ନୂଆଦିଲ୍ଲୀ ; ୪/୧ : ବହୁ ବାଦ ବିବାଦ ପରେ ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫଜୁର ରେହେମାନଙ୍କୁ ମୁକ୍ତ କରିଛି କେକେଆର । ଆଇପିଏଲ ୨୦୨୬ରେ ସେ ଆଉ ଖେଳିବେନି । ତେବେ କେକେଆର ତାଙ୍କୁ ୯.୨ କୋଟି ଟଙ୍କା ବ୍ୟୟରେ କିଣିଥିଲା । ମାତ୍ର ଏବେ ତାଙ୍କୁ ରିଲିଜ୍ କରି ଦେଇଛି । ତେବେ ଫ୍ରାଞ୍ଚାଇଜ୍ ତାଙ୍କୁ କିଣିଥିବାବେଳେ ସେ କୌଣସି ଆହତ କାରଣ ପାଇଁ କିମ୍ବା ବ୍ୟକ୍ତିଗତ କାରଣ ପାଇଁ ଓହରି ନାହାନ୍ତି । ଭିନ୍ନ ଏକ କାରଣ ପାଇଁ ତାଙ୍କୁ ରିଳିଜ୍ କରିବାକୁ ବାଧ୍ୟ ହୋଇଛି କୋଲକାତା ନାଇଟ ରାଇଡର୍ସ । ତେବେ କେକେଆରରୁ କଣ ମୁସ୍ତାଫିଜୁରଙ୍କୁ ତାଙ୍କ ପ୍ରାଇସ୍ ମିଳିବ କି ? ଏମିତି ଏକ ପ୍ରଶ୍ନ ସମସ୍ତଙ୍କ ମନରେ ଉଠିଛି । ତେବେ ଆସନ୍ତୁ ଆମର ଏହି ଲେଖା ମାଧ୍ୟମରେ ଜାଣିବା କଣ କହୁଛି ନିୟମ ?
ଯେତେବେଳେ ନିଲାମୀରେ କୌଣସି ଫ୍ରାଞ୍ଚାଇଜ୍ ଖେଳାଳିଙ୍କୁ କିଣନ୍ତି ତାହା ପର୍ସରୁ କଟିଥାଏ । ବିସିସିଆଇ ନିୟମ ଅନୁଯାୟୀ ଯଦି କୌଣସି କାରଣରୁ ଖେଳାଳିଙ୍କୁ ରିଲିଜ୍ କରାଯାଏ, ତାହେଲେ ତାଙ୍କୁ କୌଣସି ଟଙ୍କା ଦିଆଯିବ ନାହିଁ । ‘ଫୋର୍ସ ମେଜୋର’ ନିୟମ ମୁତାବକ, ଫ୍ରାଞ୍ଜାଇଜ୍ ଖେଳାଳିଙ୍କ ସହ ଚୁକ୍ତି ସ୍ବାକ୍ଷର ପୂରଣ କରିବାକୁ ବାଧ୍ୟ ନୁହେଁ । ଏଣୁ କେକେଆରରୁ ସେ ରିଲିଜ୍ ହେବା ପରେ କୌଣସି ଟଙ୍କା ପାଇବେ ନାହିଁ । ଏହା ଏକ ଅସାଧାରଣ ମାମଲା । ଯଦି କୌଣସି ଖେଳାଳି ଆହତ କାରଣରୁ ବାଦ ପଡ଼ନ୍ତି ତାଙ୍କୁ ମଧ୍ୟ ପ୍ରାପ୍ୟ ଦିଆଯାଇନଥାଏ ।
କହି ରଖୁଛୁ କି, ବାଲାଂଦେଶରେ ହିନ୍ଦୁଙ୍କ ଉପରେ ବଢ଼ିବାରେ ଲାଗିଛି ଅତ୍ୟାଚାର । ଶେଷ ଖବର ସୁଦ୍ଧା ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଭାରତରେ ଏହାକୁ ନେଇ ବିରୋଧ ଦେକିବାକୁ ମିଳିଛି । କେକେଆର ମୁସ୍ତାଫିଜୁରଙ୍କୁ ୯.୨ କୋଟି ଟଙ୍କାରେ ଦଳରେ ସାମିଲ କରିଥିଲା । ତେବେ ବାଂଲାଦେଶୀ ଖେଳାଳିଙ୍କୁ ଦଳରୁ ବାହାର କରିବା ପାଇଁ ଚାପ ପଡ଼ିଥିଲା । ଏମିତିକି ଶାହାରୁଖ ଖାନଙ୍କୁ ମଧ୍ୟ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି । ତାଙ୍କୁ ଦେଶଦ୍ରୋହୀ ବୋଲି କୁହାଯାଉଥିଲା । ସୋସିଆଲ ମିଡିଆରେ ବହୁ ବାଦ ବିବାଦ ପରେ ପରେ ବିସିସିଆଇ ଆଦେଶ ପରେ ମୁସ୍ତାଫିଜୁରଙ୍କୁ ଦଳରୁ ରିଲିଜ୍ କରିବାକୁ ବାଧ୍ୟ ହୋଇଛି କେକେଆର ।