିକାର ସ୍ୱୀକାର କରିନେଇଛି।
ଏହି ଚୁକ୍ତିର ମୁଖ୍ୟ ପାଞ୍ଚଟି ସିନ୍ଧାନ୍ତ ଥିଲା –
୧- ପରସ୍ପରର ଅଖଣ୍ଡତା ଓ ସାର୍ବଭୌମତ୍ୱ ପ୍ରତି ସମ୍ମାନ
୨- ପାରସ୍ପରିକ ଅଣ-ଆକ୍ରୋସ
୩-ପାରସ୍ପରିକ ଆନ୍ତରିକ ମାମଲାରେ ହସ୍ତକ୍ଷେପ ନକରିବା
୪- ସମାନତା ଓ ପାରସ୍ପରିକ ଲାଭ
୫-ଶାନ୍ତି ପୂର୍ଣ୍ଣ ସହଅସ୍ତିତ୍ୱ