ପ୍ରମୂଖ ଖବର
  • ବେଆଇନ୍ ବେଟିଂ ଆପ୍ ମାମଲା, ଅନେକ ସାଉଥ୍ ସେଲିବ୍ରିଟିଙ୍କୁ ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ
  • ||
  • ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍. ଅଚ୍ୟୁତାନନ୍ଦନଙ୍କ ୧୦୧ ବର୍ଷରେ ପରଲୋକ
  • ||
  • ମୁମ୍ବାଇ ଏୟାରପୋର୍ଟରେ ଅଘଟଣ, ଅବତରଣ ବେଳେ ରନୱେରୁ ତଳକୁ ଖସିଗଲା ଏୟାର ଇଣ୍ଡିଆ ବିମାନ
  • ||
  • ଦୁଷ୍କର୍ମ ଅଭିଯୋଗରେ ଉଦିତ ପ୍ରଧାନ ଗିରଫ ଘଟଣା। ପୀଡ଼ିତାଙ୍କ ବୟାନ ରେକର୍ଡ
  • ||
  • ଢ଼ାକାରେ ଖସି ପଡ଼ିଲା ଏଫ୍‌-୭ ଟ୍ରେନିଂ ବିମାନ, ଦୁର୍ଘଟଣାରେ ଜଣେ ମୃତ, ଉଦ୍ଧାରକାର୍ଯ୍ୟ ଜାରି
  • ||
  • କଟକ : ପରିବାରର ୩ ଜଣଙ୍କୁ ହତ୍ୟା ମାମଲା; ପ୍ରମାଣ ଅଭାବରୁ ଫାଶୀ ଦଣ୍ଡାଦେଶ ରଦ୍ଦ,୨ ଆସାମୀ ନିର୍ଦ୍ଦୋଷରେ ଖଲାସ
  • ||
  • ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଘଟଣା,ଭାରପ୍ରାପ୍ତ ଅଧ୍ୟାପକ ଓ କିଛି କର୍ମଚାରୀଙ୍କୁ ପଚରାଉଚରା
  • ||
  • ଆରଏସପିରେ ଅଘଟଣ, ଶାବଳ ବାଜି ଠିକା ଶ୍ରମିକଙ୍କ ମୃତ୍ୟୁ
  • ||
  • ଛାତ୍ର କଂଗ୍ରେସ ସଭାପତି ପଦରୁ ଉଦିତ୍ ପ୍ରଧାନ ନିଲମ୍ବିତ, ଉଦିତ୍ ପ୍ରଧାନଙ୍କୁ ନିଲମ୍ବିତ କଲେ NSUI ସଭାପତି
  • ||
  • ମୌସୁମୀ ଅଧିବେଶନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ, କହିଲେ ଏହି ଅଧିବେଶନ ବିଜୟର ଉତ୍ସବ
  • ||
  • ବାଲେଶ୍ୱର :ନବମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ; ପ୍ରଧାନ ଶିକ୍ଷକ ଏବଂ ଗଣିତ ସାର୍ ଅଟକ
  • ||
  • ପୁରୀ : କୂଅରେ ପଡ଼ି ଚାଲିଗଲା ପାଳିଆ ସେବାୟତଙ୍କ ଜୀବନ, ମୃତଦେହ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ||
  • ଗୁଜରାଟରେ ଭୂକମ୍ପ ଝଟ୍‌କା, ଥରିଲା ଆଲାସ୍କା-ତାଜାକିସ୍ତାନ, ୬.୨ ତୀବ୍ରତା ରେକର୍ଡ
  • ||
  • ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ବଡ଼ ମହାସ୍ନାନ, ସାଧାରଣ ଦର୍ଶନ ବନ୍ଦ
  • ||
  • ଖାଦ୍ୟ ପାଇଁ ଅପେକ୍ଷା କରିଥିଲେ, ଇସ୍ରାଏଲ ସେନା ଚଲାଇଲା ଗୁଳି ୬୭ ପାଲେଷ୍ଟୀନିୟଙ୍କ ମୃତ୍ୟୁ
  • ||
  • କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ
  • ||
  • ମୌସୁମୀ ଅଧିବେଶନ ୨୦୨୫: ଆଜିଠୁ ୩ଟି ପ୍ରମୁଖ ପ୍ରସଙ୍ଗ ନେଇ କମ୍ପିବ ଗୃହ, ସରକାରଙ୍କୁ ଘେରିବେ ବିରୋଧୀ
  • ||
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ:୨୩ରୁ ବଢ଼ିବ ବର୍ଷା, ୨୪ରେ ଲଘୁଚାପ, ଆଜିଠୁ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||
  • ଶ୍ରାବଣ ମାସର ଦ୍ୱିତୀୟ ସୋମବାରରେ ଚଳଚଞ୍ଚଳ ଧବଳେଶ୍ଵରଙ୍କ ପୀଠ, ଶ୍ରାବଣୀ ଲିଙ୍ଗରେ ଜଳଲାଗି କଲେ କାଉଡ଼ିଆ
  • ||

କୃଷ୍ଣଙ୍କ ନଗରୀରେ ନିଆରା ହୋଲି, ସବୁ ଦୁଃଖ ଭୁଲି ରଙ୍ଗ ଖେଳିଲେ ବିଧବା

Published By : Rasmita Pradhan | March 15, 2025 2:50 PM

ନୂଆଦିଲ୍ଲୀ, ୧୫/୦୩ : ବୃନ୍ଦାବନ କି ହୋଲି, ସବସେ ନିରାଲି... ଏଠି ରାଧାରାଣୀ ପ୍ରେମ ଆଉ କୃଷ୍ଣ ରସରେ ରଙ୍ଗୀନ ଶ୍ରଦ୍ଧାଳୁ। ବାଙ୍କବିହାରୀଙ୍କ ଚୋରା ଚାହାଣୀରେ ନିଜକୁ ହଜାଇ ଦେଇଛନ୍ତି ସମସ୍ତେ। ପ୍ରେମର ଏ ପର୍ବରେ ଏଠି ନିଆରା ହୋଲି ଖେଳ । ଜୀବନରୁ ସବୁ ରଙ୍ଗ ଲିଭି ଯାଇଥିବା ବେଳେ ପୁଣି ଥରେ କୃଷ୍ଣ ପ୍ରେମ ରଙ୍ଗରେ ରଙ୍ଗୀନ ହୋଇଛନ୍ତି ବିଧବା। ସାଂସାରିକ ସୁଖରୁ ବାସନ୍ଦ ହୋଇ ଭଗବାନଙ୍କ ନିକଟରେ ଶରଣାପନ୍ନ ହୋଇଛନ୍ତି । ସବୁ ଦୁଃଖ ଭୁଲିଯାଇ ବିଧବା ଖେଳୁଛନ୍ତି କୃଷ୍ଣ ରାସ ଓ ରାଧାରାଣୀ ପ୍ରେମର ହୋଲି । 

ଜଣେ ମହିଳା ବିଧବା ହେବା ପରେ ତା’ ଜୀବନରୁ ସବୁ ରଙ୍ଗ ଲିଭିଯାଏ । ସାମାଜିକ ଅସହିଷ୍ଣୁତା ତାକୁ ସାଂସାରିକ ସୁଖ ଠାରୁ ଦୂରରେ ରଖେ । କିନ୍ତୁ ଭଗବାନ କୃଷ୍ଣଙ୍କ ନଗରୀ ବୃନ୍ଦାବନରେ, ଏହି ଚିନ୍ତାଧାର ଭିନ୍ନ । ରଙ୍ଗର ଏହି ଭବ୍ୟ ପର୍ବ, ନାରୀ ସଶକ୍ତିକରଣର ବାର୍ତ୍ତା ଦେଇଛି। ଏଠାରେ ୨୦୦୦ରୁ ଅଧିକ ବିଧବା ହୋଲି ଖେଳିଛନ୍ତି । କୃଷ୍ଣ ରସରେ ରଙ୍ଗୀନ ହୋଇ ‘ଗିନିଜ୍ ୱାର୍ଲ୍ଡ ରେକର୍ଡ’ କରିଛନ୍ତି । ଏହା ସାମାଜିକ ପରିବର୍ତ୍ତନର ଏକ ସମ୍ମାନଜନକ ମୂହୁର୍ତ୍ତରେ ପରିଣତ ହୋଇଛି। 

ଉତ୍ତର ପ୍ରଦେଶ ସରକାର ଓ ସ୍ଥାନୀୟ ସାମାଜିକ ସଙ୍ଗଠନଙ୍କ ସହଯୋଗରେ ଏହି ବିଶ୍ଵ ରେକର୍ଡ ସମ୍ଭବ ହୋଇଛି । ଏହି କାର୍ଯ୍ୟକ୍ରମରେ ଜୈବିକ ରଙ୍ଗ ବ୍ୟବହାର ସହିତ ପାରମ୍ପରିକ ଲୋକଗୀତ, ଭକ୍ତି ସଙ୍ଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଛି। ଗିନିଜ୍ ୱାର୍ଲ୍ଡ ରେକର୍ଡସ୍ ଅଧିକାରୀଙ୍କ ଉପସ୍ଥିତିରେ ଏହି ଐତିହାସିକ ଘଟଣାକୁ ରେକର୍ଡ କରାଯାଇଛି। ବୃନ୍ଦାବନର ଏହି ହୋଲି କେବଳ ଆନନ୍ଦ ଏବଂ ଖୁସିର ପର୍ବ ହେବ ନୁହେଁ, ବରଂ ସାମାଜିକ ସଦ୍ଭାବନା ଏବଂ ବିଧବାମାନଙ୍କ ପ୍ରତି ପୁନଃସମ୍ମାନର ପ୍ରତୀକ।

ବୃନ୍ଦାବନରେ ବିଧବାମାନଙ୍କ ହୋଲି ଏକ ଅନନ୍ୟ ସାଂସ୍କୃତିକ ଉତ୍ସବ। କାରଣ ଅଧିକାଂଶ ସ୍ଥାନରେ ବିଧବାମାନଙ୍କୁ ରଙ୍ଗ ଖେଳିବାକୁ ଅନୁମତି ନାହିଁ। ହେଲେ ସମାଜ ଦ୍ଵାରା ବାଛନ୍ଦ ହୋଇଥିବା ବିଧବାଙ୍କୁ ଏହି ପବିତ୍ର ନଗରୀ ନିଜ କୋଳରେ ଆଶ୍ରୟ ଦେଇଛି । ଆଉ ସେମାନଙ୍କ ରସହୀନ ଜୀବନରେ ପୁଣି ଥରେ ରଙ୍ଗ ଭରି ଦେଇଛି।

ଏହି ଖବରଟିକୁ ପଢନ୍ତୁ-ରଙ୍ଗର ପର୍ବ ହୋଲିରେ ସବୁଠି ଉତ୍ସାହ; ଜମିଲାଣି ରଙ୍ଗ ଖେଳ... ମାତିଛନ୍ତି ପିଲାଠୁ ବୁଢା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.