ଭୁବନେଶ୍ୱର,୦୧/୧୧: ସ୍ତ୍ରୀକୁ ଆନେସ୍ଥେସିଆ ଦେଇ ହତ୍ୟା ଘଟଣା। ରାଜ୍ୟ ଫରେନସିକ ଲ୍ୟାବ୍‌କୁ ପଠାଗଲା ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ।  ଆନେସ୍ଥେସିଆ ମେଡିସିନିରେ ଆଉ କିଛି କେମିକାଲ ମିଶାଇଥିଲେ କି ନାହିଁ କରାଯିବ ପରୀକ୍ଷା । ସେପଟେ ଅଭିଯୁକ୍ତ ସ୍ୱାମୀ ଓ ତାଙ୍କ ଦୁଇ ପ୍ରେମିକାଙ୍କୁ ମଧ୍ୟ ରିମାଣ୍ଡ ଆଣିବାକୁ କୋର୍ଟରେ ଆବେଦନ କରିବ ପୋଲିସ। ରିମାଣ୍ଡ ବେଳେ କ୍ରାଇମ ସିନ୍ ରିକ୍ରିଏସନ କରିବା ନେଇ ସୂଚନା ଦେଲା ତଦନ୍ତକାରୀ ଟିମ।

ସୂଚନା ଅନୁଯାଇ, ଗତ ୨୭ ତାରିଖରେ ତା’ ଶ୍ୱଶୁର  ଘରକୁ ଯାଇ ଶୁଭଶ୍ରୀଙ୍କୁ ବୁଝାସୁଝା କରି ନିଜ  ଭଡ଼ା ଘରକୁ ଆଣିଥିଲା । ତା’ପରଦିନ ଅର୍ଥାତ  ୨୮ ତାରିଖରେ ଶୁଭଶ୍ରୀଙ୍କୁ ସାଙ୍ଗରେ ଧରି  ସାମପୁରସ୍ଥିତ ରୋଜିଙ୍କ ଭଡ଼ା ଘରକୁ ଯାଇଥିଲା ।  ସେଠାରେ ଝଗଡ଼ା ହେବାରୁ ନିଶ୍ଚେତକ ଦେଇ  ମାରିଦେଲା । ଆଉ କିଛି ନଜାଣିଲା ପରି ଶୁଭଶ୍ରୀଙ୍କୁ  ଧରି କ୍ୟାପିଟାଲ୍‌ ହସ୍ପିଟାଲ୍‌କୁ ନେଇ ଆତ୍ମହତ୍ୟାର  ନାଟକ ରଚିଥିଲା। ପୁଲିସ୍‌ ପ୍ରଥମେ ପ୍ରଦ୍ୟୁମ୍ନକୁ ଉଠାଇ  ଆଣିଥିଲା । ଉଭୟଙ୍କ ବୈବାହିକ କଳହ  କାହାଣୀ ଶୁଣିବା ପରେ ପୁଲିସର ସନ୍ଦେହ  ଜାତ ହୋଇଥିଲା । ବ୍ୟବଚ୍ଛେଦ ରିପୋର୍ଟରେ  ନିଶ୍ଚେତକର ସୁରାକ ମିଳିବା ପରେ ପୁଲିସର  ସନ୍ଦେହ ଆହୁରି ବଢ଼ିଥିଲା । ପ୍ରାୟ ଘଣ୍ଟାଏ ଧରି ଜେରା କରିବାରୁ ପ୍ରଦ୍ୟୁମ୍ନ ସବୁ ସତ ଉଗାରିଥିଲା ।  ସାଇଣ୍ଟିଫିକ୍‌ ଟିମ୍‌ ରୋଜିଙ୍କ ଘରୁ ନିଶ୍ଚେତକ  ବୋତଲ ସହ ଅନ୍ୟାନ୍ୟ ପ୍ରମାଣ ସଂଗ୍ରହ କରାଯାଇଥିଲା। ଆଜି ହତ୍ୟାରେ ବ୍ୟବହୃତ ଇଞ୍ଜେକସନ, ଆନେସ୍ଥେସିଆ ମେଡିସିନି ଓ ଅଭିଯୁକ୍ତଙ୍କ ମୋବାଇଲ ଫୋନ୍‌କୁ ରାଜ୍ୟ ଫରେନସିକ ଲ୍ୟାବ୍‌କୁ ପଠାଯାଇଛି।