ନୂଆଦିଲ୍ଲୀ ୨୬/୦୩: 'ଧୁରନ୍ଧର: ଦି ରିଭେଞ୍ଜ'ର ସଫଳତା ପରେ, ଅଲୁ ଅର୍ଜୁନ ଏବଂ ନିର୍ଦ୍ଦେଶକ ଆଦିତ୍ୟ ଧରଙ୍କୁ ନେଇ ଆଲୋଚନା ପୁଣି ଥରେ ଜୋର ଧରିଛି। ରିପୋର୍ଟ ଅନୁସାରେ, ଅଲୁ ଅର୍ଜୁନ ଏକ ବଡ଼ ପ୍ରୋଜେକ୍ଟରେ ଆଦିତ୍ୟ ଧରଙ୍କ ସହ କାମ କରିବାକୁ ଆଗ୍ରହୀ ଅଛନ୍ତି ଏବଂ ଏଥିପାଇଁ ପ୍ରାରମ୍ଭିକ ଆଲୋଚନା ଚାଲିଛି। କାରଣ ଅଲ୍ଲୁ ପ୍ରାୟତଃ ସଫଳ ନିର୍ଦ୍ଦେଶକଙ୍କ ସହ କାମ କରିବାକୁ ଆଗ୍ରହ ଦେଖାନ୍ତି ଏବଂ କିଛି ସମୟ ପୂର୍ବରୁ ସଞ୍ଜୟ ଲୀଲା ବଂଶାଲିଙ୍କୁ ମଧ୍ୟ ଭେଟିଥିଲେ।
ଏକ ସୂତ୍ରରୁ ଜଣାପଡିଛି ଯେ ଅଲ୍ଲୁ ଟଲିଉଡ୍ ଏବଂ ବଲିଉଡ୍ ଉଭୟର ସଫଳ ନିର୍ଦ୍ଦେଶକମାନଙ୍କ ଉପରେ ନଜର ରଖନ୍ତି ଏବଂ ସେମାନଙ୍କର ହିଟ୍ ଫିଲ୍ମ ପରେ ତୁରନ୍ତ ସେମାନଙ୍କ ସହିତ ଆଲୋଚନା ଆରମ୍ଭ କରନ୍ତି । 'ଜେଲର' ର ବିପୁଳ ସଫଳତା ପରେ, ସେ ନିର୍ଦ୍ଦେଶକ ନେଲସନ ଦିଲୀପକୁମାରଙ୍କୁ ଭେଟି ତାଙ୍କ ସହିତ କାମ କରିବାକୁ ଆଗ୍ରହ ପ୍ରକାଶ କରିଥିଲେ। ସେମାନେ କିଛି କାହାଣୀ ଧାରଣା ବିଷୟରେ ମଧ୍ୟ ଆଲୋଚନା କରିଥିଲେ, କିନ୍ତୁ କୌଣସି କରଣରୁ କଥା ଆଗକୁ ବଢ଼ିପାରିଲା ନାହିଁ।
ତେବେ ଫେବୃଆରୀ ଆରମ୍ଭରେ ‘ଧୁରନ୍ଧର ୨’ ରିଲିଜ୍ ହେବା ପୂର୍ବରୁ ସମାନ ଗୁଜବ ପ୍ରସାରିତ ହୋଇଥିଲା, ଯେଉଁଥିରୁ ଅନୁମାନ କରାଯାଉଥିଲା ଯେ ଅଭିନେତା ଫିଲ୍ମ ପରେ ଆଦିତ୍ୟଙ୍କ ସହ କାମ କରିପାରନ୍ତି। ଏବେ ଅଲ୍ଲୁ ଅନେକ ପ୍ରୋଜେକ୍ଟରେ ବ୍ୟସ୍ତ ଅଛନ୍ତି, ତେଣୁ ଏହି ସହଭାଗୀତା ନିକଟ ଭବିଷ୍ୟତରେ ବାସ୍ତବରେ ପରିଣତ ହେବ କି ନାହିଁ ତାହା ଦେଖିବାକୁ ବାକି ରହିଲା।
ଆହୁରି ପଢ଼ନ୍ତୁ...‘ଧୁରନ୍ଧର ୨’ର ଏହି ଅଭିନେତାଙ୍କ ପାଖରେ ନିଜ ଫିଲ୍ମ ଦେଖିବାକୁ ନାହିଁ ଟଙ୍କା, କହିଲେ…