ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଖୁବଶୀଘ୍ର ରିଲିଜ ହେବ 'ଅବତାର ୩' ଟ୍ରେଲର, ଜାଣନ୍ତୁ କେବେ...

Published By : Anindita Ratha | July 27, 2025 8:31 AM

ନୂଆଦିଲ୍ଲୀ,୨୭/୦୭: ପୁଣି ପରଦାରେ ଧମାକା କରିବାକୁ ଯାଉଛି 'ଅବତାର'। 'ଅବତାର ୩: ଫାୟାର ଆଣ୍ଡ ଆଶ୍'ର ଟ୍ରେଲର ଖୁବଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଜେମ୍ସ କ୍ୟାମେରନଙ୍କ ଫିଲ୍ମ 'ଅବତାର: ଫାୟାର ଆଣ୍ଡ ଆଶ୍' ଚଳିତ ବର୍ଷ ମୁକ୍ତିଲାଭ କରିବ ଏବଂ ଏହା ପୂର୍ବରୁ ଫିଲ୍ମର ଟ୍ରେଲରକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଅନେକ ଇଭେଣ୍ଟରେ ପ୍ରଦର୍ଶିତ ହେବା ପରେ, 'ଅବତାର ୩'ର ଟ୍ରେଲର ମୁକ୍ତିଲାଭ କରିବାକୁ ପ୍ରସ୍ତୁତ । 

ନିକଟରେ 'ଅବତାର: ଫାୟାର ଆଣ୍ଡ ଆଶ୍'ର ଟ୍ରେଲର ଅନଲାଇନରେ ଲିକ୍ ହୋଇଥିଲା ଏବଂ 'ଅବତାର: ଫାୟାର ଆଣ୍ଡ ଆଶ୍'ର ଟ୍ରେଲରକୁ ୨୫ ଜୁଲାଇରେ ମୁକ୍ତିଲାଭ କରିଥିବା ହଲିଉଡ୍ ଫିଲ୍ମ 'ଫଣ୍ଟାଷ୍ଟିକ୍ ଫୋର୍: ଫାଷ୍ଟ ଷ୍ଟେପ୍ସ' ସହିତ ସଂଯୁକ୍ତ କରାଯାଇଥିଲା । ସେବେଠାରୁ 'ଅବତାର: ଫାୟାର ଆଣ୍ଡ ଆଶ୍' ଟ୍ରେଲରର କ୍ଲିପ୍ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅବତାରର ଟ୍ରେଲର କେବେ ରିଲିଜ୍ ହେବ ସେ ବିଷୟରେ ସୋସିଆଲ ମିଡିଆରେ ଅନୁମାନ କରାଯାଉଛି । 'ଅବତାର' ଫ୍ରାଞ୍ଚାଇଜର ପରବର୍ତ୍ତୀ ଅଂଶ କେବେ ରିଲିଜ୍ ହେବ ତାହାର ରିଲିଜ୍ ତାରିଖ ମଧ୍ୟ ଭାଇରାଲ୍ ହେଉଛି । ସୋସିଆଲ ମିଡିଆରେ ଅବତାର: ଫାୟାର ଆଣ୍ଡ ଆଶ୍ ଟ୍ରେଲରର ରିଲିଜ୍ ତାରିଖ ସମ୍ପର୍କରେ କିଛି ପୋଷ୍ଟ ଆସିଛି, ଯେଉଁଥିରେ ଦାବି କରାଯାଉଛି ଯେ ଫିଲ୍ମର ଟ୍ରେଲର ଏହି ସୋମବାର ଅର୍ଥାତ୍ ଜୁଲାଇ ୨୮ ତାରିଖରେ ରିଲିଜ୍ ହେବାକୁ ଯାଉଛି ଏବଂ ଏହାକୁ ଅନଲାଇନରେ ଦେଖିହେବ । 'ଅବତାର ୩' ୧୯ ଡିସେମ୍ବର ୨୦୨୫ରେ ରିଲିଜ୍ ହେବାକୁ ଯାଉଛି ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.