ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା: ଫରେନସିକକୁ ଗଲା ହତ୍ୟାକାଣ୍ଡରେ ବ୍ୟବହୃତ ସିରିଞ୍ଜ, ଅଭିଯୁକ୍ତଙ୍କ ମୋବାଇଲ ଫୋନ୍

Published By : Prameya | November 1, 2024 12:31 PM

ଭୁବନେଶ୍ୱର,୦୧/୧୧: ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା। ରାଜ୍ୟ ଫରେନସିକ ଲ୍ୟାବ୍‌କୁ ପଠାଗଲା ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ।  ଆନେସ୍ଥେସିଆ ମେଡିସିନିରେ ଆଉ କିଛି କେମିକାଲ ମିଶାଇଥିଲେ କି ନାହିଁ କରାଯିବ ପରୀକ୍ଷା । ସେପଟେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ମଧ୍ୟ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ କ୍ରାଇମ ସିନ୍ ରିକ୍ରିଏସନ କରିବା ନେଇ ସୂଚନା ଦେଲା ତଦନ୍ତକାରୀ ଟିମ।

ସୂଚନା ଅନୁଯାଇ, ଗତ ୨୭ ତାରିଖରେ ତା’ ଶ୍ୱଶୁର  ଘରକୁ ଯାଇ ଶୁଭଶ୍ରୀଙ୍କୁ ବୁଝାସୁଝା କରି ନିଜ  ଭଡ଼ା ଘରକୁ ଆଣିଥିଲା । ତା’ପରଦିନ ଅର୍ଥାତ  ୨୮ ତାରିଖରେ ଶୁଭଶ୍ରୀଙ୍କୁ ସାଙ୍ଗରେ ଧରି  ସାମପୁରସ୍ଥିତ ରୋଜିଙ୍କ ଭଡ଼ା ଘରକୁ ଯାଇଥିଲା ।  ସେଠାରେ ଝଗଡ଼ା ହେବାରୁ ନିଶ୍ଚେତକ ଦେଇ  ମାରିଦେଲା । ଆଉ କିଛି ନଜାଣିଲା ପରି ଶୁଭଶ୍ରୀଙ୍କୁ  ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇ ଆତ୍ମହତ୍ୟାର  ନାଟକ ରଚିଥିଲା। ପୁଲିସ୍‌ ପ୍ରଥମେ ପ୍ରଦ୍ୟୁମ୍ନକୁ ଉଠାଇ  ଆଣିଥିଲା । ଉଭୟଙ୍କ ବୈବାହିକ କଳହ  କାହାଣୀ ଶୁଣିବା ପରେ ପୁଲିସର ସନ୍ଦେହ  ଜାତ ହୋଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ  ନିଶ୍ଚେତକର ସୁରାକ ମିଳିବା ପରେ ପୁଲିସର  ସନ୍ଦେହ ଆହୁରି ବଢ଼ିଥିଲା । ପ୍ରାୟ ଘଣ୍ଟାଏ ଧରି ଜେରା କରିବାରୁ ପ୍ରଦ୍ୟୁମ୍ନ ସବୁ ସତ ଉଗାରିଥିଲା ।  ସାଇଣ୍ଟିଫିକ୍‌ ଟିମ୍‌ ରୋଜିଙ୍କ ଘରୁ ନିଶ୍ଚେତକ  ବୋତଲ ସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ଆଜି ହତ୍ୟାରେ ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌କୁ ରାଜ୍ୟ ଫରେନସିକ ଲ୍ୟାବ୍‌କୁ ପଠାଯାଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.