ପ୍ରମୂଖ ଖବର
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ଟଙ୍କା ନ ଦେବାରୁ ସ୍ତ୍ରୀ ବେକ କାଟି ହତ୍ୟା କଲା ସ୍ବାମୀ

Published By : Suraj Kumar | October 27, 2024 8:45 PM

ତୁମୁଡିବନ୍ଧ,୨୭/୧୦:   ଦାମ୍ପତ୍ୟ କଳହରୁ ତୁମୁଡିବନ୍ଧ ଅଞ୍ଚଳରେ ଘଟିଛି ଏକ ଜଘନ୍ୟ ହତ୍ୟାକାଣ୍ଡ । ମଦ୍ୟପ ସ୍ବାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ହତ୍ୟା କରିଛି।  ମୃତ ମହିଳା ଜଣକ ହେଲେ ନୂଆମୁଣ୍ଡା ଗ୍ରାମର ମଧୁମତୀ ଦଲାଇ। 

ତୁମୁଡିବନ୍ଧ ଥାନା ନୂଆମୁଣ୍ଡା ଗ୍ରାମର ଚନ୍ଦ୍ରକାନ୍ତ ବେହର ଦଳାଇଙ୍କ ସ୍ତ୍ରୀ ମଧୁମତୀ ଆଜି ଦ୍ୱିପ୍ରହର ସମୟରେ  ଏଟିଏମରୁ ଟଙ୍କା ଉଠାଇ ଥିଲେ। ସ୍ବାମୀ ଚନ୍ଦ୍ରକାନ୍ତ ଏହି ଟଙ୍କା ମାଗିବାରୁ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ବଚସା ହୋଇଥିଲା।  ପରେ ଘରର କବାଟ ବନ୍ଦ କରି ସ୍ତ୍ରୀ ମଧୁମତିର ବେକକୁ ଏକ ଧାରୁଆ ଅସ୍ତ୍ରରେ  କାଟି ପକାଇଥିଲା ନିଶାସକ୍ତ  ଚନ୍ଦ୍ରକାନ୍ତ । । ଫଳରେ ଘଟଣା ସ୍ଥଳରେ ମଧୁମତୀର ମୃତ୍ୟୁ ହୋଇଥିଲା।  ଖବର ପାଇ ତୁମୁଡ଼ିବନ୍ଧ ପୋଲିସ ସାଇଣ୍ଟିଫିକ ଟିମ୍ ସହ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପୁଲିସ ଅଭିଯୁକ୍ତ ଚନ୍ଦ୍ରକାନ୍ତଙ୍କୁ ଗିରଫ କରିବା ସହିତ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ଥାନା ଅଧିକାରୀ   ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.