ଘଟଗାଁ, ୩।୫ : କେନ୍ଦୁଝର ଘଟଗାଁ ବଜାର ରାସ୍ତାର ବୃନ୍ଦାବନ ହୋଟେଲ ନିକଟରେ କାର୍ - ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ସ୍ତ୍ରୀର ମୃତ୍ୟୁ ହୋଇଥିବା ବେଳେ ସ୍ବାମୀ ଗୁରୁତର ଆହତ ହୋଇଛି । ମୃତକ ହେଲେ ଗଦାଧରପୁର ଗ୍ରାମର ପୂର୍ଣ୍ଣିମା ବେହେରା ଏବଂ ଗୁରୁତର ସ୍ଵାମୀ ଜଣକ ହେଲେ ସୁରେଶ ବେହେରା । ଗୁରୁତର ସ୍ବାମୀଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
କାରଟି କେନ୍ଦୁଝର ସମିଲ୍ ଛକ ପଟୁ ମୁଖ୍ୟ ବଜାର କୁ ଯାଉଥିଲା। ବାଇକ୍ ରେ ସୁରେଶ ବେହେରା ଓ ପୂର୍ଣ୍ଣିମା ବେହେରା ବଜାରରୁ ସମିଲ୍ ଛକ ଦେଇ ଘରକୁ ଯାଉଥିଲେ । ବୃନ୍ଦାବନ ହୋଟେଲ ନିକଟରେ ଉକ୍ତ କାରଟି ବାମରୁ ଯାଇ ଡାହାଣରେ ବାଇକ୍କୁ ମୁହାଁମୁହିଁ ଧକ୍କା ଦେଇ ରାସ୍ତା କଡ଼ରେ ଥିବା ଡ୍ରେନ୍ କୁ ଖସି ପଡ଼ିଛି । ବାଇକକୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ପୂର୍ଣ୍ଣିମା ବେହେରାଙ୍କର ମୃତ୍ୟୁ ଘଟିଛି । ସ୍ଵାମୀ ସୁରେଶ ବେହେରା ଗୁରୁତର ଆହତ ହୋଇ କେନ୍ଦୁଝର ସ୍ଥାନାନ୍ତର ହୋଇଛନ୍ତି । ଅନ୍ୟପକ୍ଷରେ ଘଟଣାସ୍ଥଳରେ ଘଟଗାଁ ପୋଲିସ୍ ଗାଡ଼ି ଦୁଇଟିକୁ ଜବତ କରି ତଦନ୍ତ ଚଳାଇଛି ।
ଆହୁରି ପଢନ୍ତୁ : ବାଇକ୍ ଉପରେ ମାଡିଗଲା ଆମ ବସ୍, ବାଇକ୍ ଆରୋହୀ ମୃତ